ନକର ନକଲ ଅନ୍ୟର କିଛିକୁ
ନିଜର ହଜିବ ବୁଦ୍ଧି
ନିଜର ବୁଦ୍ଧିକୁ ବିନିଯୋଗ କଲେ
ସର୍ବ କାର୍ଯ୍ୟ ହୁଏ ସିଦ୍ଧି।
ଅନ୍ୟ ର ଲେଖାକୁ ନକଲ କରିକି
କବି ଯେ ବୋଲାଉଥାଏ
ଜଣାଯିବାପରେ ଅପାରଗତା ର
ପରିଚୟ ପାଇଥାଏ।
ବେଶ ପୋଷାକର ନକଲ କରିଲେ
ପର ରୁଚି ଅନୁଯାୟୀ
ସମାଜ ମଧ୍ୟରେ ଶାଳୀନତା ରୂପେ
ଗଣା ହୋଇଥାଏ ସେହି।
ଅନ୍ୟର ଖାଦ୍ୟ କୁ ନକର ନକଲ
ନିଜ ରୁଚି ଅନୁସାରେ
ରନ୍ଧନ ପ୍ରସ୍ତୁତି କରିଯାଅ ନିଜ
ଜିହ୍ୱା ସୁସ୍ୱାଦୁ ଇଚ୍ଛାରେ।
ନକର ନକଲ ଅନ୍ୟର ପାଠକୁ
ନିଜ ଜ୍ଞାନ ଭ୍ରଷ୍ଟ ହୁଏ
ଜଗତେ କେବଳ ଜନେ ହସିବାର
ଫଳଟିକୁ ସେହି ପାଏ।
କାକଟିଏ କେବେ ହେବ କି କୋକିଳ
ଯେତେ କଲେ କା କା
ବକଟିଏ କେବେ ହୋଇବ କି ହଂସ
ଦଇବ ଗଢିଛି ଯାହା।
ବର୍ତ୍ତମାନ ଯାହା ଚାଲିଛି ସମାଜେ
ପାଶ୍ଚାତ୍ୟ ନକଲ କରି
ମଣିଷ ହେଲାଣି ପଶୁର ସମାନ
ସଂସ୍କୃତି କୁ ପରିହରି।
ନକର ନକଲ ନିଜର ଅସଲ
ବୁଦ୍ଧି ମତ୍ତା ପଣ ନେଇ
ହୁଅ ସ୍ଵାଭିମାନୀ ହେ! ମଣିଷ ଜ୍ଞାନୀ
ନିଜ ପରିଚୟ ଦେଇ।
ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment