ରା -ରାଜା ଦଶରଥଙ୍କର
ଅତି ପ୍ରିୟ ସନ୍ତାନ,
ତିନି ମହାରାଣୀଙ୍କର
ସେ ଥିଲେ ଗଣ୍ଠିଧନ l1)
ମ -ମର୍ଯ୍ୟାଦା ପୁରୁଷୋତ୍ତମ
ପ୍ରଭୁ ରଘୁ ନନ୍ଦନ,
ଭାଇ ମଧ୍ୟରେ ଲକ୍ଷ୍ମଣ
ଭରତ, ଶତ୍ରୁଘନ l(2)
ଜ-ଜନକ ନନ୍ଦିନୀ ସୀତା
କରିଥିଲେ ବିବାହ,
ପିତୃ ସତ୍ୟ ପାଳିବାକୁ
ଗମିଲେ ଭାତୃ ସହ l(3)
ନ -ନନ୍ଦି ଗ୍ରାମରେ ଭରତ
ହୋଇଲେ ଯେ ରାଜନ,
ରାମଙ୍କ ପାଦୁକl ଘେନି
ଚଲାଇଲେ ଶାସନ l(4)
ମ -ମହl ପ୍ରତାପି ରାବଣ
ବନବାସ କାଳରେ,
ସୀତାଙ୍କୁ ହରଣ କଲା
ଭଗ୍ନୀ ପ୍ରତିଶୋଧରେ l(5)
ଭୂ -ଭୂମି ସୂତା ମାତା ସୀତା
ହେଲେ ପାତାଳଗାମୀ,
ଲବ, କୁଶ ଦୁଇ ସୁତ
ତାଙ୍କରି ଅନୁଗାମୀ l(6)
ମି -ମିଛ ଭାବନି ଏହାକୁ
ବାଲ୍ମୀକି ଦ୍ୱାରା ସୃଷ୍ଟି,
ରାମ ଚରିତ ଶୁଣିଲେ
ଜlଗଇ ଦିବ୍ୟ ଦୃଷ୍ଟି l(7)
କର୍ପୁର ନୂଆଗାଁ, ଆସିକା, ଗଞ୍ଜାମ

No comments:
Post a Comment