✍ସୁକାନ୍ତ ଖଣ୍ଡା
ଦୂଷିତ ସବୁଠି ପାଣି ଓ ପବନ
ପରିବେଶ ମଧ୍ୟ ହେଲା
ଜଙ୍ଗଲର କାଠ କାଟିଲୁ ସଭିଏଁ
ଅମ୍ଳଜାନ ନ ମିଳିଲା।୧
ଏ ଆମ ପୃଥିବୀ ଭାରସାମ୍ୟ ଆଉ
ରଖି ପାରୁ ନାହିଁ ଯମା
ସେ ପାଇଁ ସର୍ବଦା ମଝିରେ ମଝିରେ
ଭୂମିକମ୍ପେ ଯାଉ କୋମା।୨
ଏଇ ଅଳ୍ପ ଦିନେ ମହାରାଷ୍ଟ୍ର ଠାରେ
ଭୂମିକମ୍ପ ହୋଇବାରୁ
ଧନ ଓ ଜୀବନ ଧ୍ବଂସ ହୋଇଗଲା
ଦେଖିଲୁ ଆଖି ସାମ୍ନାରୁ।୩
ଲୁହ ବୋହିଗଲା ଅଳ୍ପକ୍ଷଣ ମାତ୍ର
ଚେତିଲୁ ଏ ଆମ କର୍ମ
ନିଜେ ହିଁ ନିଜର ଗୋଡ଼କୁ ହାଣୁଛୁ
ଲୋଭ,ମୋହ ଆଉ ଭ୍ରମ।୪
କିଛି କ୍ଷଣ ପରେ ସେଇ ଏକାକଥା
ପୃଥିବୀକୁ ଦେଉ ଦୁଃଖ
ଜଙ୍ଗଲ ହାଣୁଛୁ ପାଣିକୁ ଦୂଷିତ
ଏ ସ୍ବାର୍ଥ ଦେବ କି ସୁଖ?୫
ବିଦେଶୀ ସହିତ ବିବାଦ ରହୁଛି
ଯୁଦ୍ଧ ଅଣୁ ପରମାଣୁ
ଭିନ୍ନଭିନ୍ନ ଯୁଦ୍ଧ ଯୁଦ୍ଧାସ୍ତ୍ର ଉଦ୍ଭବ
କରିବାରୁ ଆଜି ସ୍ଥାଣୁ।୬
ଧର୍ମ ଯେତେବେଳେ ମୁଣ୍ଡକୁ ଟେକିବ
ଵିଜ୍ଞାନ କ'ଣ କରିବ
କରୋନାକୁ ଶିଘ୍ର ହଟାଇ ପାରୁନା
ଏ ଵିଜ୍ଞାନୀ ଭାବୁଥିବ।୭
ନିଜର ସାମ୍ନାରେ ଭୂମିକମ୍ପ ହେଲା
ପୃଥିବୀ ଅସହ୍ଯ ହୋଇ
ଧନ ଓ ଜୀବନ ହରାଇଲୁ ଆମେ
ପାରିଲୁନି ଅଟକେଇ।୮
ହେ ପୃଥିବୀବାସୀ ଜାଗ୍ରତ ସକାଶେ
ସମୟ ଆସିଛି ଦେଖ
ଧର୍ମର ପଥରେ ଆସନ୍ତୁ ଚାଲିବା
ଆତ୍ମ ସ୍ବାର୍ଥ ଅଟେ ଦୁଃଖ।୯
ପ୍ରକୃତି ଆମର ଆଭୁଷଣ ଆଉ
ଭବିଷ୍ୟର ଚାବିକାଠି
ଶପଥ ସହିତ ସୁକର୍ମ କରିବା
ହୋଇବା ଆସ ଏକାଠି।୧୦
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
ଦୂଷିତ ସବୁଠି ପାଣି ଓ ପବନ
ପରିବେଶ ମଧ୍ୟ ହେଲା
ଜଙ୍ଗଲର କାଠ କାଟିଲୁ ସଭିଏଁ
ଅମ୍ଳଜାନ ନ ମିଳିଲା।୧
ଏ ଆମ ପୃଥିବୀ ଭାରସାମ୍ୟ ଆଉ
ରଖି ପାରୁ ନାହିଁ ଯମା
ସେ ପାଇଁ ସର୍ବଦା ମଝିରେ ମଝିରେ
ଭୂମିକମ୍ପେ ଯାଉ କୋମା।୨
ଏଇ ଅଳ୍ପ ଦିନେ ମହାରାଷ୍ଟ୍ର ଠାରେ
ଭୂମିକମ୍ପ ହୋଇବାରୁ
ଧନ ଓ ଜୀବନ ଧ୍ବଂସ ହୋଇଗଲା
ଦେଖିଲୁ ଆଖି ସାମ୍ନାରୁ।୩
ଲୁହ ବୋହିଗଲା ଅଳ୍ପକ୍ଷଣ ମାତ୍ର
ଚେତିଲୁ ଏ ଆମ କର୍ମ
ନିଜେ ହିଁ ନିଜର ଗୋଡ଼କୁ ହାଣୁଛୁ
ଲୋଭ,ମୋହ ଆଉ ଭ୍ରମ।୪
କିଛି କ୍ଷଣ ପରେ ସେଇ ଏକାକଥା
ପୃଥିବୀକୁ ଦେଉ ଦୁଃଖ
ଜଙ୍ଗଲ ହାଣୁଛୁ ପାଣିକୁ ଦୂଷିତ
ଏ ସ୍ବାର୍ଥ ଦେବ କି ସୁଖ?୫
ବିଦେଶୀ ସହିତ ବିବାଦ ରହୁଛି
ଯୁଦ୍ଧ ଅଣୁ ପରମାଣୁ
ଭିନ୍ନଭିନ୍ନ ଯୁଦ୍ଧ ଯୁଦ୍ଧାସ୍ତ୍ର ଉଦ୍ଭବ
କରିବାରୁ ଆଜି ସ୍ଥାଣୁ।୬
ଧର୍ମ ଯେତେବେଳେ ମୁଣ୍ଡକୁ ଟେକିବ
ଵିଜ୍ଞାନ କ'ଣ କରିବ
କରୋନାକୁ ଶିଘ୍ର ହଟାଇ ପାରୁନା
ଏ ଵିଜ୍ଞାନୀ ଭାବୁଥିବ।୭
ନିଜର ସାମ୍ନାରେ ଭୂମିକମ୍ପ ହେଲା
ପୃଥିବୀ ଅସହ୍ଯ ହୋଇ
ଧନ ଓ ଜୀବନ ହରାଇଲୁ ଆମେ
ପାରିଲୁନି ଅଟକେଇ।୮
ହେ ପୃଥିବୀବାସୀ ଜାଗ୍ରତ ସକାଶେ
ସମୟ ଆସିଛି ଦେଖ
ଧର୍ମର ପଥରେ ଆସନ୍ତୁ ଚାଲିବା
ଆତ୍ମ ସ୍ବାର୍ଥ ଅଟେ ଦୁଃଖ।୯
ପ୍ରକୃତି ଆମର ଆଭୁଷଣ ଆଉ
ଭବିଷ୍ୟର ଚାବିକାଠି
ଶପଥ ସହିତ ସୁକର୍ମ କରିବା
ହୋଇବା ଆସ ଏକାଠି।୧୦
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment