ଏଇ ଘୁମୁସର ଭୁଇଁ
ଏଇ ଘୁମୁସର
ଏଇ ଘୁମୁସର ଭୂଇଁ
ଶସ୍ଯ ଶ୍ୟାମଲା ଚିର ସୁଫଳା କରଇ ବଡ ନଈ
ଚଷା ର ଭାଗ୍ୟ ଫୁଟାଏ ଏଠି ରସୁଲକୋଣ୍ଡାଘାଇ
ଏଇ ଘୁମୁସର ଭୂଇଁ
ପାଣିତ ଏଠି ଗାଉଛି ଗୀତ ଦେଖାଇ କେତେ ଛଇ
ନାନାରଙ୍ଗର କୁସୁମ କଲି ଉଦ୍ୟାନେ ଅଛି ରହି
ଏଇ ଘୁମୁସର ଭୂଇଁ
ଭଞ୍ଜରାଇଜ କିରଟି ଉଡେ କବି ସମ୍ରାଟ ପାଇଁ
କଳାଧାରର ବନାନି ବୁକୁ ଭଞ୍ଜ କବିତା ଗାଇ
ଏଇ ଘୁମୁସର ଭୂଇଁ
ସୋରିସମୂଳ ବ୍ୟାରେଜ ଖୋଜେ ନୁଆ ଅତିଥି ପାଇଁ
ବନଦୁର୍ଗା ଙ୍କ କୃପାରେ ଯାଏ ସପନ ସତହୋଇ
ଏଇ ଘୁମୁସର ଭୂଇଁ
ଚକରା ବିର ଦୋହରା ପରା ନଥିଲେ ମୁଣ୍ଡ ନୋଇଁ
ଚକ୍ରଘଟି ହୋଇଛି ଠିଆ ଅତୀତଗୀତ ଗାଇ
ଏଇ ଘୁମୁସର ଭୂଇଁ
ସବୁରି କଣ୍ଠେ ବାଗ୍ଦେବୀଙ୍କ କରୁଣା ଅଛିରହି
ଭଞ୍ଜ ସାହିତ୍ୟ ଆଦର ଏଠି ତିଆରି ନୂଆ ବହି।।
ଏଇଗୁମୁସର ଭୂଇଁ
ଚଉଦୋଳର ମେଳଣ ଯାତ ଠାକୁର ଭେଟ ହୋଇ।
ଅବିର ରଙ୍ଗେ ଖେଳନ୍ତି ରଙ୍ଗ ସଭିଏ ଭାଇଭାଇ।।।।
ଏଇଗୁମୁସର ଭୂଇଁ
ଏଇଗୁମୁସର ଭୂଇଁ
ଏଇଗୁମୁସର ଭୂଇଁ
ରଚନା -ଉଷ୍ମିତା ମଞ୍ଜରୀ ମିଶ୍ର ,କୁଲାଡ
ଏଇ ଘୁମୁସର
ଏଇ ଘୁମୁସର ଭୂଇଁ
ଶସ୍ଯ ଶ୍ୟାମଲା ଚିର ସୁଫଳା କରଇ ବଡ ନଈ
ଚଷା ର ଭାଗ୍ୟ ଫୁଟାଏ ଏଠି ରସୁଲକୋଣ୍ଡାଘାଇ
ଏଇ ଘୁମୁସର ଭୂଇଁ
ପାଣିତ ଏଠି ଗାଉଛି ଗୀତ ଦେଖାଇ କେତେ ଛଇ
ନାନାରଙ୍ଗର କୁସୁମ କଲି ଉଦ୍ୟାନେ ଅଛି ରହି
ଏଇ ଘୁମୁସର ଭୂଇଁ
ଭଞ୍ଜରାଇଜ କିରଟି ଉଡେ କବି ସମ୍ରାଟ ପାଇଁ
କଳାଧାରର ବନାନି ବୁକୁ ଭଞ୍ଜ କବିତା ଗାଇ
ଏଇ ଘୁମୁସର ଭୂଇଁ
ସୋରିସମୂଳ ବ୍ୟାରେଜ ଖୋଜେ ନୁଆ ଅତିଥି ପାଇଁ
ବନଦୁର୍ଗା ଙ୍କ କୃପାରେ ଯାଏ ସପନ ସତହୋଇ
ଏଇ ଘୁମୁସର ଭୂଇଁ
ଚକରା ବିର ଦୋହରା ପରା ନଥିଲେ ମୁଣ୍ଡ ନୋଇଁ
ଚକ୍ରଘଟି ହୋଇଛି ଠିଆ ଅତୀତଗୀତ ଗାଇ
ଏଇ ଘୁମୁସର ଭୂଇଁ
ସବୁରି କଣ୍ଠେ ବାଗ୍ଦେବୀଙ୍କ କରୁଣା ଅଛିରହି
ଭଞ୍ଜ ସାହିତ୍ୟ ଆଦର ଏଠି ତିଆରି ନୂଆ ବହି।।
ଏଇଗୁମୁସର ଭୂଇଁ
ଚଉଦୋଳର ମେଳଣ ଯାତ ଠାକୁର ଭେଟ ହୋଇ।
ଅବିର ରଙ୍ଗେ ଖେଳନ୍ତି ରଙ୍ଗ ସଭିଏ ଭାଇଭାଇ।।।।
ଏଇଗୁମୁସର ଭୂଇଁ
ଏଇଗୁମୁସର ଭୂଇଁ
ଏଇଗୁମୁସର ଭୂଇଁ
ରଚନା -ଉଷ୍ମିତା ମଞ୍ଜରୀ ମିଶ୍ର ,କୁଲାଡ
No comments:
Post a Comment