Thursday, September 3, 2020

କେବେ ହଁ... କେବେ ନା...

✍ନିର୍ମଳ ନାୟକ 

ଜୀବନ ଇତିହାସ ର ଆଦ୍ୟ ପୃଷ୍ଠା ରୁ... 
ଅବଲୋକନ ଯେବେ କରୁଥିଲି... 
କିଛି ସକାରାତ୍ମକ ବିଚାର ଧାରା... 
ଆଉ କିଛି ନକାରାତ୍ମକ ବି ପାଇଲି.. 

କିଛି ହର୍ଷ, ଉଲ୍ଲସିତ ଘଡି... 
କିଛି ଦୁଃଖ, ଯାତନା ର ଝଡି.. 
କିଛି ହସ ଖୁସିର ସମାହାର... 
କିଛି ଆତ୍ମଗ୍ଲାନି ର ପୁଲହାର !!

ଥିଲା ଭଲପାଇବା ର.. ପ୍ରତିଶୃତି.. 
ପରନ୍ତୁ ତାହା ମଧ୍ୟାହ୍ନ ବିରତି... 
ଝାପ୍ସା ଦିଶେ ବିଗତ ଦିନର ସ୍ମୃତି.. 
ତିମିର ଅନ୍ଧାରେ କ୍ଷୀଣ ଶିଖା ବତୀ !!

କଥା ଥିଲା ଚାଲିବା ସାଥେ ସାଥେ... 
ସେ ସବୁ ଭୁଲିଗଲୁ ସତେ.. 
ସାଥିରେ ଶୁଷ୍କ ମରୁ ଝର ରାସ୍ତେ... 
କେବେ କେବେ ଡର ଲାଗେ ମୋତେ !!

ସେ ଭାବପ୍ରବଣତା ର ଆଶାବାଡ଼ି.. 
ମୋ ମନର ଅଶାନ୍ତ ର କାଳ ଘଡି... 
ଘର୍ଷଣେ ବାଦଲ ଆତ୍ମାଛାଡେ ରଡି.. 
ଚାଲି ଯାଇଛି ମାହେନ୍ଦ୍ର ର ଶୁଭ ଘଡି !!

ଦୋଦୁଲ୍ୟମାନ ପରିସ୍ଥିତି ସମୀପେ.. 
ବିଚାର ବଦଳୁଛି ଆପେ ଆପେ.. 
ଘୃଣା, ଦ୍ୱେଷ ର ମନଦଶା ସାଥେ.. 
କେବେ ହଁ.. କେବେ ନା ମାପେ !!

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy