Saturday, September 12, 2020

ରାମ ଜନ୍ମଭୂମି

✍ଅମୂଲ୍ୟ କୁମାର ଦାଶ

                       

ତ୍ରେତୟା ଯୁଗରେ

 ରାମ ଅବତାରେ

   ଜନ୍ମ ନେଲ ପ୍ରଭୂ

     ଅଯୋଧ୍ୟା ନଗରେ ।


ପିତା ଦଶରଥ

 'ମନୁ'ଙ୍କଠୁ ଜାତ

   ସୂର୍ଯ୍ୟବଂଶୀ ନାମେ

     ଜଗତେ ବିଖ୍ୟାତ ।


ତଥ୍ୟ ଆଧାରିତ

  ପୁରାଣ ବର୍ଣ୍ଣିତ

    ରାମାୟଣ କହେ

      ରାମଙ୍କ ବୃତାନ୍ତ ।

କୋଟି ହିନ୍ଦୁ ମନ

  ଜନ ଜାଗରଣ

    ଭୁଲି କି ପାରିବ

      ରାମ ଜନ୍ମସ୍ଥାନ ।

ପାଞ୍ଚଶ ବର୍ଷରେ

  ଇତିହାସ ପୁଷ୍ଠାରେ

    ଲିପି ହୋଇଗଲା 

      ସ୍ଵର୍ଣ୍ଣ।ଭ ଅକ୍ଷରେ।

ଭାଙ୍ଗିଥିଲା ସେତ

  ମୋଗଲ ସମ୍ରାଟ

    ରାମଙ୍କ ମନ୍ଦିର

      ଅଯୋଧ୍ୟାରେ ସ୍ଥିତ ।


ଶ୍ରୀରାମଙ୍କ ପୁତ

  କୁଶଙ୍କ ରାଜୁତ 

    ମନ୍ଦିର ହୋଇଲା

      ପୁନଃ ନିର୍ମିତ ।


ବିବାଦୀୟ ସ୍ଥାନ

   ଖନନେ ପ୍ରମାଣ

     ମିଳିଗଲା କେତେ

       ମନ୍ଦିରର  ଚିହ୍ନ ।


ନ୍ୟାୟାଳୟ ଦେଲା

  ବିଜୟ ବାରତା

    ଧରମ ରଚିଲା

      ହିନ୍ଦୁତ୍ଵର ଗାଥା ।


ରାମ ଜନ୍ମଭୂମି

  ତୀର୍ଥକ୍ଷେତ୍ର ନ୍ୟାସ

    କରିବେ ଗଠନ

      ମନ୍ଦିର ବିନ୍ୟାସ ।


ଯୁଗେ ଯୁଗେ ଖ୍ଯାତି

  ରଖିବ ଏ ଦେଶ

    ରାମ  ଜନ୍ମଭୂମି

      ଲେଖି ଇତିହାସ । ।


ଦାଶରଥି ନଗର, 
ଆସିକା, ଗଞ୍ଜାମ


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy