Friday, September 4, 2020

ମନେପଡ଼ନ୍ତି: ଋଷି କପୂର


ବଲିଉଡ୍ ପ୍ରସିଦ୍ଧ କପୂର ପରିବାର ପ୍ରତିଷ୍ଠିତ ଅଭିନେତାମାନଙ୍କ ମଧ୍ୟରେ ଋଷି କପୂର (ଜନ୍ମ: ସେପ୍ଟେମ୍ବର୍ ୧୯୫୨; ମୃତ୍ୟୁ: ୩୦ ଏପ୍ରିଲ୍ ୨୦୨୦) ଅନ୍ୟତମ। ୧୯୭୦ରେ ମୁକ୍ତିଲାଭ କରିଥିବା ପିତା ରାଜ କପୂରଙ୍କ ମେରା ନାମ ଜୋକର୍‌’ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ପେସାଦାର ଅଭିନେତା ଜୀବନ ଆରମ୍ଭ ହୋଇଥିଲା। ଏଥିରେ ସେ ଶିଶୁ କଳାକାର ଭାବେ ଅଭିନୟ କରି, ଜାତୀୟ ପୁରସ୍କାର ପାଇଥିଲେ। ଏହା ପୂର୍ବରୁ ୧୯୫୫ରେ ଶ୍ରୀ ୪୨୦ ଫିଲ୍ମର ଏକ ଗୀତ ଦୃଶ୍ୟ- ପ୍ୟାର ହୁଆ ଇକରାର ହୁଆ ହୈରେ ପ୍ରଥମ ଥର ପାଇଁ ତାଙ୍କ ମୁହଁ ଦେଖିବାକୁ ମିଳିଥିଲା। ମୁଖ୍ୟ ଅଭିନେତା ଭାବେ ତାଙ୍କର ପ୍ରଥମ ଫିଲ୍ମ ବବି ୧୯୭୩ରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦେଶକ ଥିଲେ, ତାଙ୍କ ପିତା। ସପ୍ତମ ଦଶକର ସୁପର-ହିଟ୍ ହିନ୍ଦୀ ଫିଲ୍ମ ମଧ୍ୟରେ ଏହା ଗୋଟିଏ। ଏଥିରେ ଅଭିନୟ ପାଇଁ ଋଷି କପୂର ଡି˚ପଲ କପାଡ଼ିୟା ଫିଲ୍ମଫେଆର ପୁରସ୍କାର ପାଇଥିଲେ। ଫିଲ୍ମଟି ଭାରତ ସୋଭିଏତ୍ ରସିଆରେ ମୁକ୍ତିଲାଭ କରିଥିଲା। ଫିଲ୍ମର କିଛି ଦୃଶ୍ୟର ସୁଟି˚ ଗୁଲମାର୍ଗ ଏବ˚ ମହାରାଷ୍ଟ୍ରର ଲୋଣୀ କାଲଭୋର ଗ୍ରାମରେ ଥିବା ରାଜ କପୂରଙ୍କ ଫାର୍ମ ହାଉସ୍ରେ ହୋଇଥିଲା। ଗୁଲମାର୍ଗର ଯେଉଁ ଘରେ ସୁଟି˚ ହୋଇଥିଲା, ଘରଟି ଏବେ ବି ଅଛି; ଏବ˚ ବବି ହଟ୍‌’ ଭାବେ ପ୍ରସିଦ୍ଧ। ଫିଲ୍ମର କାହାଣୀ ଲେଖିଥିଲେ ପ୍ରସିଦ୍ଧ ଲେଖକ ଖ୍ବାଜା ଅହମଦ ଅବ୍ବାସ। ଏହା ଥିଲା ଡି˚ପଲଙ୍କ ପ୍ରଥମ ଫିଲ୍ମ ଏବ˚ ମୁଖ୍ୟ ନାୟକ ଭାବେ ଋଷିଙ୍କର ପ୍ରଥମ ଫିଲ୍ମ।
ଅନେକଙ୍କ ଧାରଣା ଋଷିଙ୍କୁ ନାୟକ ଭୂମିକା ଦେବା ପାଇଁ ତାଙ୍କ ପିତା ରାଜ ଫିଲ୍ମ ତିଆରିକରିଥିଲେ। ତେବେ, ୨୦୧୨ରେ ଋଷି ଏକ ସାକ୍ଷାତ୍କାରରେ କହିଥିଲେ- ଏହି ଧାରଣା ଭ୍ରମାତ୍ମକ। ରାଜେଶ ଖନ୍ନାଙ୍କୁ ନାୟକ ଭୂମିକା ଦେବା ପାଇଁ ତାଙ୍କ ପିତାଙ୍କ ପାଖରେ ଟଙ୍କା ଥିଲା। ଏହା ପୂର୍ବରୁ ମେରା ନାମ ଜୋକର ଫ୍ଲପ୍ ହୋଇଥିଲା। ସେ ଋଣରୁ ମୁକ୍ତି ପାଇବା ପାଇଁ ଅଳ୍ପ ବ୍ୟୟରେ ବବି ତିଆରିକରିଥିଲେ। ସେହି ପରି ୨୦୧୭ରେ ପ୍ରକାଶିତ ଆତ୍ମଚରିତ ଖୁଲମ ଖୁଲା: ଋଷି କପୂର ଅନ୍ସେନ୍ସରରେ ଲେଖିଛନ୍ତି- ଏହି ଫିଲ୍ମ ମାଧ୍ୟମରେ ଫିଲ୍ମଫେଆର ପୁରସ୍କାର ପାଇବା ପାଇଁ ସେ ଜଣଙ୍କୁ ତିରିଶ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ୧୯୭୩-୨୦୦୦ ମଧ୍ୟରେ ଋଷି ବୟାନବେଟି ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ। ୨୦୦୦ ପରେ ଅନେକ ଫିଲ୍ମରେ ଚରିତ୍ର ଅଭିନେତା ଭାବେ ଅଭିନୟ କରିଥିଲେ। ୨୦୧୯ରେ ମୁକ୍ତିଲାଭ କରିଥିବା ବଡି ତାଙ୍କର ଅନ୍ତିମ ଚଳଚ୍ଚିତ୍ର। ତାହା ପରେ ଶର୍ମାଜୀ ନମକୀନ ନାମକ ଫିଲ୍ମ ପାଇଁ ସେ ଅନୁବନ୍ଧିତ ହୋଇଥିଲେ। ଏହାର ବିପୁଳ ଭାଗର ସୁଟିଂ ହୋଇସାରିଥିବାରୁ ଏହା ଭବିଷ୍ୟତ୍ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଏ।
୧୯୭୪ରେ ଋଷି ପ୍ରଥମ ଥର ପାଇଁ ନୀତୂ ସିଂହଙ୍କ ସହ ଏକତ୍ର ଅଭିନୟ କରିଥିଲେ ଏବଂ ଫିଲ୍ମଟି ଥିଲା- ଜହରୀଲା ଇନସାନ ଫିଲ୍ମଟି ଫ୍ଲପ୍ ହୋଇଥିଲା; ତେବେ, ସେମାନଙ୍କ ସଂପର୍କ ସୁପର୍-ହିଟ୍ ୧୯୮୦ରେ ସେମାନେ ବିବାହ କରିଥିଲେ। ସେମାନେ ଏକତ୍ର ବାରଟି ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ; ଯଥା-କଭୀ କଭୀ, ଦୂସରା ଆଦମୀ, ଖେଳ ଖେଲ ମେଁ, ରଫୂ ଚକ୍କର, ଅମର ଅକବର ଆଂଥୋନି, ଦୁନିଆ ମେରୀ ଜେବ ମେଁ, ଜିନ୍ଦା ଦିଲ, ଧନ ଦୌଲତ, ଝୂଠା କହଁୀକା ୨୦୧୩ରେ ଶେଷ ଥର ପାଇଁ ବେଶରମ ଫିଲ୍ମରେ ଦୁହେଁ ଏକତ୍ର ଅଭିନୟ କରିଥିଲେ। ପ୍ରଥମ ଫିଲ୍ମ ପରି ସେମାନଙ୍କ ଶେଷ ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା।
ଉତ୍ତର ଜୀବନରେ ଋଷି ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ଚର୍ଚ୍ଚାକୁ ଆସୁଥିଲେ। ଏକଦା ସେ ନିଜକୁ ଗୋ-ମାଂସ ଖାଉଥିବା ହିନ୍ଦୁ କହିଥିଲେ। ନେହରୁ ଗାନ୍ଧୀଙ୍କ ନାମରେ ଅଯଥା ଗଦା ଗଦା ରାସ୍ତା, ଘର ତଥା ଅନ୍ୟ ଜାତୀୟ ସଂପଦ ଆଦିକୁ ନାମିତ କରାଯାଉଥିବା ଦେଖି ୨୦୧୬ରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୭ରେ କଂଗ୍ରେସ୍ରେ ଗାନ୍ଧୀ ପରିବାରର ବଂଶ ରାଜନୀତି ରାହୁଲ ଗାନ୍ଧୀଙ୍କୁ ପରିହାସ କରି ଟିପ୍ପନୀ ଦେଇଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଭାରତୀୟ ନ୍ୟାୟପାଳିକାର ସମାଲୋଚନା କରିଥିଲେ। ଏଠାରେ ଶୁଣାଣି ବିଳମ୍ବିତ ହେଉଥିବାରୁ ନିଜ ଫିଲ୍ମ ଦାମିନୀ ଏକ ସଂଳାପ ଟ୍ବିଟ୍ କରିଥିଲେ- ତାରିଖ ପେ ତାରିଖ ପ୍ରସିଦ୍ଧ ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ପରଲୋକର ଦିନକ ପରେ ଋଷିଙ୍କର ଦେହାନ୍ତ ହୋଇଥିଲା। ଦୁହେଁ କର୍କଟର ଶିକାର ହୋଇଥିଲେ ଏବଂ ଅଳ୍ପ ବ୍ୟବଧାନରେ ବଲିଉଡ୍ ଦୁଇ ଦୁଇ ଜଣ ମହାନ୍ କଳାକାରଙ୍କୁ ହରାଇଥିଲା।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy