Thursday, September 3, 2020

" ବିବାହ ବାର୍ଷିକ "

           ✍ ଅମରନାଥ ବାରିକ୍

      ଲାଗୁଛି ସତେ କି କାଲି ପରି ମତେ
      ଯାଇଥିଲି ବର ସାଜି
      ବିବାହ ବେଦୀରେ ବସିଥିଲେ ଦୁହେଁ
      ଅପଲକେ ନେତ୍ରେ ମଜ୍ଜି ।
      ସାତ ଦୀପ ଆଠ କଳସ ଅଗ୍ନି ଯେ
      ରହିଥିଲା ଆମ ସାକ୍ଷୀ
      ପିନ୍ଧେଇଲି ଯେବେ ତୁମକୁ ସିନ୍ଦୂର
      ହୋମ ନିଆଁ ଥିଲା ଦେଖି ।
      ମୋ ବାହୁ ବନ୍ଧନେ ତୋଳି ଆଣିଥିଲି
      କଥା ଯେ ତୁମକୁ ଦେଇ
      ଆସିଲେ ବି ଝଡ଼ ସଂସାର ମଧ୍ୟରେ
      କରିବିନି ପର ମୁହିଁ ।
      ସୁଖ ଅବା ଦୁଃଖ ବାଣ୍ଟି ନେବା ଦୁହେଁ
      ଜଞ୍ଜାଳ ଯାତନା ସହି 
      ଭାଙ୍ଗିବାନି କେବେ ସଳଖି ଚାଲିବା
      ନିବିଡ଼ ଭାବରେ ରହି ।
      ସତରେ "ସଜନୀ" ତମେ ଲକ୍ଷ୍ମୀ ପରି
      କରିଲ ଘରକୁ ସ୍ୱର୍ଗ
      ତୁମ ପାଇଁ ଆଜି ମନ ମନ୍ଦିରଟା
      କରୁଛି ଅନେକ ଗର୍ବ ।
      କଲ ସେବା ନିତି ବାପା ବୋଉଙ୍କର
      ଆଦର୍ଶ ବୋହୁଟେ ହୋଇ
      ନୀତି ନିୟମକୁ ମାନି ଚଳୁଥିଲ
      ଏରୁଣ୍ଡି ମଧ୍ୟରେ ରହି ।
      ପିଲା ଛୁଆଙ୍କର ସ୍ନେହ ମମତାରେ
      ରଖିନାହଁ କେବେ ଉଣା
      ନିଜେ ଦୁଃଖ ସହି ସୁଖ ବାଣ୍ଟି ଅଛ
      ହେଇ ନାହଁ ବାଟ ବଣା ।
      ଦେଖୁ ଦେଖୁ ଆଜି ଅନେକ ବରଷ
      ହେଇଗଲା ବିବାହ କୁ
      ତୁମ ପରି ସାଥି ଥିଲେ ମୋ ପାଖରେ
      ଆଉ ବା ଡର କାହାକୁ ।
      ଜୟ ମା ମଙ୍ଗଳା ପରିବାର ଆମ
      ସର୍ବଦା ସୁଖରେ ରହୁ
      ଏତିକି ମିନତୀ ଘେନ ମା ପ୍ରଣତି
      ହାତ ଯୋଡ଼ି ଆମେ କହୁ ।
      ଦାମ୍ପତ୍ୟ ଜୀବନ ପାଇଁ ଏ କବିତା
      ଭାବରେ ମୁଁ ଦେଲି ଲେଖି
      ତାଙ୍କ ଭାବନା କୁ ପରିପ୍ରକାଶ କୁ
      କଲମ ମୁନରେ ରଖି ।

               ସମାପ୍ତ

        ____●◆●____

✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy