✍️ସୁଧାଂଶୁ କୁମାର ତ୍ରିପାଠୀ (ସୋନୁ)
ଅଲିଅଳି ଗୋ ଚାରୁ ଚନ୍ଦ୍ର ବଦନୀ
ଆସ ଆସରେ ମିତ କୁନ୍ଦ ଦଶନୀ।ଘୋଷା।
ଭୁରୁ ଉରୁ ଶୋଭିନୀ ମନ ମୋହିନୀ
ଭୁଜ ବଳେ ଧରି ରଖ ପ୍ରାଣ ସଙ୍ଗିନୀ
ଭୁବନ ମଧ୍ୟେ ସାର ରମଣୀମଣୀ ତୋର
ଭୂଷଣ ଦେଖି କାର ହଟି ଯିବ ନଜର
ଭୂପତି ହେଲେ କ୍ଷିତି ଛାଡି ଲୋଡ଼ିବେ ପ୍ରୀତି
ଭୂସୁର ହେଉ ଜାତି ମୁଖେ ଗାଇବେ କୀର୍ତ୍ତି
ଭୂଷି ଦିଅନା ଅଶି କସି ରେଧନୀ।୧। ଅଲିଅଳି...
ବଙ୍କା ଚାହାଣୀ ଦେଲା ହୃଦୟ ହାଣି
ବଣା କଲା ପଥ ଲମ୍ବା ଚିକ୍କଣ ବେଣୀ
ବକ୍ଷର ଋକ୍ଷ କୁଚ ମନ୍ଦର ଠାରୁ ଉଚ୍ଚ
ବଦରୀ ପରପଞ୍ଚ ବସିଛି ଭାବି ମଞ୍ଚ
ବସନେ ଲୁଚିରହି ମନ ଦେଉଛି ମୋହି
ବରଜି ଯାଅ ନାହିଁ ଝୁରି ମରିବି ମୁହିଁ
ବର ବରନା ପୀନ ସ୍ତନୀ ମାନିନୀ।୨।ଅଲିଅଳି........
ନତ କରି ମଥା ଯାଉ ହଲାଇ କଟି
ନଦୀ ବହି ଯାଏ ଦେଲେ ବେଣୀକୁ ଛାଟି
ନହୁଲି ପାଦେ ତୋର ନାଲି ଅଳତା ଗାର
ନର୍ତ୍ତନ ପାଉଜୀର ନାଦ କେଡେ ମଧୁର
ନଳିନୀ ତୁ ମୋହର ମୁହିଁ କଳା ଭ୍ରମର
ନକରି ଅଭିମାନ ରତି କର ତୁ ଦାନ
ନବ ନବିନା ବିତିଯାଉ ଯାମିନୀ।୩। ଅଲିଅଳି......
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ
ଅଲିଅଳି ଗୋ ଚାରୁ ଚନ୍ଦ୍ର ବଦନୀ
ଆସ ଆସରେ ମିତ କୁନ୍ଦ ଦଶନୀ।ଘୋଷା।
ଭୁରୁ ଉରୁ ଶୋଭିନୀ ମନ ମୋହିନୀ
ଭୁଜ ବଳେ ଧରି ରଖ ପ୍ରାଣ ସଙ୍ଗିନୀ
ଭୁବନ ମଧ୍ୟେ ସାର ରମଣୀମଣୀ ତୋର
ଭୂଷଣ ଦେଖି କାର ହଟି ଯିବ ନଜର
ଭୂପତି ହେଲେ କ୍ଷିତି ଛାଡି ଲୋଡ଼ିବେ ପ୍ରୀତି
ଭୂସୁର ହେଉ ଜାତି ମୁଖେ ଗାଇବେ କୀର୍ତ୍ତି
ଭୂଷି ଦିଅନା ଅଶି କସି ରେଧନୀ।୧। ଅଲିଅଳି...
ବଙ୍କା ଚାହାଣୀ ଦେଲା ହୃଦୟ ହାଣି
ବଣା କଲା ପଥ ଲମ୍ବା ଚିକ୍କଣ ବେଣୀ
ବକ୍ଷର ଋକ୍ଷ କୁଚ ମନ୍ଦର ଠାରୁ ଉଚ୍ଚ
ବଦରୀ ପରପଞ୍ଚ ବସିଛି ଭାବି ମଞ୍ଚ
ବସନେ ଲୁଚିରହି ମନ ଦେଉଛି ମୋହି
ବରଜି ଯାଅ ନାହିଁ ଝୁରି ମରିବି ମୁହିଁ
ବର ବରନା ପୀନ ସ୍ତନୀ ମାନିନୀ।୨।ଅଲିଅଳି........
ନତ କରି ମଥା ଯାଉ ହଲାଇ କଟି
ନଦୀ ବହି ଯାଏ ଦେଲେ ବେଣୀକୁ ଛାଟି
ନହୁଲି ପାଦେ ତୋର ନାଲି ଅଳତା ଗାର
ନର୍ତ୍ତନ ପାଉଜୀର ନାଦ କେଡେ ମଧୁର
ନଳିନୀ ତୁ ମୋହର ମୁହିଁ କଳା ଭ୍ରମର
ନକରି ଅଭିମାନ ରତି କର ତୁ ଦାନ
ନବ ନବିନା ବିତିଯାଉ ଯାମିନୀ।୩। ଅଲିଅଳି......
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ
No comments:
Post a Comment