Saturday, September 12, 2020

ରାମ ତୁମେ ପୁଣି ଆସ...

ଅହମିକା ହୀନ ହୃଦୟ ରାଜ୍ୟ ସେ 

ସ୍ୱାର୍ଥର ନାହିଁ ପ୍ରବେଶ... 

ଯହିଁ ପ୍ରଜାକୁଳ ହିତ ଲାଗି ରାଜା 

ଉତ୍ସର୍ଗ କରେ ସର୍ବସ୍ବ... 

ଅନନ୍ୟ ଜୀବନାଦର୍ଶ... 

ପ୍ରାଣ ପଛେ ଯାଉ କଥା ରହିଥାଉ 

ଥାଉ ରଘୁକୁଳ ଯଶ... 


ପିତୃଭକ୍ତି ଭାତୃଭକ୍ତି ସାଥେ ପୁଣି 

ପତିବ୍ରତା ନାରୀ ଧର୍ମ... 

ସ୍ବର୍ଣ୍ଣ ଅକ୍ଷରରେ ଅକ୍ଷୟ କୀର୍ତ୍ତି ସେ 

ମହନୀୟ ରାଜକର୍ମ... 

ନଥାଏ ଯହିଁ ଅଧର୍ମ... 

ସତ୍ୟ ଶାନ୍ତି ଦୟା କ୍ଷମା ଚାରି ସ୍ତମ୍ଭ 

ରାମ ରାଜ୍ୟର ଏ ମର୍ମ... 


ତ୍ୟାଗର ଭୂମି ସେ ତର୍ପଣର ଭୂମି 

କର୍ତ୍ତବ୍ୟର ପୁଣ୍ୟତୀର୍ଥ... 

ଯେ ଲକ୍ଷ୍ମଣ ରେଖା ଡେଇଁ ପାରେନାହିଁ 

କେବେ ବ୍ୟକ୍ତିଗତ ସ୍ୱାର୍ଥ... 

ଶୌର୍ଯ୍ୟ ବୀର୍ଯ୍ୟରେ ସମର୍ଥ...

ସବୁ କୂଟନୀତି ସକଳ ଦୁର୍ନୀତି 

ଯେଉଁଠାରେ ହୁଏ ବ୍ୟର୍ଥ... 


ସତ୍ୟ ରକ୍ଷା ପାଇଁ ରାଜା ଯାଏ ଯହିଁ 

ସ୍ୱଇଚ୍ଛାରେ ବନବାସ... 

ଧର୍ମ ସଂସ୍ଥାପନେ ଏ ମର୍ତ୍ତ୍ୟ ମଣ୍ଡଳେ 

ଲେଖି ନୂଆ ଇତିହାସ... 

ରାମ ଚରିତ ମାନସ... 

ରାମଜନ୍ମ ଭୂମି ଯୁଗେ ଯୁଗେ ଡାକେ 

ରାମ ତୁମେ ପୁଣି ଆସ... 


ରାମ ତୁମେ ପୁଣି ଆସ.. 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy