Tuesday, September 8, 2020

💐 ଆନନ୍ଦ ଭଜନାମୃତମ୍ 💐

ପତିତପାବନ ବାନା
        ଆନନ୍ଦ ଗୋସାଇଁ ହେ ,
ଆରତ ନାଶନ ବାନା
       ତ୍ରିଭୁବନ ସାଇଁ ହେ ....
ତୁମ୍ଭରି ମହିମା କଥା
       କେ ପାରିବ କହି ହେ ,
କେତେ ସାଧୁ ସନ୍ଥ ଯା'ନ୍ତି
        ଦରଶନ ପାଇଁ ହେ.....
କି ବିଚିତ୍ର ଲୀଳା ତୁମ୍ଭ
        କାହିଁ ଦେଖି ନାହିଁ ହେ ,
ସହସ୍ର ସନ୍ନ୍ୟାସୀ ମଧ୍ୟେ
        ଶୋଭା ପାଅ ଯହିଁ ହେ .....
ଧନ ଦାରା ଲୋଭ ଛାଡ଼ି 
        ପଦ ସେବା ପାଇଁ ହେ ,
କେତେ ମହାତ୍ମା ଅଛନ୍ତି
         ସର୍ବତ୍ୟାଗୀ ହୋଇ ହେ .....
ଅନ୍ତର୍ଯ୍ୟାମୀ ସନାତନ
          ଅଛ ସର୍ବ ଠାଇଁ ହେ ,
ଅନ୍ତର ଡାକକୁ ସଦା
           ରହିଅଛ ଚାହିଁ ହେ .....
ତୁମ୍ଭ ବିନା ଏ ସ°ସାରେ
          ଅନ୍ୟ ଆଶ୍ରା ନାହିଁ ହେ ,
ଦୀନ କୈଳାଶ ଝୁରଇ
         ପଦରଜ ପାଇଁ ହେ ......

 କବିସୌରଭ କୈଳାଶଚନ୍ଦ୍ର ବେହେରାବାଲିଗୁଡା , କନ୍ଧମାଳ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy