ପୁରୁଣା କାଳରୁ ଭାରତବର୍ଷ ଦେବ ଭୂମି ଭାବେ ପ୍ରକାଶିତ। ଅନେକ ମୁନିଋଷି ଧର୍ମ ବୀର,ଜ୍ଞାନିଗୁଣୀ,ଦେବତା, ପଣ୍ଡିତ,ଏ ଭୂମିରେ ବିଦ୍ୟମାନ।
ସେ ମହାନ୍ ଆତ୍ମା ଙ୍କ ଜନ୍ମ କେବଳ ଜନକଲ୍ୟାଣ ପାଇଁ ହେଇଛି କେତେ ବେଳେ ଅସୁର ସଂହାର ପାଇଁ ଦୁନିଆଁ କୁ ରକ୍ଷା କରିବାପାଇଁ ଭଗବାନ ମର୍ତ୍ତ ପୁରରେ ବାରମ୍ବାର ଜନ୍ମ ନେଇଛନ୍ତି।
ଦିନେ ଅଯୋଧ୍ୟା ନଗରୀରେ ଚାରୁଦିଗ ସୁବାସିତ ନବ ପ୍ରଫୁଲ୍ଲ ଭରା ଆକାଶ ଶୁଶୋଭିତ ବନଭୂମି ମୁଖମଣ୍ଡିତ। ଜନ୍ମ ଶ୍ରୀ ରାମଚନ୍ଦ୍ର ଙ୍କ ଦଶରଥଙ୍କ ମନରେ ଆନନ୍ଦ ର ସୀମା ନାହିଁ ପୁରପଲ୍ଲୀ ଲୋକ ମନରେ ନୂତନ ପରିକଳ୍ପନା ଉଲ୍ଲାସ ବ୍ୟସନର ପରିଭାଷା ଚହଟୁଥାଏ।
ଅଯୋଧ୍ୟାବାସୀଙ୍କ ରକ୍ଷାକର୍ତ୍ତା ଶ୍ରୀ ରାମଚନ୍ଦ୍ର ଙ୍କ ଆଗମନ ।ଚାରିଭାଇ ଙ୍କ ମଧ୍ୟ ରେ ରାମଚନ୍ଦ୍ର ଜ୍ୟେଷ୍ଠ। ଗୁରୁକୁଳରେ ଶିକ୍ଷା ସମାପ୍ତ ପରେ ରାଜା ଦଶରଥଙ୍କ ରାଜ୍ୟର ଭାର ଦେଇ ମୁକ୍ତ ହେବାକୁ ଚାହୁଥିଲେ।
ର୍ମଯାଦାପୁରୁଷୋତମ ଶ୍ରୀରାମ ଚନ୍ଦ୍ର ପିତା ଙ୍କ ବଚନ ରକ୍ଷା ପାଇଁ ଚଉଦ ବର୍ଷ ବନବାସ ଗଲେ।
ସୀତାଙ୍କ ଅପହରଣ କରି ରାବଣର
ବିନାଶ ହୋଇଥିଲା ।ସତ୍ୟ ନ୍ୟାୟ ର ପ୍ରତିମୂର୍ତ୍ତି ପ୍ରଭୁ ଶ୍ରୀ ରାମ ।ଦୁନିଆରୁ ଅନ୍ୟାୟ ର ନିପାତ ଅତ୍ୟାଚାର ର ଅନ୍ତ କରିଥିଲେ।ସେ ଥିଲେ ଭାତୃବତ୍ସଲ, ର୍ମଯାଦାପୁରୁଷୋତମ,ପିତୃବଚନ ରକ୍ଷକ,ସୁଶାସକ ,ପ୍ରଜା ଜନହିତକାରୀ ସ୍ବଂୟ ବିଷ୍ଣୁ ଙ୍କ ଅଂଶ।
ଦୁନିଆରୁ ଅନ୍ୟାୟ ,ଅତ୍ୟାଚାର କଳୁଷ ପାପକୁ ଦୁର କରି ନ୍ୟାୟ ର ଦେବତା ଭଗବାନଙ୍କ ଆବିର୍ଭାବ।
ଏବେ ଅଯୋଧ୍ୟା ରେ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଭୂମି ଭୂମିପୂଜା ଅନୁଷ୍ଠିତ ହୋଇଛି।ପୁଣି ଥରେ ରାମଙ୍କ ଆଗମନ ହେବ ଏ ଭାରତବର୍ଷ ରେ ସମାଜରୁ ଅନ୍ୟାୟ ଅତ୍ୟାଚାର ବିନାଶ ହେବ। କଳାବଜାର , ଡକାୟତି,ହତ୍ୟା ହଟିଯାଇ।ସୁଖ, ସମୃଦ୍ଧି,ରୋଗଶୋକ ଦୂରେଇ ଯିବ । ହଁ ପୁଣି ଥରେ ମୋ ଭାରତବର୍ଷ ରାମ ରାଜ୍ୟର ହେବ।
ଏଥିରେ ସନ୍ଦେହ ନାହିଁ।
ସରସ୍ବତୀ ସାଲିମା
ସମ୍ବଲପୁର
No comments:
Post a Comment