✍ବାସନ୍ତୀ ଲତା ଜେନା
ଆର୍ଯ୍ୟ ସଂସ୍କୃତି ଯେ ଗୁରୁ ପରମ୍ପରା
ଅଟେ ଏ ଦେଶର କୃତି
ଗୁରୁ ଶିକ୍ଷାର୍ଥୀର ମଧୁର ସମ୍ପର୍କ
ଯୁଗେ ଯୁଗେ ଅଛି ସ୍ଥିତି l୧l
ଅଜ୍ଞାନ ରୂପକ ଅନ୍ଧ କାରୁ କାଢି
ଗୁରୁ ଦେଇ ଥାନ୍ତି ଶିକ୍ଷା
କଞ୍ଚା ମାଟି ସମ କୋମଳ ଶିଶୁଟି
ପାଇଥାଏ ଗୁରୁ ଦୀକ୍ଷା l୨l
ଅଜ୍ଞାନ ଅନ୍ଧାର ଦୂର କରି ଥାନ୍ତି
କେତେ ନୀତି ଶିକ୍ଷା ଦେଇ
ଉଜ୍ୱଳ ଭବିଷ୍ୟ କାମନା କରନ୍ତି
ବ୍ରହ୍ମା ବିଷ୍ଣୁ ଶିବ ହୋଇ l୩l
ପ୍ରଥମ ଗୁରୁ ମାତା ହୋଇ ଥାନ୍ତି
ଦ୍ୱିତୀୟ ଗୁରୁ ଯେ ପିତା
ତୃତୀୟ ଗୁରୁ ଶିକ୍ଷା ଦାତା ହୁଏ
ଅଟେ ମୋ ଭାଗ୍ୟ ବିଧାତା l୪l
ଗୁରୁ ଜ୍ଞାନ ଦାତା ସମାଜ ସଂସ୍କାର
ଗୁରୁ ଜ୍ଞାନ ଦୀପ ଶିଖା
ଗୁରୁଙ୍କୁ ସମ୍ମାନ ସଦା କରୁ ଥିବା
ସେତ ଆମ ଜ୍ୟୋତି ରେଖା l୫l
ଶ୍ରୀକୃଷ୍ଣଙ୍କ ଗୁରୁ ସାନ୍ଦୀପନି ଥିଲେ
ଅର୍ଜ୍ଜୁନଙ୍କ ଗୁରୁ ଦ୍ରୋଣ
ଭୀଷ୍ମ କର୍ଣ୍ଣଙ୍କର ପଶୁରାମ ଗୁରୁ
ସୃଷ୍ଟିରେ ହେଲେ ମହାନ l୬l
ଶ୍ରେଷ୍ଠ ଗୁରୁ ଥିଲେ ରାଧା କୃଷ୍ଣ ପରା
ଜନ୍ମ ଦିବସ ଅର୍ପିଲେ
ସ୍ନେହ ଶ୍ରଦ୍ଧା ଧୈର୍ଯ୍ୟ ତାଙ୍କ ପାଖେ ଥିଲା
ଛାତ୍ରଙ୍କ ପ୍ରିୟ ହୋଇଲେ l୭l
ସେପ୍ଟେମ୍ବର ମାସ ପାଞ୍ଚ ତାରିଖଟି
ଗୁରୁଙ୍କ ଦିବସ ଜାଣ
ଧୂପ ଦୀପ ଦେଇ ବନ୍ଦନା କରିବା
ତାଙ୍କରି ପଦ ଚରଣ l୮l
ଗୁରୁ କୃପା ବିନ୍ଦୁ ଝରିଲେ ମସ୍ତକେ
ଯଶ ଖ୍ୟାତି ଯାଏ ଭରି
ସେହି ଗୁରୁ ପାଦେ ଲୟ ରଖିଥିବା
ସତ ସିନ୍ଧୁ ହେବା ପାରି l୯l
ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ବର ସେତ
ଆଲୋକର ଶିକ୍ଷା ଜ୍ୟୋତି
ତାଙ୍କ ଉପଦେଶ ଜୀବନର ବ୍ରତ
ପାଳୁ ଥିବା ନିତି ନିତି l୧୦l
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ
ଗୁରୁ ଶିକ୍ଷାଟି ମହାନ
ସେହି ଗୁରୁ ପାଦେ ଶତ ପ୍ରଣୀ ପାତ
ଗଢିବା ଆମ ଜୀଵନ l୧୧l
ଗାନ୍ଧିନଗର, ଜିଲ୍ଲା :ନବରଙ୍ଗପୁର l
ଆର୍ଯ୍ୟ ସଂସ୍କୃତି ଯେ ଗୁରୁ ପରମ୍ପରା
ଅଟେ ଏ ଦେଶର କୃତି
ଗୁରୁ ଶିକ୍ଷାର୍ଥୀର ମଧୁର ସମ୍ପର୍କ
ଯୁଗେ ଯୁଗେ ଅଛି ସ୍ଥିତି l୧l
ଅଜ୍ଞାନ ରୂପକ ଅନ୍ଧ କାରୁ କାଢି
ଗୁରୁ ଦେଇ ଥାନ୍ତି ଶିକ୍ଷା
କଞ୍ଚା ମାଟି ସମ କୋମଳ ଶିଶୁଟି
ପାଇଥାଏ ଗୁରୁ ଦୀକ୍ଷା l୨l
ଅଜ୍ଞାନ ଅନ୍ଧାର ଦୂର କରି ଥାନ୍ତି
କେତେ ନୀତି ଶିକ୍ଷା ଦେଇ
ଉଜ୍ୱଳ ଭବିଷ୍ୟ କାମନା କରନ୍ତି
ବ୍ରହ୍ମା ବିଷ୍ଣୁ ଶିବ ହୋଇ l୩l
ପ୍ରଥମ ଗୁରୁ ମାତା ହୋଇ ଥାନ୍ତି
ଦ୍ୱିତୀୟ ଗୁରୁ ଯେ ପିତା
ତୃତୀୟ ଗୁରୁ ଶିକ୍ଷା ଦାତା ହୁଏ
ଅଟେ ମୋ ଭାଗ୍ୟ ବିଧାତା l୪l
ଗୁରୁ ଜ୍ଞାନ ଦାତା ସମାଜ ସଂସ୍କାର
ଗୁରୁ ଜ୍ଞାନ ଦୀପ ଶିଖା
ଗୁରୁଙ୍କୁ ସମ୍ମାନ ସଦା କରୁ ଥିବା
ସେତ ଆମ ଜ୍ୟୋତି ରେଖା l୫l
ଶ୍ରୀକୃଷ୍ଣଙ୍କ ଗୁରୁ ସାନ୍ଦୀପନି ଥିଲେ
ଅର୍ଜ୍ଜୁନଙ୍କ ଗୁରୁ ଦ୍ରୋଣ
ଭୀଷ୍ମ କର୍ଣ୍ଣଙ୍କର ପଶୁରାମ ଗୁରୁ
ସୃଷ୍ଟିରେ ହେଲେ ମହାନ l୬l
ଶ୍ରେଷ୍ଠ ଗୁରୁ ଥିଲେ ରାଧା କୃଷ୍ଣ ପରା
ଜନ୍ମ ଦିବସ ଅର୍ପିଲେ
ସ୍ନେହ ଶ୍ରଦ୍ଧା ଧୈର୍ଯ୍ୟ ତାଙ୍କ ପାଖେ ଥିଲା
ଛାତ୍ରଙ୍କ ପ୍ରିୟ ହୋଇଲେ l୭l
ସେପ୍ଟେମ୍ବର ମାସ ପାଞ୍ଚ ତାରିଖଟି
ଗୁରୁଙ୍କ ଦିବସ ଜାଣ
ଧୂପ ଦୀପ ଦେଇ ବନ୍ଦନା କରିବା
ତାଙ୍କରି ପଦ ଚରଣ l୮l
ଗୁରୁ କୃପା ବିନ୍ଦୁ ଝରିଲେ ମସ୍ତକେ
ଯଶ ଖ୍ୟାତି ଯାଏ ଭରି
ସେହି ଗୁରୁ ପାଦେ ଲୟ ରଖିଥିବା
ସତ ସିନ୍ଧୁ ହେବା ପାରି l୯l
ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ବର ସେତ
ଆଲୋକର ଶିକ୍ଷା ଜ୍ୟୋତି
ତାଙ୍କ ଉପଦେଶ ଜୀବନର ବ୍ରତ
ପାଳୁ ଥିବା ନିତି ନିତି l୧୦l
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ
ଗୁରୁ ଶିକ୍ଷାଟି ମହାନ
ସେହି ଗୁରୁ ପାଦେ ଶତ ପ୍ରଣୀ ପାତ
ଗଢିବା ଆମ ଜୀଵନ l୧୧l
ଗାନ୍ଧିନଗର, ଜିଲ୍ଲା :ନବରଙ୍ଗପୁର l
No comments:
Post a Comment