Tuesday, September 8, 2020

【 "କର୍ମ " 】

 ଯେଉଁ ନର ହୁଏ କର୍ମରେ କର୍ମଠ

ମିଳୁଥାଇ ତାକୁ ଦାନା ।

ବହୁ ଅରଜଇ ପେଟ ବି ପୁରଇ

ମିଳୁଥାଇ ତାକୁ କନା ।।


କର୍ମ ନୁହେଁ ଖାଲି ଜୀବନର ଏକ

ସବୁଠୁଁ ଅମୂଲ୍ୟ ଧନ ।

କରୁଥିଲେ କର୍ମ ସ୍ୱାସ୍ଥ୍ୟ ରୁହେ ସୁସ୍ଥ

ନିଶ୍ଚଳ ବି ରୁହେ ମନ ।।


ବସି ଖାଉଥିଲେ ନଈ ବାଲି ସରେ

ସମ୍ପଦ ବା କିସ ଛାର ।

ନିଅଣ୍ଟ ପଡଇ ଆଜୀବନ କାଳ

ହାତ ପାତେ ଘର ଘର ।।


ମାଆ ଅନ୍ନପୂର୍ଣ୍ଣା ପ୍ରସନ୍ନ ହୁଅନ୍ତି

କରୁଥିଲେ କ୍ଲାନ୍ତ ଶ୍ରମ ।

ଆଶାଠୁ ଅତ୍ୟନ୍ତ ଫଳ ଦେଇଥାନ୍ତି

ନ କରି ତିଳେ ବିଳମ୍ବ ।।


ମିଳଇ ବୈକୁଣ୍ଠ ପ୍ରାପ୍ତି ଇହ ଧାମେ

ଧନ ଜନ ପରିପୂର୍ଣ୍ଣ ।

ହୁଅଇ ଅଭାବ ଦୂର ସବୁ ତା 'ର

ମନସ୍କାମ୍ନ ହୁଏ ପୂର୍ଣ୍ଣ ।।


କର୍ମ ହିଁ ଈଶ୍ୱର କର୍ମ କରିଚାଲ

କର୍ମରେ ନିପୁଣ ରହି ।

ହାରିବାନି କେବେ ଜୀବନରେ ଆମେ

କର୍ମ କରୁଥିଲେ ଭାଈ ।।


କର୍ମରେ ଜୀଇଁବା କର୍ମରେ ମରିବା

କର୍ମ ସବୁଠାରୁ ବଡ଼ ।

ଯେଉଁ କର୍ମେ ହୁଏ ସମାଜେ ମଙ୍ଗଳ

ସେହି କର୍ମେ ଆଗେ ବଢ଼ ।।

                       ସମାପ୍ତ


✍ ଅମରନାଥ ବାରିକ୍

💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy