Tuesday, September 8, 2020

ମା ତାରିଣୀ

ବାସନ୍ତୀ ଲତା ଜେନା 

     ( ସ୍ୱର :  ଥକା ମନ ଚାଲ ଯିବା )

ମାଆ ତୋ ଚରଣ ତଳେ ଦୀପଟିଏ ହୋଇ ଜଳେ 

ଏତିକି  ଭାବନା ମନେ ଜଳିବି ମୁଁ ସଞ୍ଜ ସକାଳେ 

     ମାଆ ତୋ ଚରଣ..... ( ଘୋଷା )


ଦୁଃଖ ସୁଖ ଭରା ଛାଇ ଜୀବନେ ଆସଇ କାଳେ 

ଜଗତ ଜନନୀ ମାତା ସାହା ହେବୁ ସଦା ବେଳେ 

    ମାଆ ତୋ ଚରଣ.... l୧l


ଦୁଃଖର ଭରା ସାଗରେ ଭାସୁଛି ଅଥଳ ଜଳେ 

ତାରିଣୀ ନାମକୁ ଧରି ପାରି ହେବି ଅନ୍ତ କାଳେ 

    ମାଆ ତୋ ଚରଣ.... l୨


ଦିବା ନିଶି ଡାକେ ତୋତେ ଡୋରି ଲଗାଇବୁ କାଳେ 

ଘଟ ଗାଁ ବୁଲିଣ ଯିବି ସନ୍ଧ୍ୟା ଆଳତୀର ବେଳେ 

ମାଆ ତୋ ଚରଣ.... l୩l


ଘଣ୍ଟ ନିତି ବଜାଇବି ତୋ ମୁଖ ଦର୍ଶନ ବେଳେ 

କୋଟି ପାପ ଧୋଇ ଯିବ ନାହିଁ ମୋ ସୋଚନା ତିଳେ 

ମାଆ ତୋ ଚରଣ..... l୪l


ତୁମେ ତ କଲ୍ୟାଣ ମୟୀ ରଖିବୁ ପଣତ ତଳେ 

ମମତା ମୟୀ ଜନନୀ ଶରଣ ଚରଣ ତଳେ 

ମାଆ ତୋ ଚରଣ........ l୫l

ଗାନ୍ଧିନଗର, ନବରଙ୍ଗପୁର, 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy