Saturday, September 12, 2020

ରାମ ଜନ୍ମ ଭୂମି

 ✍ଶ୍ରୀମତୀ ବାସନ୍ତୀ ଲତା ଜେନା


ରାମ ଜନ୍ମଭୂମି ଅଯୋଧ୍ୟା ନଗର 

     କୌଶଲ୍ୟା କୁଳ ନନ୍ଦନ 

ନବମୀ ଥିରେ ଭୂମିଷ୍ଟ ହୋଇଲେ 

    ପିତା ମାତା ହେଲେ ଧନ୍ୟ   l୧l 

ସତ୍ୟ ନ୍ୟାୟ ଧର୍ମ ସ୍ଥାପନା ପାଇଁ କି 

    ଆବିର୍ଭାବ ଆର୍ତ୍ତତ୍ରାଣ 

ଅଧର୍ମ ଉପରେ ଧର୍ମର ସ୍ଥାବନା 

     କରି ଥାନ୍ତି ଭଗବାନ       l୨l

ରାମଙ୍କ ଜନ୍ମରେ ଅଯୋଧ୍ୟାରେ ଖୁସି 

      କହିଲେ ସରଇ ନାହିଁ 

ସାରା ଅଯୋଧ୍ୟାକୁ କୁସୁମ ପରଶେ 

      ଦେଇ ଥିଲେ ତ ସଜାଇ   l୩l

ଦୀପାଳି ଜାଳିଲେ ଦାନ ଧର୍ମ କଲେ 

      ନୃତ୍ୟ ଗୀତର ଆସର 

ଅଯୋଧ୍ୟା ବାସୀ ତ ଆନନ୍ଦେ ବିଭୋର 

      ପ୍ରଭୁ ଜନ୍ମିଲେ ମର୍ତ୍ତର      l୪l

ରାମଙ୍କର ଆଉ ତିନି ଭାଇ ଥିଲେ 

    ଲକ୍ଷ୍ମଣ ଭରତ ଜାଣ 

ସବା ସାନ ଭାଇ  ଶତ୍ରୁଘ୍ନ ହୋଇଲେ 

     ଖୁସିରେ କଟଇ ଦିନ      l୫l

ପରସ୍ପର ମଧ୍ୟେ ବାନ୍ଧି ହୋଇ ଥିଲେ 

      ଅତୁଟ ସ୍ନେହ ବନ୍ଧନ 

ଶିକ୍ଷା ଦୀକ୍ଷା କଲେ ଗୁରୁ ଆଶ୍ରମରେ 

      ଅଯୋଧ୍ୟା  ହୋଇଲା ଧନ୍ୟ   l୬l

ଶ୍ରୀରାମ ସାଙ୍ଗରେ ସୁମିତ୍ରା ନନ୍ଦନ 

     ପାଶେ ପାଶେ ରହିଥିଲେ 

ଦୂର୍ବlଶlଙ୍କ ସଙ୍ଗେ ଜଙ୍ଗଲକୁ ଯାଇ 

      ଅସୁରଙ୍କୁ ମାରୁ ଥିଲେ         l୭l

ମିଥିଳା ରାଜ୍ୟର ଜନକଙ୍କ କନ୍ୟା 

      ପରମା ସୁନ୍ଦରୀ ସୀତା 

ଶିବ ଧନୁ ଭାଙ୍ଗି ବିବାହ କରିଲେ 

      ହୋଇଲେ ଜଗତ ଜିତା       l୮l

ପିତୃ ସତ୍ୟ ପାଳି ବନବାସ ଗଲେ 

      ଚଉଦ ବର୍ଷ ବିତିଲା 

ରାବଣ ଦୁର୍ମତି ଛଦ୍ମ ବେଶ ଧରି 

     ସୀତାଙ୍କୁ ହରଣ କଲା       l୯l

ବହୁ କଷ୍ଟ ସହି ସେତୁ ବନ୍ଧ କଲେ 

      ବାନର ସେନାଙ୍କୁ ଧରି 

ରାବଣ ବଧିଲେ ସିତେ ଉଦ୍ଧରିଲେ 

     ଆସିଲେ ଅଯୋଦ୍ଧା ଫେରି  l୧୦l

ପ୍ରଜାନୁ ରଞ୍ଜନ ଦଶରଥ ନନ୍ଦନ 

       ସବୁରିଙ୍କ ପ୍ରିୟ ହେଲେ 

ରାଜ୍ୟ ସିଂହାସନେ ରାଜ୍ୟତ୍ୱ କରିଲେ 

       ପ୍ରଜା ଦୁଃଖ ବୁଝୁ ଥିଲେ   l୧୧l 

ତ୍ରେତୟା ଯୋଗରେ ରାମଙ୍କ ଆଦର୍ଶ 

      ଯୁଗେ ଯୁଗେ ବିଦ୍ୟମାନ 

ଧର୍ମର ସ୍ଥାପନା ପାଇଁ ଆବିର୍ଭାବ 

      ଦୁଷ୍ଟ  ଅଇରୀ  ନାଶନ    l୧୨l

ଦୀର୍ଘ ପ୍ରତିକ୍ଷାର ଫଳ ଆଜି ମିଳେ 

      ଭବ୍ୟ ମନ୍ଦିର ନିର୍ମାଣ 

କୋଟି ଶ୍ରଦ୍ଧାଳୁଙ୍କ ମନର ଆବେଗ 

      ସିଂହାସନେ ନାରାୟଣ    l୧୩l

ରାମ ମୟ ଆଜି ଅଯୋଧ୍ୟା ହୋଇଛି 

      ରାମ ମୟ ତ ଭାରତ 

ରାମ ପ୍ରେମ ପ୍ରୀତି ଭକ୍ତଙ୍କ ପ୍ରାଣରେ 

       କରୁଣା ଅଟେ ସରିତ    l୧୪l

ଗଗନେ ପବନେ ଗୁଂଜରିତ ହୁଏ 

      ଜୟ ରାମ ସୀତା ରାମ 

ସତ୍ୟ ଧର୍ମ ନିଷ୍ଠl   ତ୍ୟାଗର ପ୍ରତୀକ 

     ତୁମେ ପୁରୁଷ ଉତ୍ତମ      l୧୫l


ଗାନ୍ଧିନଗର, 
ନବରଙ୍ଗପୁର  l


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy