ଏଲିନା ଶତପଥୀ
ଆରେ କାଳିଆ
ଭାବ ଭୋଳିଆ
ତୁମ ଭାବେ
ଵାନ୍ଦିଦିଅ ମୋତେ
ତୁମକୁ ପୂଜିଵି
ନିତି ଭଜିବି
ମନ ଏମିତି ଚାହିଁଚି କେତେ
ଆରେ କାଳିଆ
ଭାବ ଭୋଳିଆ
ତୁମ ଭାଵେ ବାନ୍ଦିଦିଅ
ମୋତେ।
ଯେଉଁ ଭାବରେ
ସାରା ଗୋପକୁ
ତୁମେ ଦେଇଥିଲ
ଦିନେ ବାନ୍ଦି
ସେହି ଛନ୍ଦରେ
ଛନ୍ଦି ହେବାକୁ
ମୋ ମନ ଝୁରୁଛି କେତେ
ଆରେ କାଳିଆ
ଭାବ ଭୋଳିଆ
ତୁମ ଭାବେ ବାନ୍ଦିଦିଅ
ମୋତେ।
ଯେଉଁ ଭାବରେ
ଦୈପଦୀଙ୍କୁ ତୁମେ
ଦେଇଥିଲ କୋଟି ଵସ୍ତ୍ର
ଯେଉଁ ଭାବରେ କୁବୁଜା
ପିଠିରେ ତୁମେ
ମାରି ଦେଇଥିଲ ହାତ
ସେହି ଭାବରେ
କୃପା ନେତ୍ରରେ
ଥରେ ଚାହିଁଦିଅ
ପ୍ରଭୁ ମୋତେ
ଆରେ କାଳିଆ
ଭାବ ଭୋଳିଆ
ତୁମ ଭାଵେ ଵାନ୍ଦିଦିଅ ମୋତେ।
ଯେଉଁ ଭାବରେ
ତୁମେ ଠାକୁରେ
ଖାଇଥିଲ ଶବରୀ ଉଚିଷ୍ଟ
ଯେଉଁ ଭାବରେ ଵିଦୁର
ଶାଗଭଜାରେ ତୁମେ
ହୋଇଥିଲ ସନ୍ତୁଷ୍ଟ
ସେହି ଭାବରେ ମୋ
ହୃଦରେ ତୁମ
ପାଦ ରଖିଦିଅ ଟିକେ
ଆରେ କାଳିଆ
ଭାବ ଭୋଳିଆ
ତୁମ ଭାବେ ଵାନ୍ଦିଦିଅ
ମୋତେ।
ମାଲକାନଗିରି।
No comments:
Post a Comment