✍ଅମୂଲ୍ୟ କୁମାର ଦାଶ
(ଶିକ୍ଷକ)
ଟିକି ଠାକୁର ମୋ
ଟିକି ଠାକୁର,
ପ୍ରଣାମ କରୁଛି
ଘେନ ହେ ମୋର ।
ପ୍ରଣାମ ହିଁ ପ୍ରେମ
ଅନୁଶାସନ,
କରିଦିଅ ପ୍ରଭୂ
କ୍ରୋଧ ଦମନ ।
ମୋ ଟିକି ହାତର
ଆଞ୍ଜୁଳା ଫୁଲ,
ପାଦେ ଢ଼ାଳିଦେଲେ
ମୁକୁତା ତୁଲ।
ପ୍ରଣାମରେ ଅଛି
ଭାରି ଆଦର,
କରୁଥିବି ସଦା
ମୁଁ ସୁବିଚାର ।
ଶୀତଳ ବାରତା
ହୃଦୟେ ବହି,
ପ୍ରଣାମ କରୁଛି
ମୁଣ୍ଡ ନୂଆଇଁ।
ଦିଅ ସଦ୍ବୁଦ୍ଧି
ଦିଅ ସଂସ୍କାର,
ଦୂର କରିଦିଅ
ମୋ ଅହ°କାର ।
ଟିକି ଠାକୁର ମୋ
ଟିକି ଠାକୁର,
ପ୍ରଣାମ କରୁଛି
ଘେନ ହେ ମୋର ।
•••••••••••••••••••••••••••••••
ଦାଶରଥି ନଗର ,ଆସିକା, ଗଞ୍ଜାମ
No comments:
Post a Comment