Saturday, September 12, 2020

🙏* ଜୟ ଶ୍ରୀ ରାମ *🙏 🌸 ହେ..... ରଘୁନନ୍ଦନ 🌸

 ✍️ନିରଞ୍ଜନ ମହାରଣା 


ତ୍ରେତୟା ଯୁଗରେ 

ଅଯୋଧ୍ୟା ନଗରେ 

ପ୍ରଭୁ ତୁମେ ଜନମିଲ

ସାଙ୍ଗରେ ଆଣିଲ 

ଭାରତ ଶତ୍ରୁଘ୍ନ 

ଲକ୍ଷ୍ମଣ ଭାଇ ପାଇଲ 

ହେ..... ରଘୁନନ୍ଦନ

ଲକ୍ଷ୍ମଣ ଭାଇ ପାଇଲ   II


ଚାରି ଭାଇ ତୁମେ 

ଜଗତ ଇଶ୍ୱର 

ରଘୁକୁଳେ ଜନମିଲ

ପିତା ଦଶରଥ 

କୌଶଲ୍ୟା କୈକେଇ 

ସୁମିତ୍ରା  କୋଳ ମଣ୍ଡିଲ

ହେ.... ରଘୁନନ୍ଦନ

ମାଆଙ୍କ କୋଳ ମଣ୍ଡିଲ   II


ବାଲ୍ୟକାଳ ଗଲା 

ମାଆ ପାଖେ ରହି 

ଶୈଶବ ଗୁରୁକୁଳରେ 

ବିଶ୍ଵାମିତ୍ର ଋଷି 

ସାଙ୍ଗରେ ପହଂଚି 

ଯୋଗଦେଲ ସ୍ଵୟମ୍ବରେ   

ହେ...... ରଘୁନନ୍ଦନ

ଯୋଗଦେଲ ସ୍ଵୟମ୍ବରେ    II


ଶିବଧନୁ ଭାଙ୍ଗି 

ସୀତାଙ୍କୁ ପାଇଲ 

ତୁମେ ପ୍ରଭୁ ବନମାଳୀ 

ରାଜା ହେବା ଦିନ 

ବନସ୍ତ କୁ ଗଲ 

ପିତୃ ସତ୍ୟ ଧର୍ମ ପାଳି 

ହେ...... ରଘୁନନ୍ଦନ

ପିତୃ ସତ୍ୟ ଧର୍ମ ପାଳି    II


ସଵାରୀ ଅଇଁଠା 

ଖାଇଲ ପ୍ରଭୁହେ 

କଠଉ ଦେଲ ଭାଇକୁ 

ଅହଲ୍ୟା ଉଦ୍ଧାରି 

ଅସୁରଙ୍କୁ ମାରି 

ପାଇଲ ଦୂତ ହନୁଙ୍କୁ   

ହେ...... ରଘୁନନ୍ଦନ

ପାଇଲ ଦୂତ ହନୁଙ୍କୁ    II


ସ୍ତ୍ରୀଙ୍କ କଥାରେ 

ଗୋଡ଼ାଇଲ ପ୍ରଭୁ 

ସୁନା ମୃଗ ମାରିଦେଲେ 

ଦଶାନନ ତେଣେ 

ଭଉଣୀ ବ୍ୟଥାରେ 

କୁଟୀରରେ ପ୍ରବେଶିଲେ 

ହେ...... ରଘୁନନ୍ଦନ

କୁଟୀରରେ ପ୍ରବେଶିଲେ    II


ପୁଷ୍ପକ ବିମାନେ 

ସୀତା ଚୋରି ଦେଖି 

ଜଟାୟୁ ଯୁଦ୍ଧ କରିଲା 

ଚନ୍ଦ୍ରହସ୍ତ ଖଡ଼ଗେ 

ଡେଣା ହରାଇଲା 

ସୀତା  ଙ୍କ ଖବର ଦେଲା 

ହେ..... ରଘୁନନ୍ଦନ

ସୀତାଙ୍କ ଖବର ଦେଲା    II


କିଷ୍କିନ୍ଦ୍ୟା ପହଂଚି 

ବାଳୀକୁ ବଧିଲ

ସୁଗ୍ରୀବଙ୍କୁ ମିତ କଲ 

ସମୁଦ୍ର ଗର୍ଭରେ 

ସେତୁକୁ ବାନ୍ଧିଲ 

ଲଙ୍କାପୁର ଧ୍ୱଂସ କଲ 

ହେ........ ରଘୁନନ୍ଦନ

ଲଙ୍କାପୁର ଧ୍ୱଂସ କଲ   II


ରାବଣ ବଧିଲ

ସୀତା ଉଦ୍ଧାରିଲ 

ବିଭୀଷଣେ ଲଙ୍କା ଦେଲ 

ଅଯୋଧ୍ୟା କୁ ଫେରି 

ରାଜା ହେଲ ପ୍ରଭୁ 

ଜନତାଙ୍କ ସେବା କଲ 

ହେ...... ରଘୁନନ୍ଦନ

ଜନତାଙ୍କ ସେବା କଲ   II

ଜୟ ଶ୍ରୀ ରାମ............. 


ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା 
ମାଲକାନଗିରି 


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy