ରାମ ନାମ କଥାମୃତ
ଶ୍ରବଣେ ଶରୀର ପବିତ୍ର।
ତାଙ୍କ ଜନ୍ମଭୂମି ଧନ୍ୟ
ଦର୍ଶନେ ବିଶୁଦ୍ଧ ଏ ନେତ୍ର ।।
ତ୍ରେତୟା ଯୁଗରେ ପ୍ରଭୂ
କୌଶଲ୍ୟା ଗରଭୂ ଜାତ ।
ରାମ ଜନ୍ମଭୂମି ସେତେ
ପୁଣ୍ୟ ଜଗତେ ବିଖ୍ୟାତ ।।
ମର୍ଯ୍ୟାଦା ପୁରୁଷ ରାମ
ରାଜାଙ୍କ ମଧ୍ୟରେ ଉତ୍ତମ ।
ହିନ୍ଦୁଙ୍କ ଆରାଧ୍ଯ ଦେବ
ଅଯୋଧ୍ୟରେ ତାଙ୍କ ଜନ୍ମ ।।
ରାମାୟଣ କଥା କହେ
ପୁରାଣେ ବର୍ଣ୍ଣିତ ହୁଏ ।
ସୂର୍ଯ୍ୟବଂଶୀ ରାଜାଙ୍କର
ରାମରାଜ୍ୟ ଶୋଭାପାଏ ।।
ଧର୍ମ ସଂସ୍ଥାପନ ପାଇଁ
ମନ୍ଦିର ନିର୍ମାଣ ହୋଇ ।
ଯୁଗେ ଯୁଗେ ଖ୍ୟାତ ହେବ
ପ୍ରଭୂ ଶ୍ରୀରାମଙ୍କୁ ଧ୍ୟାୟୀ ।।
ପ୍ରତ୍ୟୁଷ ରଞ୍ଜନ ଦାଶ
ଛାତ୍ର,ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ,
ବ୍ରହ୍ମପୁର,ଗଞ୍ଜାମ
ବ୍ରହ୍ମପୁର,ଗଞ୍ଜାମ

No comments:
Post a Comment