ଇ˚ରେଜ ସେନାର ବନ୍ଧୁକ, ଗୁଳିଗୋଳା, ଅନ୍ଧାରୁଆ କାରାଗାର, କଳାପାଣି, ଫାଶୀ ଖୁଣ୍ଟକୁ ଖାତର ନ କରି ଯେଉଁ ସଶସ୍ତ୍ର ବିପ୍ଳବୀମାନେ ଭାରତକୁ ମୁକ୍ତ କରିବା ପାଇଁ ଲହୁ-ଲୁହ ବୁହାଇଥିଲେ, ସେମାନଙ୍କ ମଧ୍ୟରେ ‘ବାଘା ଯତୀନ’ ଅନ୍ୟତମ। ତାଙ୍କ ମୂଳ ନାମ ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ। ୮ ଡିସେମ୍ବର୍ ୧୮୭୯ରେ ପଶ୍ଚିମ ବଙ୍ଗ ଅନ୍ତର୍ଗତ ନଦିୟା ଜିଲ୍ଲାର କାୟାଗ୍ରାମରେ ସେ ଜନ୍ମ ହୋଇଥିଲେ। ମାତାଙ୍କ ନାମ ଥିଲା ଶରତଶଶୀ ଏବଂ ପିତାଙ୍କ ନାମ ଉମେଶ ଚନ୍ଦ୍ର। େଯୗବନରେ ଏକ ମହାବଳ ବାଘକୁ ଖୁକୁରୀ ଦ୍ବାରା ମାରି ସେ ଗୁରୁତର ଆହତ ହୋଇଥିଲେ। ବାଘର ନଖ ଦ୍ବାରା କ୍ଷତ-ବିକ୍ଷତ ହୋଇ, ତାଙ୍କ ଶରୀର ବିଷାକ୍ତ ହୋଇଯାଇଥିଲା। ତାଙ୍କର ଚିକିତ୍ସା କରିଥିଲେ ଲେଫ୍ଟନାଣ୍ଟ୍ କର୍ନେଲ୍ ଡ. ସୁରେଶ ପ୍ରସାଦ ସର୍ବାଧିକାରୀ। ଯତୀନଙ୍କ ବୀରତ୍ବ ଦେଖି ସେ ଏକ ଇଂରେଜୀ ନିବନ୍ଧ ଲେଖିଥିଲେ। ସେଇଟି ବିଭିନ୍ନ ବ୍ରିଟିସ୍ ଗଣମାଧ୍ୟମରେ ପ୍ରକାଶିତ େହବା ପରେ ବଙ୍ଗର ବ୍ରିଟିସ୍ ପ୍ରଶାସନ ପକ୍ଷରୁ ଯତୀନଙ୍କୁ ‘ବାଘାଯତୀନ’ ଉପାଧି ଦିଆଯାଇଥିଲା।
ବାଘାଯତୀନ ଥିଲେ ‘ଯୁଗାନ୍ତର’ ସଂଗଠନର ମୁଖ୍ୟ ଏବଂ ଜର୍ମାନ୍ମାନଙ୍କ ସହାୟତରେ ଭାରତକୁ ବ୍ରିଟିସ୍-ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଗରିଲା ଯୁଦ୍ଧରେ ତାଙ୍କର ବିଶ୍ବାସ ଥିଲା ଏବ˚ ଏଥି ପାଇଁ ଓଡ଼ିଶା, ବଙ୍ଗ ଓ ବିହାରରେ ଘୂରି-ବୁଲି ଯୁବକମାନଙ୍କୁ ସ˚ଗଠିତ କରିଥିଲେ। ତାଙ୍କ ଘଟନାବହୁଳ ବିପ୍ଳବୀ ଜୀବନର ଅନ୍ତିମ ଭାଗ ଓଡ଼ିଶାରେ କଟିଥିଲା। ପ୍ରଥମ ବିଶ୍ବ ଯୁଦ୍ଧ ବେଳର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଲକାତାର ଫୋର୍ଟ୍ ୱିଲିଅମ୍କୁ ଦଖଲ କରି ଭାରତବର୍ଷକୁ ସ୍ବାଧୀନ କରିବା ପାଇଁ ଯେଉଁ ଯୋଜନା କରାଯାଇଥିଲା, ବାଘାଯତୀନ ତାହାର ମୁଖ୍ୟ ଥିଲେ। ତେବେ, ଉକ୍ତ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଖବର ପାଇ ବ୍ରିଟିସ୍ ଗୁଇନ୍ଦା ବାହିନୀ କଠୋର ପଦକ୍ଷେପ ନେଇଥିଲା। ପରିଣାମ ସ୍ବରୂପ ବାଘାଯତୀନଙ୍କ କାର୍ଯ୍ୟକଳାପ ପୂର୍ବ-ଓଡ଼ିଶା ମଧ୍ୟରେ ସୀମିତ ହୋଇଯାଇଥିଲା।
ସେ କପ୍ତିପଦାର ଘଞ୍ଚ ଜଙ୍ଗଲରେ ରହି ସଶସ୍ତ୍ର ତାଲିମ କେନ୍ଦ୍ର ଚଳାଉଥିବା ଖବର ବ୍ରିଟିସ୍ ପୁଲିସ୍ ପାଇବା ପରେ ବାଘାଯତୀନ ଓ ତାଙ୍କ ଦଳ ସେହି ସ୍ଥାନ ଛାଡ଼ିଥିଲେ। ସେମାନେ ବନ୍ୟା-ପ୍ଳାବିତ ବୁଢ଼ାବଳଙ୍ଗ ନଦୀ ପାରହୋଇ ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ଯାଉଥିବା ବେଳେ ଜଣେ ଗ୍ରାମବାସୀ ଦୃଷ୍ଟିରେ ପଡ଼ିଥିଲେ। ସେମାନଙ୍କୁ ଡକାୟତ ଭାବି ସେ ପୁଲିସ୍ରେ ଖବର ଦେଇଥିଲା। ପୁଲିସ୍ ଅଚାନକ ସେମାନଙ୍କୁ ଘେରିଯାଇଥିଲା। ସ୍ଥାନଟି ଥିଲା ଚଷାଖଣ୍ତ ଗ୍ରାମ। ଦିନଟି ଥିଲା ୯ ସେପ୍ଟେମ୍ବର୍ ୧୯୧୫। ଚାହିଁଥିଲେ ବାଘାଯତୀନ ଖସିଯାଇପାରିଥାଆନ୍ତେ। ତେବେ, ସମ୍ମୁଖ ଯୁଦ୍ଧ ଲଢ଼ିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ପଞ୍ଚସ୍ତରି ମିନିଟ୍ ଗୁଳିଗୋଳା ବିନିମୟ ହୋଇଥିଲା। ବାଘାଯତୀନ ଏବଂ ତାଙ୍କର ସାଥୀ ଚିତ୍ତପ୍ରିୟ ରାୟ ଚୌଧୁରୀ ଓ ଯତୀଶ ଗୁରୁତର ଭାବେ ଆହତ ହୋଇଥିଲେ। ଗୁଳିଗୋଳା ସରିଯିବା ପରେ ଅନ୍ୟ ଦୁଇ ସାଥୀ ନୀରେନ ଓ ମନୋରଂଜନ ସେନଗୁପ୍ତଙ୍କୁ ପୁଲିସ୍ ବନ୍ଦୀ କରିଥିଲା। ବାଘାଯତୀନଙ୍କର ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା। ତେବେ, ପର ଦିନ ସ˚ଜ୍ଞା ଫେରିପାଇବା ପରେ ସେ ବ୍ୟାଣ୍ତେଜ୍ ଆଦି ଛିଣ୍ତାଇପକାଇବାରୁ ପ୍ରବଳ ରକ୍ତ ବୋହିଥିଲା ଏବ˚ ତାଙ୍କର ପରଲୋକ ହୋଇଥିଲା।

No comments:
Post a Comment