‘ଗ୍ରାଣ୍ତ୍ ଓଲ୍ଡମ୍ୟାନ୍ ଅଫ୍ ଇଣ୍ତିଆ’ ବା ‘ଭାରତର କୁଳବୃଦ୍ଧ’ ଭାବେ ସୁପରିଚିତ ଦାଦାଭାଈ ନୌରୋଜୀ ଥିଲେ ଏକଧାରରେ ରାଜନୀତିଜ୍ଞ, ସମାଜ ସ˚ସ୍କାରକ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ବ୍ୟବସାୟୀ। ୧୮୯୨ରେ ସେ ୟୁନାଇଟେଡ୍ କିଙ୍ଗ୍ଡମ୍ ହାଉସ୍ ଅଫ୍ କମନ୍ସ ବା ବ୍ରିଟିସ୍ ଲୋକସଭାକୁ ସା˚ସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ବ୍ରିଟେନ୍ରେ ସା˚ସଦ ହୋଇପାରିଥିବା ପ୍ରଥମ ଏସୀୟ। ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ ଓ ସାର୍ ଦିନଶା ଈଡ଼ଲଜୀ ୱାଚାଙ୍କ ସହ ମିଶି ସେ ‘ଭାରତୀୟ ଜାତୀୟ କ˚ଗ୍ରେସ୍’ ପ୍ରତିଷ୍ଠା କରିଥିଲେ। ବାଲ ଗଙ୍ଗାଧର ତିଲକ, ଗୋପାଲ କୃଷ୍ଣ ଗୋଖଲେ, ମହାତ୍ମା ଗାନ୍ଧୀ ଓ ମୋହମ୍ମଦ ଅଲୀ ଜିନ୍ନାହ ଆଦିଙ୍କର ସେ ଥିଲେ ରାଜନୈତିକ ଗୁରୁ। ସେ ଥିଲେ ନରମପନ୍ଥୀ। ୧୮୮୬, ୧୮୯୩ ଓ ୧୯୦୬ରେ ନୌରୋଜୀ ‘ଭାରତୀୟ ଜାତୀୟ କ˚ଗ୍ରେସ୍’ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୦୬ର କଂଗ୍ରେସ୍ ଅଧିବେଶନରେ ‘ସ୍ବରାଜ’ ସଂପର୍କରେ ସେ ହିଁ ପ୍ରଥମେ ଭାଷଣ ଦେଇଥିଲେ।
ଭାରତର ସ˚ପଦ ଇ˚ଲଣ୍ତ୍କୁ ଚାଲାଣ ହେଉଥିବା ଏବ˚ ଏହା ଦ୍ବାରା ଶାସକ ଦେଶ ସମୃଦ୍ଧ ଓ ଶାସିତ ଦେଶ ଗରିବ ହେଉଥିବା ବାବଦରେ ସେ ପ୍ରଥମେ ଅବଶିଷ୍ଟ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ଏହି ପ୍ରସଙ୍ଗରେ ସେ ଲେଖିଥିବା ପୁସ୍ତକ ‘ପୋଭର୍ଟି ଆଣ୍ତ୍ ଅନ୍-ବ୍ରିଟିସ୍ ରୁଲ୍ ଇନ୍ ଇଣ୍ତିଆ’ ତାଙ୍କ ଜୀବନ କାଳରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ସେହି କାଳରେ ଭାରତୀୟମାନଙ୍କର ହାରାହାରି ବାର୍ଷିକ ଆୟ ମାତ୍ର କୋଡ଼ିଏ ଟଙ୍କା ଥିବା ସେ ପ୍ରକାଶ କରିଥିଲେ। ବୈଜ୍ଞାନିକ ପଦ୍ଧତିରେ ସର୍ବେକ୍ଷଣ ଆଧାରରେ ସେ ଏହା କହିଥିଲେ। ଅପରପକ୍ଷେ ଭାରତର ପ୍ରଶାସନିକ ଅଧିକାରୀ(ମୁଖ୍ୟତଃ ବ୍ରିଟିସ୍)ମାନେ ବିଶ୍ବରେ ସବୁଠାରୁ ଅଧିକ ରୋଜଗାର କରୁଥିବା ସେ ତଥ୍ୟ-ପ୍ରମାଣ ସହ ଉପସ୍ଥାପନ କରିଥିଲେ। ଏହା ଭାରତର ଦାରିଦ୍ର୍ୟ ପ୍ରତି ଏକ ଉପହାସ ଥିଲା। ସେ ବ୍ରିଟିସ୍ ଭାରତର ମୋଟ ଜାତୀୟ ଆୟ ବାବଦରେ ଆକଳନ କରିଥିବା ପ୍ରଥମ ବ୍ୟକ୍ତି। ପୁଣି, ସେହି କାଳରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଭାରତୀୟ ଓ ବ୍ରିଟିସ୍ଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା। ଏହାକୁ ଏକ ସଙ୍ଗେ କରାଇବା ପାଇଁ ନୌରୋଜୀ ହିଁ ପ୍ରଥମେ ଦାବି କରିଥିଲେ; ବ୍ରିଟିସ୍ମାନଙ୍କର ଦୃଷ୍ଟି ଆକର୍ଷିତ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏହାର ସୁଫଳ ସ୍ବରୂପ ଏକକ ପରୀକ୍ଷା ବ୍ୟବସ୍ଥାର ପ୍ରଚଳନ ହୋଇଥିଲା।
୧୮୨୫ ସେପ୍ଟେମ୍ବର୍ ୪ରେ ନୱସାରୀ(ଏବେ ଗୁଜରାତରେ)ର ଏକ ପାରସୀ ପରିବାରରେ ସେ ଜନ୍ମ ହୋଇଥିଲେ। ନୌରୋଜୀ ଉଚ୍ଚ ଶିକ୍ଷା ଲାଭ ପରେ ପ୍ରଥମେ ବମ୍ବେର ଏଲ୍ଫିନ୍ଷ୍ଟୋନ୍ କଲେଜ୍ରେ ଗଣିତ ଓ ପ୍ରାକୃତିକ ଦର୍ଶନ ବିଭାଗରେ ଅଧ୍ୟାପନା କରିଥିଲେ। ଏହି ଦୁଇଟି ବିଭାଗର ପ୍ରଫେସର୍ ଭାବେ ନିଯୁକ୍ତି ପାଇଥିବା ସେ ପ୍ରଥମ ଭାରତୀୟ। ୧୮୫୫ରେ ସେ ଲଣ୍ତନ୍ ଯାଇ ‘କାମା ଆଣ୍ତ୍ କୋ’ ବ୍ୟବସାୟ ସ˚ସ୍ଥାର ଅ˚ଶୀଦାର ହୋଇଥିଲେ ଏବ˚ ସେଇଟି ଥିଲା ଇ˚ଲଣ୍ତ୍ର ପ୍ରଥମ ଭାରତୀୟ କ˚ପାନି। ୧୮୫୯ରେ ସେ ନିଜର ବ୍ୟବସାୟ ସ˚ସ୍ଥା ଖୋଲିଥିଲେ। ତାହା ପରେ ୟୁନିଭର୍ସିଟି କଲେଜ୍ ଲଣ୍ତନ୍ରେ ଗୁଜରାତୀ ଭାଷା ବିଭାଗର ପ୍ରଫେସର୍ ଭାବେ ନିଯୁକ୍ତି ପାଇଥିଲେ। ଭାରତ ଫେରିବା ପରେ କିଛି କାଳ ବଡ଼ୋଦରାର ରାଜାଙ୍କ ଦେବାନ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଧାର୍ମିକ ମଣିଷ ଥିଲେ। ପାରିବାରିକ ଉତ୍ତରାଧିକାର ସୂତ୍ରରେ ପାରସୀ ଧର୍ମଯାଜକ ଥିଲେ। ଏଗାର ବର୍ଷ ବୟସରେ ତାଙ୍କର ବିବାହ ହେଇଥିଲା। ପତ୍ନୀଙ୍କ ନାମ ଥିଲା ଗୁଲବାଈ। ‘ରସ୍ତ ଗୋଫତର’(ଦ ଟ୍ରୁଥ୍ ଟେଲର୍) ନାମକ ଗୁଜରାତୀ ପାକ୍ଷିକ ପତ୍ରିକା ପ୍ରକାଶ କରୁଥିଲେ। ପରେ ‘ଦ ଭଏସ୍ ଅଫ୍ ଇଣ୍ଡିଆ’ ଖବରକାଗଜ ବାହାରକରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେ ସ˚ଭବତଃ ଏକମାତ୍ର ଭାରତୀୟ ନେତା ଯାହାଙ୍କ ନାମରେ ଇ˚ଲଣ୍ତ୍, ଭାରତ ଓ ପାକିସ୍ତାନର ଏକାଧିକ ରାସ୍ତା ନାମିତ। ୩୦ ଜୁନ୍ ୧୯୧୭ରେ ବମ୍ବେରେ ତାଙ୍କର ପରଲୋକ ହୋଇଥିଲା।

No comments:
Post a Comment