✍ବାସନ୍ତୀ ଲତା ଜେନା
ଧନେଶ୍ୱର ଝିଅ ତଅପୋଇ ଥିଲା
ସାତ ଭାଇରେ ଭଉଣୀ
ଗେହ୍ଲ ବସରରେ ବଢି ଥିଲା ସିଏ
ସତେକି ରାଜ ଦୁଲଣୀ l୧l
ସାଙ୍ଗସାଥି ମେଳେ ଖେଳୁ ଥିଲା ବଳେ
ବୁଢୀ ବ୍ରହ୍ମଣୀ ଆସିଲା
ସୁନା କୁଲେଇରେ ରୂପା ଚାନ୍ଦ ସଙ୍ଗେ
ଖେଳୁନୁ କାହିଁକି ଭଲା l୨l
ବାପା ଶୁଣି କରି ଚନ୍ଦ ଗଢାଇଲେ
ଅଧା ଚାନ୍ଦେ ମାଆ ମଲେ
ପୂରା ଚାନ୍ଦ ଯେବେ ଗଢ଼ା ହୋଇ ଗଲା
ପିତା ସ୍ୱର୍ଗ ପୁର ଗଲେ l୩l
ସାତ ଭାଇ ତାର ବାଣିଜ୍ୟକୁ ଗଲେ
ସାଥିରେ ବୋଇତ ନେଇ
ଭାଉଜ ମାନଙ୍କୁ ଭଗ୍ନୀ ସମର୍ପିଲେ
କେତେ ଆଶ୍ୱାସନା ଦେଇ l୪l
ଛଅ ଭାଉଜ ତ କେତେ ଦୁଃଖ ଦେଲେ
ବୁଢୀ ବ୍ରାହ୍ମଣୀ କଥାରେ
ମାଡ଼ ଗାଳି ଦେଲେ ଛେଳି ଚରାଇଲେ
ସାନ ବହୂ ହୃଦ ଥରେ l୫l
ଘର ମଣି ଛେଳି ହଜି ଯାଇ ଥିଲା
ବନ ଗହନ ମଧ୍ୟରେ
ବଡ଼ ବହୂ ତାକୁ ଘରୁ ତଡି ଦେଲା
ଘନ ଅନ୍ଧାର ରାତ୍ରିରେ l୬l
ଘୋର ବନସ୍ତରେ ଛେଳିକୁ ଖୋଜିଲା
ଶୁଣିଲା ଗୀତର ସ୍ୱର
ପାଖକୁ ଯାଇଣ ପଚାରି ବୁଝିଲା
ପୂଜା ମଙ୍ଗଳା ମାତାର l୭l
ମଙ୍ଗଳା ମାତାଙ୍କୁ ପ୍ରାର୍ଥନା କରିଲା
ଘରମଣୀ ମିଳି ଗଲା
ଛଅ ଦିନ ପରେ ରବି ବାର ଆସେ
ମାତାଙ୍କ ଓଷା ପଡିଲା l୮l
ଖୁଦ କଣିକାରେ ମଣ୍ଡା କରି ସିଏ
ମଙ୍ଗଳାଙ୍କୁ ପୂଜିଥିଲା
ଭାଇ ମାନେ ତାର ସଅଳେ ଫେରିଲେ
ଜଙ୍ଗଲରେ ଦେଖl ହେଲା l୯l
ଗେହ୍ଲି ଭଉଣୀର ଦୁର୍ଦ୍ଦଶା ଦେଖିଣ
କ୍ରୋଧାଗ୍ନିରେ ଜଳି ଗଲେ
ବୋଇତ ମଙ୍ଗରେ ମଙ୍ଗଳା ସାଜିଣ
ତଅପୋଇ ବସାଇଲେ l୧୦l
ବୋଇତ ବନ୍ଦାଣ ଛ ବହୂ କଲେ
ନାକ ତାଙ୍କ କାଟି ଦେଲା
ସାନ ବହୂ ଯେବେ ବୋଇତ ବନ୍ଦାଏ
କୋଳେଇ ତାଙ୍କୁ ସେ ନେଲା l୧୧l
ହସ ଖୁସିରେ ତ ଘରକୁ ଫେରିଲେ
ଛଅ ବହୂ ଗଲେ ବନେ
ତଅପୋଇ ଦୁଃଖ ଏବେ ସରିଗଲା
ଖୁସି ହୋଇଲା ସେ ମନେ l୧୨l
ଶ୍ରୀମତୀ ବାସନ୍ତୀ ଲତା ଜେନା,
ଗାନ୍ଧୀନଗର, ନବରଙ୍ଗପୁର l
ପିନ : 764059
ଧନେଶ୍ୱର ଝିଅ ତଅପୋଇ ଥିଲା
ସାତ ଭାଇରେ ଭଉଣୀ
ଗେହ୍ଲ ବସରରେ ବଢି ଥିଲା ସିଏ
ସତେକି ରାଜ ଦୁଲଣୀ l୧l
ସାଙ୍ଗସାଥି ମେଳେ ଖେଳୁ ଥିଲା ବଳେ
ବୁଢୀ ବ୍ରହ୍ମଣୀ ଆସିଲା
ସୁନା କୁଲେଇରେ ରୂପା ଚାନ୍ଦ ସଙ୍ଗେ
ଖେଳୁନୁ କାହିଁକି ଭଲା l୨l
ବାପା ଶୁଣି କରି ଚନ୍ଦ ଗଢାଇଲେ
ଅଧା ଚାନ୍ଦେ ମାଆ ମଲେ
ପୂରା ଚାନ୍ଦ ଯେବେ ଗଢ଼ା ହୋଇ ଗଲା
ପିତା ସ୍ୱର୍ଗ ପୁର ଗଲେ l୩l
ସାତ ଭାଇ ତାର ବାଣିଜ୍ୟକୁ ଗଲେ
ସାଥିରେ ବୋଇତ ନେଇ
ଭାଉଜ ମାନଙ୍କୁ ଭଗ୍ନୀ ସମର୍ପିଲେ
କେତେ ଆଶ୍ୱାସନା ଦେଇ l୪l
ଛଅ ଭାଉଜ ତ କେତେ ଦୁଃଖ ଦେଲେ
ବୁଢୀ ବ୍ରାହ୍ମଣୀ କଥାରେ
ମାଡ଼ ଗାଳି ଦେଲେ ଛେଳି ଚରାଇଲେ
ସାନ ବହୂ ହୃଦ ଥରେ l୫l
ଘର ମଣି ଛେଳି ହଜି ଯାଇ ଥିଲା
ବନ ଗହନ ମଧ୍ୟରେ
ବଡ଼ ବହୂ ତାକୁ ଘରୁ ତଡି ଦେଲା
ଘନ ଅନ୍ଧାର ରାତ୍ରିରେ l୬l
ଘୋର ବନସ୍ତରେ ଛେଳିକୁ ଖୋଜିଲା
ଶୁଣିଲା ଗୀତର ସ୍ୱର
ପାଖକୁ ଯାଇଣ ପଚାରି ବୁଝିଲା
ପୂଜା ମଙ୍ଗଳା ମାତାର l୭l
ମଙ୍ଗଳା ମାତାଙ୍କୁ ପ୍ରାର୍ଥନା କରିଲା
ଘରମଣୀ ମିଳି ଗଲା
ଛଅ ଦିନ ପରେ ରବି ବାର ଆସେ
ମାତାଙ୍କ ଓଷା ପଡିଲା l୮l
ଖୁଦ କଣିକାରେ ମଣ୍ଡା କରି ସିଏ
ମଙ୍ଗଳାଙ୍କୁ ପୂଜିଥିଲା
ଭାଇ ମାନେ ତାର ସଅଳେ ଫେରିଲେ
ଜଙ୍ଗଲରେ ଦେଖl ହେଲା l୯l
ଗେହ୍ଲି ଭଉଣୀର ଦୁର୍ଦ୍ଦଶା ଦେଖିଣ
କ୍ରୋଧାଗ୍ନିରେ ଜଳି ଗଲେ
ବୋଇତ ମଙ୍ଗରେ ମଙ୍ଗଳା ସାଜିଣ
ତଅପୋଇ ବସାଇଲେ l୧୦l
ବୋଇତ ବନ୍ଦାଣ ଛ ବହୂ କଲେ
ନାକ ତାଙ୍କ କାଟି ଦେଲା
ସାନ ବହୂ ଯେବେ ବୋଇତ ବନ୍ଦାଏ
କୋଳେଇ ତାଙ୍କୁ ସେ ନେଲା l୧୧l
ହସ ଖୁସିରେ ତ ଘରକୁ ଫେରିଲେ
ଛଅ ବହୂ ଗଲେ ବନେ
ତଅପୋଇ ଦୁଃଖ ଏବେ ସରିଗଲା
ଖୁସି ହୋଇଲା ସେ ମନେ l୧୨l
ଶ୍ରୀମତୀ ବାସନ୍ତୀ ଲତା ଜେନା,
ଗାନ୍ଧୀନଗର, ନବରଙ୍ଗପୁର l
ପିନ : 764059
No comments:
Post a Comment