Tuesday, September 8, 2020

-ଭଦ୍ରମୁଖା-

✍ସୁକାନ୍ତ ଖଣ୍ଡା

ସଭ୍ଯ ସୁଶିଖିତ ବ୍ଯବସାୟୀ 

କୋଟିପତି ମାଲିକ

ମାଳମାଳ ଚାକର ବାକର ତା' ପରିବେଶେ

ଦେ'ଣ ନେ'ଣ ଚାଲେ ଦିନରାତି

ତା' ଘରଣୀ ତ ରୂପର ଗନ୍ତାଘର ଆକାଶର ମେଘ ପରି 

ଦୋହଲୁ ଥାଏ ଚାରିପାଖେ। 

ଗୋଟିଏ ବୋଲି ଝିଅ 

ତା' ରକ୍ତର ରକ୍ତ 

ଭାରି ଲାଜକୁଳୀ

ସାତତାଳ ପାଣି ଭିତରେ 

ବୁଢ଼ୀ ଅସୁରୁଣୀର ଜୀବନ ନାଟିକା ପରି

ଝିଅ ରହୁଥିଲା ଫୁଲ ବିଛଣାରେ

ସାତ ମହଲା ଉପରେ 

ଯେଉଁଠି ଖେଳେ କାମନାର ଢେଉ

ମାଆର ରୂପ ବାପାର ଗୁଣ 

ଭରି ରହିଥିଲା ଦେହ,ମନ ଓ ପ୍ରାଣରେ। 

ବାପା ତା'ର ଅର୍ଥର ପାଚେରୀ ଠିଆ କରାଇଛି 

ଶ୍ରମରେ ଶ୍ରମରେ

ତ ଦେଖି ହେଉଥିଲେ ଖୁସି ପଡ଼ୋଶୀ,ଗୋପି ଗୋପାଳୁଣୀ ପରି।

ତା' ପରିବେଶେ ତା' ରଙ୍ଗ ମହଲରେ

ବାପା ତା'ର ଯାହାକୁ ଚାହେଁ 

ରଙ୍ଗ ଲଗେଇ ଦିଏ ଖେଳରେ

କି ଦିନ କି ରାତି

ସବୁ ଜାଣନ୍ତି ମାଆ ଆଉ ଝିଅ ସେମାନେ ବି ସାହାଯ୍ୟର ହାତରୁ ବଢ଼ାନ୍ତି 

ଝିଅ ଭାବେ ନାହିଁ ବାପା କି

ବାପା ଭାବେ ନାହିଁ ଝିଅ।

ଝିଅର ପ୍ରଥମ ଊତୁରେ 

ବାପା ନେଶି ଦେଲା ରଙ୍ଗ

ଝିଅ ବି ଖୁସି ଯେ ଜୀବନରେ 

ପ୍ରଥମ ତା' ଦେହେ ରଙ୍ଗ ବୋଳିଛି 

ମାଆ ବି ସବୁ ଜାଣି 

ପ୍ରଶୟ ଦେଇଛି

ବାପା,ମାଆ ଆଉ ଝିଅ ଚାହାଁନ୍ତି ନି

ତାଙ୍କ ଧନର ପାହାଡ଼ 

ଆଉ କା' ହାତକୁ ଯାଉ। 

ଆଜି ଝିଅ ଦୁଇଟି ସନ୍ତାନ ଦେଇଛି

ବାପା ଆଉ ବାପା ହୋଇ ନାହିଁ 

ସେ ପତି ହୋଇ ସାରିଛି 

ନିଜର ଇଛାରେ ଇଛାରେ। 

ତା'ର ଚାକର ବାକର ସବୁ ଜାଣି ବି

ପାଟିରେ ବିଣ୍ଡା 

ତାଙ୍କର ଅର୍ଥ ଦରକାର 

ଭାସିଗଲା ତ ଯାଉ ଯିବାରୁ ଦିଅ 

ଏମାନେ ତ ଜଣେ ଜଣେ ଭଦ୍ର

ମୁଖା ପିନ୍ଧା ମଣିଷ 

ଯିଏ ସଂସାରକୁ ନିତି 

ଚଳାଉଛନ୍ତି ଇଛାରେ ଇଛାରେ। 

                 *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy