Wednesday, September 9, 2020

କବିତା - ଅମୃତର ସକାଳ

                        ✍କଳ୍ପନା ରାୟ

   ଅମୃତର ସକାଳ
       ଆସୁ କୁକୁଡ଼ାର ଡାକରେ
       ପକ୍ଷୀର କାକଳିରେ
  ମଧୁମୟ ସୂର୍ଯ୍ୟଙ୍କ ଲାଲିମାରେ

ଅମୃତର ସକାଳ
ଆସୁ ମାଆର ସ୍ନେହ ଵୋଳା ଡାକରେ
    ପକ୍ଷୀର କିଚିରିମିଚିରି ଶବ୍ଦରେ
     ଚାଟଶାଳୀର ବର୍ଣ୍ଣ ରେ
    ଵାପାଙ୍କ ହରି ନାମ ଜପରେ
     ଉତ୍ଫୁଲ୍ଲିତ କାହ୍ନା ଉଚ୍ଚାରଣରେ

ଅମୃତର ସକାଳ
   ଚାଷୀର ତୋରାଣି ସଜାଡିବାରେ
    ବଳଦର ହମା ରଡିରେ
    ଭୋକ ଵିକଳରେ କାନ୍ଦୁଥିବା ଶିଶୁର ଲୁହରେ

ଅମୃତର ସକାଳ
  ଗହଳିଆ କୁରେଇଫୁଲର ବାସ୍ନାରେ
  ଆଶ୍ବିନର ମଧୁଵୋଳା ମୁଚୁକୁନ୍ଦରେ
   କାମଚୋରମାନଙ୍କ ଅଳସୁଆମିରେ

  ଅମୃତର ସକାଳ
   ପତିତପାବନଙ୍କୁ ଦୂରୁ ଡାକିଵାରେ
   ମହାମାରୀର ଭୟରେ
   ଆଶା ଆକାଂକ୍ଷାର ଦୋଛକିରେ
   ମନ୍ଦିରର ଶଙ୍ଖ ଘଣ୍ଟଧ୍ବନିରେ

ଅମୃତର ସକାଳ
   ଯୋଗ ପ୍ରାଣାୟାମ ଧ୍ୟାନରେ
   ସବୁଜ ପୃଥିବୀ ଆଶାରେ
   ଗଛମାନଙ୍କ ଦରୋଟି କଥାରେ
   ମଧୁମକ୍ଷୀର ମଧୁର ଚୁମ୍ବନରେ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy