✍କଳ୍ପନା ରାୟ
ଆସ ରାଧାରାଣୀ
ହସ ମନ ଜିଣି
ମାଗିନି କିଛି ମୁଁ ତୁମକୁ
ସ୍ବପ୍ନରେ ମୋ ଆସ
ସ୍ବପ୍ନରେ ମୋ ଵସ
ଭଲପାଏ ପରା ତୁମକୁ
ଭୂଲି ହୁଏନା ଚାଲି
ରୂପ ରଙ୍ଗ ଝିଲିମିଲି
ସ୍ବପ୍ନରେ ଚାହିଁଛି ପଥକୁ
ଟଣା ଟଣା ଆଖି
କଥା ନିରିମାଖି
ସବୁ ନିନ୍ଦେ ସଦ୍ୟ ଜୋତ୍ସ୍ନାକୁ
ନାକରେ ତ ରାଗ
ତାହା ତ ସରାଗ
ଵାହୁନି ବସୁଛି କଥାକୁ
ଦିଅ ସମର୍ଥନ
ହୁଅ ଆଗମନ
ଧରୁନି ତୁମର ଛନ୍ଦକୁ
ଦିନୁ ଦିନ ମୋର
ତନୁ ହେଲା କ୍ଷୀଣ
ଆସିଯା ଥରେ ତୁ ସତକୁ
ଯୋଡିରେ ବୁଲିବା
ସାଙ୍ଗରେ ଖାଇବା
ମନେ ରଖିଥିବ ସ୍ମୃତିକୁ
କଳ୍ପନା ରାୟ, ଲଇଡା, ସମ୍ବଲପୁର
No comments:
Post a Comment