✍ଶିଶିର କୁମାର ସ୍ଵାଇଁ
ହେ ପ୍ରିୟା !
ହୃଦୟକୁ ମୋର ଭାବିଲ
ଜାପାନର ହିରୋସୀମା
ପ୍ରେମିକାରୁ ତୁମେ
ସାଜି ଆମେରିକା
ଫିଙ୍ଗି ଦେଇ ପ୍ରତାରଣାର
ପରମାଣୁ ବୋମା
କାଗଜର ଘର ପରି
ଉଜାଡ଼ିଲ ମୋ ପ୍ରେମ ସଉଧ II
ଥରେ ମାତ୍ର ଫେରି ଦେଖ
ହଜିଛି ସେ ହିରୋସୀମା ସୁଖ
ତୁମ ବିନା
ଆଜି ସବୁ ମରୁବାଲି
ପ୍ରେମ ଆଜି ବିକଳାଙ୍ଗ II
ଆଜି ବି ମନେ ପଡ଼େ
ସେ ଯୁଦ୍ଧ ବିଭୀଷିକା
ରଚିଥିଲ ବିଶ୍ଵଯୁଦ୍ଧ
ଗରିବୀକୁ ମୋ ବିଦ୍ରୁପ କରି
ତୁମ ପ୍ରତିପତ୍ତି
ଚକ୍ରବ୍ୟୁହ ଆଗେ
ଗରିବୀ ମୋ ଯାଇଥିଲା ହାରି II
ଦେଖିଯାଅ ଏ ଦେହ ଯୌବନ
ଆଜି ଜାପାନ ଭଳି
ଉନ୍ନତିର ଚରମ ସୀମାରେ
ଭାଙ୍ଗିବାକୁ ତୁମ ଅହଙ୍କାର
ଶକ୍ତି ଆଜି ତୁମ ଠାରୁ ବଳି II
କିନ୍ତୁ ହୃଦୟଟା ପରା
ସେଇ ହିରୋସୀମା
ଭଗ୍ନ ସ୍ତୁପ ଭଳି
ଆଣ୍ଠେଇ ପଡ଼ିଛି
ନିଆଁ ମିଶା
ମୁଠାଏ ପାଉଁଶ ତଳେ II
ଗାଙ୍ଗପୁର
ଗଞ୍ଜାମ- ୭୬୧୧୨୩
No comments:
Post a Comment