✍ଡ.ଗୁରୁ ମୂର୍ତ୍ତି ନାୟକ
ଉଦାହରଣ ଉଦାର ପୁରୁଷ ରାମ
ପୂଣ୍ୟ ଅଯୋଧ୍ୟା ତୁମ ଧାମ
କୌଶଲ୍ୟା ନନ୍ଦନ ନବମୀ ତିଥିରେ
ଜନ୍ମିଲ ଭାରତ ପବିତ୍ର ଭୂମିରେ
ଆଦର୍ଶ ପରିଧାନ ହୃଦୟ,ମନ,
ଶରୀରରେ ।
ସତ୍ୟ,ନ୍ୟାୟ, ଧର୍ମ ,ଅହିଂସା,
ଅସ୍ତ୍ର କରିଥିଲ ଶାସନରେ
ମିଥ୍ୟା ଉପରେ ସତ୍ୟ ବୂନକୁ
ରଖିଲ କରି ଗୁଣ
ପିତାକୁ ଉଦ୍ଧାରୀ ବନବାସୀ ହେଲ
କୈକେୟୀ କପଟରେ
ଅଧର୍ମ ଉପରେ ଧର୍ମ ସ୍ଥାପନକୁ
ବନେ ରାକ୍ଷସକୁ ଦେଲ ମାରି ।
ଅନାର୍ଯ୍ୟ, ଆର୍ଯ୍ୟ ସେତୁ ବାନ୍ଧିକରି
ଦେବ,ଦାନବ, ମାନବକୁ
ରକ୍ଷା କରିଥିଲ ଦିନେ
ଜନ ମାନସରେ ନାରୀ ପରୀକ୍ଷଣ
ବୀଜଟିଏ ଦେଲ ରୋପି ।
ଧୋବା ଧୋବଣୀ କଳି
ଧର୍ମ ଶାସନକୁ ଦେଲା ଗିଳି
ନଡରି ପ୍ରଜାପାଳନକୁ ଶ୍ରେୟ
ମନେ କରି ସ୍ତ୍ରୀକୁ ଦେଲ ଛାଡି
କୀର୍ତ୍ତି ଅର୍ଜିଲ ନାରୀରେ ଅସତୀ କରି
ପ୍ରମାଣ କରିଲ ମିଛ ମାୟା ସଂସାରରେ କିଏ ତ ନୁହେଁ କାହାରି ।
ଧନ ସମ୍ପତ୍ତି ତ ତୁଛ ଥିଲା
ରାଜା ହୋଇଥାନ୍ତ ହେଲ ବନେ ରାଜା
ବିପଦରେ ଭାଇ ସହାୟ ହୁଅନ୍ତି
ଲକ୍ଷ୍ମଣ ପାଖେ ଥିଲା
ଭରତ ଭାଇ ତ ରାଜ୍ୟ ଜଗିଥିଲା
ଶତ୍ରୁଘ୍ନ ଭାଇକୁ ନେଇ
ଭାଇଚାରା ତୁମ ଏମାଟି ଘୋଷିଲା
ଆଦର୍ଶ ରାଜା କହି ।
ତୁମେ ଚାଲିଗଲ ମନ୍ଦିର ତ ଗଲା
ଦେଖିଲେ ଜଗତବାସୀ
ଆଜି ତୁମ ତ୍ୟାଗ ,ସତ୍ୟ ଧର୍ମ ଲାଗି
ତୁମ ମନ୍ଦିରରେ ତୁମେ
ପାଇଲ ପୂଜା
ଗଗନ, ପବନ ଗୁଂଜରିତ ଆଜି
ଜୟ ରାମଚନ୍ଦ୍ର ଜୟ
ଅଯୋଧ୍ୟା ମାଟି ହସି କହୁଥିଲା
ମୋ ରାମ ପୁରୁଷୋତ୍ତମ
ସତ୍ୟ ,ଧର୍ମ, ତ୍ୟାଗ, ଶାନ୍ତି, ମୈତ୍ରୀ
ଆଦର୍ଶ ପ୍ରତୀକ
ଅଯୋଧ୍ୟା ରାଜା ରାମ ।।
ଭଂଜନଗର, ଗଂଜାମ

No comments:
Post a Comment