✍ ଅଜିତ୍ କୁମାର ତ୍ରିପାଠୀ
*******
ସେ ଗୁର ଅଟନ୍ତି ଶିକ୍ଷା ଦେଇ ଥାନ୍ତି
ଛାତ୍ର,ଛାତ୍ରୀ ପ୍ରତିଦିନ।
ପ୍ରେମ ହେଉ ଅବା ପବିତ୍ର ଭାବନା
ନାନା ଉପଦେଶ ମାନ ।।
ସଂସାର ମଙ୍ଗଳ ସିଏହିଁ କରନ୍ତି
ରୀତିନୀତି,ବ୍ରହ୍ମଜ୍ଞାନ ।
ବଶିଷ୍ଠ,ବାଲ୍ମିକୀ, ଦ୍ରୋଣ,ସନ୍ଦିପନୀ
ହୋଇ ଅଛନ୍ତି ପୂଜନ ।।
ପ୍ରକୃତ ଛାତ୍ର ସେ ଗୁରୁଙ୍କ ପରଶେ
ଧନ୍ୟ ହୁଅଇ ଜୀବନ ।
ପୁରାଣ ପୃଷ୍ଠାରେ ପ୍ରମାଣ ରହିଛି
ଆଦର୍ଶ ଚରିତ୍ର ମାନ ।।
ଅଗିନି ଯେସନ କରଇ ଦହନ
ଭଲ ମନ୍ଦ ଉପାଦାନ ।
ଗୁରୁ ସେହିପରି ଜ୍ଞାନ ଅଗ୍ନି ଧରି
ଅନ୍ଧତ୍ଵ କରେ ମୋଚନ ।।
ଗୁରୁ ବ୍ରହ୍ମା,ବିଷ୍ଣୁ,ପୁଣି ମହେଶ୍ବର
ପାଇଲେ ଆଶିଷ ମାନ ।
ମଣିଷ ଜନମ ସାର୍ଥକ ହୋଇବ
ଗୁରୁଙ୍କୁ ନ ମଣ ହୀନ ।।
ଗୁରୁ ପାଇଁ ନର ହୁଏ ପୁରସ୍କାର
ଗୁରୁ ବିନା ନାହିଁ ଆନ ।
ଗୁରୁ ଅସନ୍ତୋଷ ହୋଇବ ଅବଶ୍ୟ
ମାନୁଷ୍ୟତା ଅବସାନ ।।
ଗୁରୁଙ୍କୁ ନ କର କେବେ ହତାଦର
ଗୁରୁ ପାଇଁ ହିଁ ମହାନ ।
ଗୁରୁ ଆଶୀର୍ବାଦ ଅମୂଲ୍ୟ ସମ୍ପଦ
ଭୁଲିଗଲେ ସଦଜ୍ଞନ ।।
ଯେଉଁ ଗୁରୁ ଙ୍କର କୃପାରୁ ଭଣ୍ଡାର
ଲଭିଲ ଅପାର ଜ୍ଞାନ ।
ଜ୍ଞାନ ଅହଂକାରେ ଅପମାନ କରେ
ସେ ନୁହେଁ ଶିଷ୍ୟ ଭାଜନ ।।
********
ଅଜିତ୍ କୁମାର ତ୍ରିପାଠୀ(ଶିକ୍ଷକ)
ଭଞ୍ଜଭୂମି , କୁଲାଡ , ଗଞ୍ଜାମ
*******
ସେ ଗୁର ଅଟନ୍ତି ଶିକ୍ଷା ଦେଇ ଥାନ୍ତି
ଛାତ୍ର,ଛାତ୍ରୀ ପ୍ରତିଦିନ।
ପ୍ରେମ ହେଉ ଅବା ପବିତ୍ର ଭାବନା
ନାନା ଉପଦେଶ ମାନ ।।
ସଂସାର ମଙ୍ଗଳ ସିଏହିଁ କରନ୍ତି
ରୀତିନୀତି,ବ୍ରହ୍ମଜ୍ଞାନ ।
ବଶିଷ୍ଠ,ବାଲ୍ମିକୀ, ଦ୍ରୋଣ,ସନ୍ଦିପନୀ
ହୋଇ ଅଛନ୍ତି ପୂଜନ ।।
ପ୍ରକୃତ ଛାତ୍ର ସେ ଗୁରୁଙ୍କ ପରଶେ
ଧନ୍ୟ ହୁଅଇ ଜୀବନ ।
ପୁରାଣ ପୃଷ୍ଠାରେ ପ୍ରମାଣ ରହିଛି
ଆଦର୍ଶ ଚରିତ୍ର ମାନ ।।
ଅଗିନି ଯେସନ କରଇ ଦହନ
ଭଲ ମନ୍ଦ ଉପାଦାନ ।
ଗୁରୁ ସେହିପରି ଜ୍ଞାନ ଅଗ୍ନି ଧରି
ଅନ୍ଧତ୍ଵ କରେ ମୋଚନ ।।
ଗୁରୁ ବ୍ରହ୍ମା,ବିଷ୍ଣୁ,ପୁଣି ମହେଶ୍ବର
ପାଇଲେ ଆଶିଷ ମାନ ।
ମଣିଷ ଜନମ ସାର୍ଥକ ହୋଇବ
ଗୁରୁଙ୍କୁ ନ ମଣ ହୀନ ।।
ଗୁରୁ ପାଇଁ ନର ହୁଏ ପୁରସ୍କାର
ଗୁରୁ ବିନା ନାହିଁ ଆନ ।
ଗୁରୁ ଅସନ୍ତୋଷ ହୋଇବ ଅବଶ୍ୟ
ମାନୁଷ୍ୟତା ଅବସାନ ।।
ଗୁରୁଙ୍କୁ ନ କର କେବେ ହତାଦର
ଗୁରୁ ପାଇଁ ହିଁ ମହାନ ।
ଗୁରୁ ଆଶୀର୍ବାଦ ଅମୂଲ୍ୟ ସମ୍ପଦ
ଭୁଲିଗଲେ ସଦଜ୍ଞନ ।।
ଯେଉଁ ଗୁରୁ ଙ୍କର କୃପାରୁ ଭଣ୍ଡାର
ଲଭିଲ ଅପାର ଜ୍ଞାନ ।
ଜ୍ଞାନ ଅହଂକାରେ ଅପମାନ କରେ
ସେ ନୁହେଁ ଶିଷ୍ୟ ଭାଜନ ।।
********
ଅଜିତ୍ କୁମାର ତ୍ରିପାଠୀ(ଶିକ୍ଷକ)
ଭଞ୍ଜଭୂମି , କୁଲାଡ , ଗଞ୍ଜାମ
No comments:
Post a Comment