Tuesday, September 8, 2020

ଲାଜକୁଳୀ ଲତା

          🌿🍀🌿🍀🌿🍀🌿

ଲାଜକୁଳୀ ଲତା ହେଲେବି ବୃକ୍ଷଟେ

        ଜାଣଇ ନୀତି ସଂସ୍କାର

ଆସିଲେ ତା ଦେହ ସଂସ୍ପର୍ଶରେ କେହି

        ଘୋଡା଼ଏ ଅଙ୍ଗକୁ ତାର ।


  ଧର୍ମ  ତା  ନଇଁବା  କଷଣ  ସହିବା

         ଦଳି ଚକଟି ଦେ ଯେତେ

  ଦଣ୍ଡା କି ବାଳୁଙ୍ଗା ନୁହେଁ ତା ସ୍ଵଭାଵ

          ସରମୀ ଲତାଟି ସତେ ।


   ଜାଣେ ସେ ଦୁନିଆ ବଡ଼ ଅମାନିଆ

          କରନ୍ତି ଖାଲି ଶୋଷଣ

    ହୋଇ  ଭୟଭୀତ  ହୁଏ  ସଙ୍କୁଚିତ

          ଲଜ୍ୟା ଅଟେ ତା ଭୂଷଣ ।


  ବନାନୀ ସବୁଜ କ୍ଷେତରେ ଶୋଭିତ

       ଥାଏ କୋଣେ ଅନୁକୋଣେ 

 ପ୍ରକୃତି କୋଳରେ ବଂଶ ତା ବିସ୍ତାରେ

           ଘଞ୍ଚ ଅରଣ୍ୟର ବଣେ ।


   ନିଦାଘ ଖରାରେ ମାଟିର ଗନ୍ଧରେ

           ଶରୀର ବିଛୁଡ଼ି ଥାଏ

    ପାଇଲେ ବରଷା ଜଳକୁ ଗ୍ରହଣେ

           ବହୁ ଆନନ୍ଦିତ ହୁଏ ।


    ସରୁ  ସରୁ  ପତ୍ର  ଚାଦର  ବିଛାଇ

           ଖେଳି ଯାଉଥାଏ ମନେ

    ପବନର  ମିଠା  ପରଶ  ପାଇଲେ

           ଜୀବନକୁ ଧନ୍ୟ ମଣେ ।


    ସୁରକ୍ଷିତ ହୋଇ  ରହିବା ପାଇଁକି

          ଦେହରେ ତା କଣ୍ଟା ଭରି

   ଗଢ଼ିଛି  ବିଧାତା ରୂପ ରେଖ  ଦେଇ

          ତାକୁ  ସୁକୁମାରୀ  କରି ।


   ନାରୀ ର ଭୂଷଣ ଲଜ୍ୟାଟିକୁ ଜାଣ

         ଦେହରେ ସେ ଅଳଙ୍କାର

   ଲାଜକୁଳୀ ଲତାଠାରୁ ଶିକ୍ଷା କର

            ବଞ୍ଚିବାର ସୂତ୍ରଧାର ।


   ମାନବ ଜାତି ହେ ଛାଡ଼ କୁସଂସ୍କାର

           ହୁଅ ଟିକେ ସ୍ୱାଭିମାନି

   ଭାରତୀୟ ପ୍ରଥା ପ୍ରାଚୀନ ସଂସ୍କୃତି

          ବଜାୟ ରଖୁଥା ମାନି ।

.                     ସମାପ୍ତ

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy