✍ନିର୍ମଳ ନାୟକ
(କବିତା)
ସେ ସୂଚୀପତ୍ର ଭାବ ର..
ଆଇନା ସୁଖ, ଦୁଃଖର...
କେବେ ପ୍ରେମ, ପ୍ରୀତି ର ମରୁଝର..
କେବେ କ୍ରୋଧ, ଇର୍ଷାର ଗନ୍ତାଘର..
ଚେହେରା କହିଦିଏ ତତ୍ପର !!
ଏହି ଶରୀରର ମୁଖ୍ୟ ଅଂଶ...
କିଛି ଅବିଭକ୍ତ ଭାଗଶେଷ..
କିଛି ପୁଲକିତ ର ଆହୋସ...
କିଛି ଦୁଃଖଦପୂର୍ଣ୍ଣ ବିଶେଷ...
କିଛି ଲଜ୍ୟା, ସରମ ଭେଷ !!
ଚେହେରା ପଢିବା କଷ୍ଟସାଧ୍ୟ...
କେବେ ଶାନ୍ତ, କେବେ ଅବାଧ୍ୟ..
କେବେ ଗଡେ ଶାନ୍ତିର ସୌଧ...
କେବେ ଅଶାନ୍ତ ନଭେ କଳା ବଉଦ
କେବେ ରଚୟିତା ସୁମିଷ୍ଟ ଦ୍ଵନ୍ଦ !!
ବେଳେ ବେଳେ ଠକିଯାଏ...
ଚେହେରା ଦିଶେ କିଛି, କିଛି କହେ..
ଦ୍ଵି-ଚେହେରା ବିଶିଷ୍ଟ ଜନ ପାଏ..
କପଟୀ ଧୋକା ଦେଇଯାଏ...
ନିଜେ ହସି ଅନ୍ୟ କୁ କନ୍ଦାଏ !!
ଚେହେରା ପଢିବା କଳା ଶିଖିବା...
କପଟୀ, ଜନ ଠୁଁ ଦୂରେ ରହିବା...
ବେଳହୁଁ ସାବଧାନ ପାଠ ଶିଖିବା..
ବିଶ୍ୱାସ, ଅବିଶ୍ୱାସ ର ଭେଦ ଜାଣିବା..
ସଂସାରେ ଆପଣା ଯଶ ରଖିବା !!
151 ନାଗାର୍ଜୁନ କଲୋନୀ
ନାରା ରୋଡ ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
(କବିତା)
ସେ ସୂଚୀପତ୍ର ଭାବ ର..
ଆଇନା ସୁଖ, ଦୁଃଖର...
କେବେ ପ୍ରେମ, ପ୍ରୀତି ର ମରୁଝର..
କେବେ କ୍ରୋଧ, ଇର୍ଷାର ଗନ୍ତାଘର..
ଚେହେରା କହିଦିଏ ତତ୍ପର !!
ଏହି ଶରୀରର ମୁଖ୍ୟ ଅଂଶ...
କିଛି ଅବିଭକ୍ତ ଭାଗଶେଷ..
କିଛି ପୁଲକିତ ର ଆହୋସ...
କିଛି ଦୁଃଖଦପୂର୍ଣ୍ଣ ବିଶେଷ...
କିଛି ଲଜ୍ୟା, ସରମ ଭେଷ !!
ଚେହେରା ପଢିବା କଷ୍ଟସାଧ୍ୟ...
କେବେ ଶାନ୍ତ, କେବେ ଅବାଧ୍ୟ..
କେବେ ଗଡେ ଶାନ୍ତିର ସୌଧ...
କେବେ ଅଶାନ୍ତ ନଭେ କଳା ବଉଦ
କେବେ ରଚୟିତା ସୁମିଷ୍ଟ ଦ୍ଵନ୍ଦ !!
ବେଳେ ବେଳେ ଠକିଯାଏ...
ଚେହେରା ଦିଶେ କିଛି, କିଛି କହେ..
ଦ୍ଵି-ଚେହେରା ବିଶିଷ୍ଟ ଜନ ପାଏ..
କପଟୀ ଧୋକା ଦେଇଯାଏ...
ନିଜେ ହସି ଅନ୍ୟ କୁ କନ୍ଦାଏ !!
ଚେହେରା ପଢିବା କଳା ଶିଖିବା...
କପଟୀ, ଜନ ଠୁଁ ଦୂରେ ରହିବା...
ବେଳହୁଁ ସାବଧାନ ପାଠ ଶିଖିବା..
ବିଶ୍ୱାସ, ଅବିଶ୍ୱାସ ର ଭେଦ ଜାଣିବା..
ସଂସାରେ ଆପଣା ଯଶ ରଖିବା !!
151 ନାଗାର୍ଜୁନ କଲୋନୀ
ନାରା ରୋଡ ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment