Saturday, September 12, 2020

ରାମ ଜନ୍ମଭୂମି

ମର୍ଯ୍ୟାଦା ପୁରୁଷୋତ୍ତମ

ପ୍ରଭୁ ଶ୍ରୀ ରାମ 

ପ୍ରଜା ବତ୍ସଲ ରାଜା 

ଅଦ୍ଵିତୀୟ ନାମ |


ତ୍ୟାଗ ର ପରାକାଷ୍ଠା 

ପାଇଁ ତୁମ ଜନ୍ମ 

ଭାରତେ ଅଯୋଧ୍ୟା 

ଗାଏ ତୁମ କର୍ମ |


ପିତୃ ସତ୍ୟ ପାଇଁ 

କଲ ବନ ଗମନ 

ସୀତା ହରଣ ପାଇଁ 

ବଧ କଲ ଦଶାନନ |


ତ୍ରେତୟା ରେ ଜ୍ୟେଷ୍ଠ 

କୌଶଲ୍ୟା ନନ୍ଦନ 

ପତ୍ନୀ ବିଚ୍ଛେଦ ସହି 

ହେ ପ୍ରଭୁ ରଞ୍ଜନ |


ସଂସାର ଦେଖିଲା 

ତୁମ କର୍ତ୍ତବ୍ୟ ନିଷ୍ଠା 

ଅଯୋଧ୍ୟା ରେ କଲ 

ରାମ ରାଜ୍ୟ ପ୍ରତିଷ୍ଠା |


ତୁମ ଜନ୍ମ ଭୂମି ପାଇଁ 

ହେଲା ଧର୍ମ ଲଢେଇ 

ସର୍ବ ଧର୍ମ ସମନ୍ୱୟ ରକ୍ଷା 

କରି, ହେଲା ବିଜୟୀ |


ଯୁଗ ଯୁଗ ଧରି 

ସଂସାର ଚାଲିବ 

ଇତିହାସ ସାକ୍ଷୀ ରହି 

ରାମ ନାମ ଥିବ |


ଆରତୀ କୁମାରୀ ବେହେରା 
ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy