ମାନବ ଜୀବନ କାନନ ଭିତରେ
ଶ୍ରଦ୍ଧା ହୁଏ ଏକ ଫୁଲ
ତାର ମହକରେ କରେ ସର୍ବୈ ବଶ
କିଏ ହେବ ତା'ର ତୁଲ।
ଶିଶୁର ପାଳନ ଲାଗି ସଦା ଶ୍ରଦ୍ଧା ହୋଇଥାଏ ଆବଶ୍ୟକ
ଶ୍ରଦ୍ଧା ବିତରଣେ ଶ୍ରଦ୍ଧାର ଭାଜନ
ହୋଇଥାନ୍ତି ସବୁ ଲୋକ।
ଶିକ୍ଷକ ଶ୍ରଦ୍ଧା ଛାତ୍ର ପାଇଁ ସଦା
ପଢ଼ାରେ ଆଣେ ଉନ୍ନତି
ଶ୍ରଦ୍ଧାଳୁ ଭକତ ପ୍ରଭୁଙ୍କ ପୟରେ
ରଖିଥାଏ ତାର ମତି।
ଶ୍ରଦ୍ଧା ଆଦରରେ ପାଳିରଖୁଥୂଲେ
ପଶୁ ପକ୍ଷୀ ହେଲେ ସୁଦ୍ଧା
ସାଙ୍ଗ ସ୍ନେହ ଗୁଣେ ହୋଇ ଆପଣାର
ପାଶେ ହୋଇ ଥାନ୍ତି ବନ୍ଧା।
ଶ୍ରଦ୍ଧାର ଆତିଥ୍ୟ ଯୋଗୁ ଅନାବିଳ କୃଷ୍ଣ ସୁଦାମା ବନ୍ଧୁତା
ଯୁଗ ଯୁଗ ଲାଗି ଜଗତ ମଧ୍ୟରେ
ରହିଅଛି ହୋଇ କଥା।
ଅତିଥି ସତ୍କାର ପାଇଁ ଶ୍ରଦ୍ଧାର
ସେ ମଧୁବୋଳା କଥାପଦେ
ବିଦାୟ ବେଳାରେ ଝରାଏ ତା ଅଶ୍ରୁ
ବାନ୍ଧି ହୋଇ ଶ୍ରଦ୍ଧା ମୋଦେ।
ବୈକୁଣ୍ଠ ସମାନ ଅଟେ ସେହି ଘର
ନ ଭାବେ ଦୁଃଖ ର ଛାଇ
ପରସ୍ପର ମଧ୍ୟେ ଶ୍ରଦ୍ଧା ବଣ୍ଟାବଣ୍ଟି
ନିରନ୍ତର ହେଉଥାଇ।
ସ୍ମୃତି ଚାରଣ ରେ ଶ୍ରଦ୍ଧାଞ୍ଜଳି ଦେଉ
କରି ଜୟନ୍ତୀ ପାଳନ
ଶ୍ରଦ୍ଧା ସୁମନଟି ହୃଦ ଉପବନେ
ରହିଥାଏ ଅମଳିନ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment