Saturday, September 12, 2020

ପୁରୁଷୋତ୍ତମ ଶ୍ରୀରାମ

ପ୍ରଭୁ ଶ୍ରୀ ରାମ ଯେ

ଜନ୍ମ ନେଲେ ଅଯୋଧ୍ୟାରେ

ପିତା ଦଶରଥ

ମାତା କୋଉଶଲ୍ୟା ଙ୍କ ଗର୍ଭରେ

ଧନ୍ୟ ସେହି ମାଟି

ଶ୍ରୀ ରାମ ଙ୍କ ପଦ ସ୍ପର୍ଶ ପାଇଲା

ଯୁଗେ ଯୁଗେ ଅଯୋଧ୍ୟା

ପ୍ରସିଦ୍ଧ ହୋଇଲା

ସେହି ନଗରୀରେ 

ପ୍ରଭୁ କଲେ ବାଲ୍ୟଲୀଳା

ନାନା ନୀତିଶିକ୍ଷା

ଦେଇଗଲେ ଦଶରଥ ବଳା

ଶିବଧନୁ ଭାଙ୍ଗି

ଜାନକୀ ଙ୍କୁ ବିଭାହେଲେ

ଅସ୍ତୁ ବୋଲି ସର୍ବ ଦେବାଦେବୀ

ପୁଷ୍ପ ବିଞ୍ଛିଲେ

ପିତା ସତ୍ୟ ପାଳି ଚ ଉଦ ବର୍ଷ

ବନବାସ ଗଲେ ରାମ

ପିତୃବତ୍ସଳ ଅଟନ୍ତି ସିଏ

ଆଉ କିଏ ଅଛି ସମୟ

ରାବଣ ମାରିଣ

ଜାନକୀ ଙ୍କୁ ଆଣିଲେ

ଅସୁର କୁଳ ବିନାଶ କରି

ଧର୍ମ ସ୍ଥାପନା କଲେ

ପୁଣି ସେହି ପ୍ରଭୁ

ପଥର ଛାତିରେ ରଖିଲେ

ପ୍ରଜାସୁଖ ଲାଗି

ସୀତା ଙ୍କୁ ତ୍ୟାଗ କଲେ

ହେ ପ୍ରଭୁ ଶ୍ରୀ ରାମ

ତୁମ୍ଭଠାରେ ଥାଉ ମନ

ପ୍ରାଣ ଗଲା ବେଳେ

ଦେବ ଥରେ ଦରଶନ


        ସ୍ୱପ୍ନା ଶର୍ମିଷ୍ଟା ମିଶ୍ର
ବୁଦେଲବାହାଲି,ସୋନପୁର


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy