✍ବାସନ୍ତୀ ଲତା ଜେନା
କୃଷକ ଖୋଜେନି ସ୍ୱର୍ଗ ପାରିଜାତ
ଅବା ସରଗର ଚାନ୍ଦ
କଂସେ ପଖାଳରେ ପେଟ ପୁରେ ତାର
ବଳଦ ଲଙ୍ଗଳେ ଛନ୍ଦ l୧l
ଦେଶ ମେରୁଦଣ୍ଡ କୃଷକ ଅଟଇ
ତା ବିନା ନ ପୁରେ ପେଟ
ସଭିଙ୍କ ମୁଖରେ ହସ ଭରି ଦିଏ
ନିଜେ ପାଉଥାଏ କଷ୍ଟ l୨l
ଶସ୍ୟ ଭରପୁର ସବୁଜିମା କ୍ଷେତ୍ର
ତାର ହାତ ସ୍ପର୍ଶ ପାଇଁ
ସୁନାର ଫସଲ ଅମଳ କରଇ
ତୁ ଅଟୁ କୃଷକ ଭାଇ l୩l
ସଅଳ ସଅଳ ବିଛଣାରୁ ଉଠି
ନିତ୍ୟ କର୍ମ ସାରି ଦେଉ
ପାଟିରେ ଗଣ୍ଡାଏ କଣ ଟିକେ ଦେଇ
ଜମିକୁ ବାହାରି ଯାଉ l୪l
ହଳ କରି ଥାଉ ଗୀତ ବୋଲି ଥାଉ
ସରଳ ମଣିଷ ତୁହି
ଅଳପରେ ଖୁସି ତୁହି ହେଉ ଥାଉ
ତୋ ପରି କେହି ତ ନାହିଁ l୫l
ଅକ୍ଷର ତୃତୀୟେ ଧାନ ବୁଣି ଥାଉ
ବର୍ଷlରେ ମଇ ତୁ ଦେଉ
ରଜ ତିନି ଦିନ ପାଳନ କରୁ ତୁ
ଭୂମି ପୂଜା କରି ଥାଉ l୬l
ସୁନା ଧାନ କ୍ଷେତ ଶୀତ ଋତେ ଦେଖି
ହୋଇଥାଉ ମନେ ଖୁସି
ଧାନ କାଟି ଆଣି ଖଳାରେ ରଖୁ ତୁ
ବେଙ୍ଗଳା ପକାରେ ତୋଷି l୭l
ବାର ମାସେ ତେର ପରିବ ପାଳନ
ଆନନ୍ଦ ଟିକିଏ ପାଇଁ
ଘରେ ପିଠା ପଣା ହୋଇ ଥାଏ ତୋର
ଖୁସିରେ ଖାଇବା ପାଇଁ l୮l
ତୋର ପିଲା ମାନେ ପାଠ ପଢିବାକୁ
ସ୍କୁଲକୁ ଯାଇ ଥାଆନ୍ତି
ପଖାଳ ପାଣିରେ ଦିନ ତାଙ୍କ ଯାଏ
ଅଝଟ କରି ନ ଥାନ୍ତି l୯l
ଝଡ଼ ଝଞ୍ଜା ସହି କାମ କରୁ ତୁହି
ଦେଶର ପ୍ରଗତି ପାଇଁ
ଅନ୍ନ ତୁ ଯୋଗାଉ ସାରା ଜଗତକୁ
ମୁଣ୍ଡ ଝାଳ ତୁଣ୍ଡେ ସହି l୧ ୦l
ସୁସ୍ଥ ନିରୋଗ ଦେହ ତୁମ ଥାଉ
ଜଗତର ହିତ ପାଇଁ
ତୁମେ ଭଲ ଥିଲେ ଏ ଦେଶ ହସିବ
କୃଷକ ତୁମରି ପାଇଁ l୧୧l
ଗାନ୍ଧିନଗର, ନବରଙ୍ଗପୁର,
କୃଷକ ଖୋଜେନି ସ୍ୱର୍ଗ ପାରିଜାତ
ଅବା ସରଗର ଚାନ୍ଦ
କଂସେ ପଖାଳରେ ପେଟ ପୁରେ ତାର
ବଳଦ ଲଙ୍ଗଳେ ଛନ୍ଦ l୧l
ଦେଶ ମେରୁଦଣ୍ଡ କୃଷକ ଅଟଇ
ତା ବିନା ନ ପୁରେ ପେଟ
ସଭିଙ୍କ ମୁଖରେ ହସ ଭରି ଦିଏ
ନିଜେ ପାଉଥାଏ କଷ୍ଟ l୨l
ଶସ୍ୟ ଭରପୁର ସବୁଜିମା କ୍ଷେତ୍ର
ତାର ହାତ ସ୍ପର୍ଶ ପାଇଁ
ସୁନାର ଫସଲ ଅମଳ କରଇ
ତୁ ଅଟୁ କୃଷକ ଭାଇ l୩l
ସଅଳ ସଅଳ ବିଛଣାରୁ ଉଠି
ନିତ୍ୟ କର୍ମ ସାରି ଦେଉ
ପାଟିରେ ଗଣ୍ଡାଏ କଣ ଟିକେ ଦେଇ
ଜମିକୁ ବାହାରି ଯାଉ l୪l
ହଳ କରି ଥାଉ ଗୀତ ବୋଲି ଥାଉ
ସରଳ ମଣିଷ ତୁହି
ଅଳପରେ ଖୁସି ତୁହି ହେଉ ଥାଉ
ତୋ ପରି କେହି ତ ନାହିଁ l୫l
ଅକ୍ଷର ତୃତୀୟେ ଧାନ ବୁଣି ଥାଉ
ବର୍ଷlରେ ମଇ ତୁ ଦେଉ
ରଜ ତିନି ଦିନ ପାଳନ କରୁ ତୁ
ଭୂମି ପୂଜା କରି ଥାଉ l୬l
ସୁନା ଧାନ କ୍ଷେତ ଶୀତ ଋତେ ଦେଖି
ହୋଇଥାଉ ମନେ ଖୁସି
ଧାନ କାଟି ଆଣି ଖଳାରେ ରଖୁ ତୁ
ବେଙ୍ଗଳା ପକାରେ ତୋଷି l୭l
ବାର ମାସେ ତେର ପରିବ ପାଳନ
ଆନନ୍ଦ ଟିକିଏ ପାଇଁ
ଘରେ ପିଠା ପଣା ହୋଇ ଥାଏ ତୋର
ଖୁସିରେ ଖାଇବା ପାଇଁ l୮l
ତୋର ପିଲା ମାନେ ପାଠ ପଢିବାକୁ
ସ୍କୁଲକୁ ଯାଇ ଥାଆନ୍ତି
ପଖାଳ ପାଣିରେ ଦିନ ତାଙ୍କ ଯାଏ
ଅଝଟ କରି ନ ଥାନ୍ତି l୯l
ଝଡ଼ ଝଞ୍ଜା ସହି କାମ କରୁ ତୁହି
ଦେଶର ପ୍ରଗତି ପାଇଁ
ଅନ୍ନ ତୁ ଯୋଗାଉ ସାରା ଜଗତକୁ
ମୁଣ୍ଡ ଝାଳ ତୁଣ୍ଡେ ସହି l୧ ୦l
ସୁସ୍ଥ ନିରୋଗ ଦେହ ତୁମ ଥାଉ
ଜଗତର ହିତ ପାଇଁ
ତୁମେ ଭଲ ଥିଲେ ଏ ଦେଶ ହସିବ
କୃଷକ ତୁମରି ପାଇଁ l୧୧l
ଗାନ୍ଧିନଗର, ନବରଙ୍ଗପୁର,
No comments:
Post a Comment