Tuesday, September 8, 2020

ମଧୁଛନ୍ଦା

ମଧୁଛନ୍ଦା ଗୋ... 

ଲୁଚି ଲୁଚି ଆସ ମନ ମନ୍ଦିରେ 

ରାତ୍ରି ର ତୃତୀୟ ପ୍ରହରେ.. 

ଛମ୍ ଛମ୍ ଛନ୍ଦରେ... 

ପୁଲକିତ ଆତ୍ମା.. 

ତୃଷାର୍ତ୍ତ ପରାଣେ.. 

ଆଣିଥିଲ ଶାନ୍ତିର ଫଗୁଣ... 

ସାଥେ ଅସରନ୍ତି ଖୁସିର ଫୁଆର !!


ଆଗୋ ମଧୁଛନ୍ଦା.. 

ହଜିଲା ସ୍ମୃତି କୁ ତାଜା କରି.. 

ଆବେଗ ର ଉର୍ମି.. 

ମଥା ପିଟେ ରହି ରହି.. 

ଉତ୍କଣ୍ଠାର ଶୂନ୍ୟ ବେଳାଭୂମିରେ 

ମାନସ ପଟେ ଉଙ୍କି ମାରେ... 

ଅନେକ ପ୍ରଶ୍ନବାଚୀ.. 

ବିବେକ ଭାରାକ୍ରାନ୍ତ.. 

ତ୍ରାହି ଅଶାନ୍ତ ମରୁଝଡ଼ରୁ !!


ହେ ମଧୁ ଛନ୍ଦା... 

ତୁମ ଆଗମନି ବାର୍ତ୍ତାମିଳିଥିଲା 

ଅସନ୍ତୁଷ୍ଟ ବାତାବରଣ ମଧ୍ୟେ.. 

ମୋହନ ବଇଁଶୀ ର ସ୍ଵନ.. 

ଆସୁଥିଲା କଦମ୍ବ ବନେ.. 

ଆସିଥିଲ ତୁମେ ରାଧିକା ରୂପେ... 

ଚାହିଁଥିଲେ କାଁହୁ ପଥେ.. 

ନୟନ ବିସ୍ପlରୀ... 

ମାନିନୀ ମଧୁଛନ୍ଦା ପାଇଁ !!


ଆହେ ମଧୁ ଛନ୍ଦା... 

ତୁମ ମୃଦୁ ସପନ ପରସ.. 

ରୋମାଂଚିତ କରେ ତନୁ ମନ.. 

କାଉଁରୀ ଦୁନିଆରେ ଖୋଜିବୁଲେ... 

ତୁମ ଆଗମନ ର ପଦଶବ୍ଦ କୁ.. 

ଉତ୍କଣ୍ଠା ର ଅସୀମ ତୋଫାନ.. 

ହଜି ଯାଏ, ମଜିଯାଏ ସଦା... 

ଅନୁଭବ କରେ ସ୍ୱର୍ଗସୁଖ ଏକଦା.. 

ତୁମେ ମୋ ମାନମୟୀ "ମଧୁଛନ୍ଦା"


ନିର୍ମଳ ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy