Thursday, September 3, 2020

ଝଡ, ବନ୍ୟା ଓ ବାତ୍ୟା

ଶ୍ରୀ ଗଗନ କୁମାର ଦାଶ

ଝଡ,

ତୁମେ ଆସିଗଲ

ମୋର ଆତ୍ମ ପ୍ରତ୍ୟୟ ସହରେ

ଉଡ଼ାଇ ନେଲ ବିକ୍ଷିପ୍ତ କରି

ମୋର ଇଚ୍ଛୁକ ପ୍ରେମକୁ

ଫିଙ୍ଗି ଦେଲ ମୋର

ଆଗାମୀ ଇଚ୍ଛାକୁ ।


ବନ୍ୟା,

ତୁମେ ଆସିଗଲ

ପ୍ରଳୟଙ୍କରୀ ରୂପରେ

ମୋର ସ୍ନାୟୁର ସହରେ 

ବର୍ଷିଗଲ ଅସରାଏ ବର୍ଷା

ଦରଭିଜା ଆଖିରେ

ସାଗରର ସୁଅ

ଅମାନିଆ ମନରେ

ଅନ୍ତହୀନ ଅଦ୍ୟମ ଇଚ୍ଛାରେ ।


ବାତ୍ୟା,

ତୁମେ ଆସିଗଲ

ମୋର ଶ୍ବାଶତ ପ୍ରେମରେ

ବହିଗଲା ସଞ୍ଚିତ ସ୍ନେହତକ

ଅଚାନକ ଜମିଗଲା 

ଗଦାଏ ପଙ୍କ ପୂର୍ଣ୍ଣ

ସହରର ଅଳିଆ 

ପରିତ୍ୟକ୍ତ ଆବର୍ଜନା

ଦୁର୍ଗନ୍ଧମୟ ସିମେଣ୍ଟ କୁଣ୍ଡରେ ।


ଶୁଭଙ୍କର ନିବାସ

ମାଁ ମାଣିକେଶ୍ଵରୀ ମନ୍ଦିର ସାହି

ମୋହନା, ଗଜପତି-୭୬୧୦୧୫

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy