Thursday, September 3, 2020

ତ୍ରିବେଣୀରେ ତିନିଦେବୀ

                    ✍ସୁକାନ୍ତ ଖଣ୍ଡା 

ତ୍ରିବେଣୀ ଘାଟରେ ଦିନେ ବସିଥିଲେ
ସଞ୍ଜବେଳେ ତିନିଦେବୀ
ମନୋରମ ଦୃଶ୍ୟ ଦିଶୁଥିଲା ଆହା
ପରିବେଶ ପ୍ରତିଛବି।୧
ପୂର୍ଣ୍ଣିମା ରାତିର ପୂରୁବ ସମୟ
ମୁରୁଜ ବୁଣିଲା କିଏ
ସୂରୁଯ ଓ ଚନ୍ଦ୍ର ଆଲୋକ ପିଣ୍ଡୁଳା
ଦୁଇ ବିପରୀତ ରୁହେ।୨
ଆକାଶେ ସିନ୍ଦୂର କିଏ ସେ ଲେପିଛି
ସିନ୍ଦୂରାମୟ ଦିଶୁଛି 
ସେମାନେ ତ ତିନି ବଡ଼ ନଦୀ ଅଟେ
କିଏ ସେ ଆକାଶେ ହସୁଛି?୩
ଚାରୁ ଚିତ୍ରପଟ୍ଟ ଦେଖିକି ତିନିହେ
ଭାବରେ ବିଭୋର ହେଲେ
ଆନନ୍ଦେ ଈଷ୍ଟଙ୍କୁ ପ୍ରଣାମ କରିକି
ବେଳାଭୂମିରେ ନାଚିଲେ।୪
ଗଙ୍ଗା ଯମୁନା ଓ ସରସ୍ଵତୀ ନଦୀ
ନୃତ୍ଯକୁ ଦେଖିବା ପାଇଁ 
ଦଶ ଦିଗପାଳ ପୁଷ୍ପ ବୃଷ୍ଟି କଲେ
ମରତେ ଆସି ଓହ୍ଲାଇ।୫
ସରଗ ରାଇଜେ ଦେବାଦେବୀ ଶୂନ୍ୟ
ସ୍ବୟଂ ମଧ୍ୟ ବିଷ୍ଣୂଦେବ
ଅପରୂପ ନୃତ୍ୟ ଶୋଭା ଭଣ୍ଡାର 
ଆଉ କେଉଁଠି ବା ଥିବ।୬
ମରତ ଭୂମିରେ ସବୁଜିମା ଠାରୁ
ପବନ ଆନନ୍ଦ ହୋଇ 
କୃତାର୍ଥ ମଣିଲେ ଦୁଇ ହାତ ଯୋଡ଼ି
ରାତିରେ ଗଲେନି ଶୋଇ।୭
ସଭିଏଁ ଯେମିତି ଧନ୍ଯ ହୋଇଗଲେ
ଦେଖି ନୃତ୍ୟ ଦେବୀଙ୍କର 
ଅପରୂପ ଶୋଭା କେବେ ଦେଖି ନାହିଁ
ନେତ୍ରରୁ ବୁହାଇ ଝର।୮
ତିନିଦେବୀ ଯେବେ ହୋସକୁ ଆସିଲେ
ନୃତ୍ଯ ବନ୍ଦ କରିଦେଲେ
ଦେଖିଲେ ସାମ୍ନାରେ ସ୍ଵୟଂ ବିଷ୍ଣୁଦେବ
ଦୁଇ ହାତ ଯୋଡ଼ି ଦେଲେ।୯
ବିଷ୍ଣୁ ହସି ଦେଇ କହିଲେ ତ୍ରୀଦେବୀ 
ତୁମର କଳା କୌଶଳ
ବିବଶ କଲାରୁ ଓହୋଇ ମରତେ
ଦେଖିକି ହୋଇଲି ଭୋଳ।୧୦
ଆଶୀର୍ବାଦ ଆଉ କଲ୍ଯାଣ କରିକି
ବିଷ୍ଣୁଦେବ ଚାଲିଗଲେ
ତାଙ୍କ ପଛେ ପଛେ ଦଶ ଦିଗପାଳ
ପ୍ରଣାମ ଖୁସିରେ କଲେ।୧୧
ତିନିଦେବୀ ମଧ୍ୟ ସଭିଙ୍କୁ ପ୍ରଣାମ 
ଆଉ ଧନ୍ଯବାଦ ଦେଇ
ନିଜର ସ୍ଥାନକୁ ଚାଲିଲେ ସେମାନେ
ଆନନ୍ଦ ମନରେ ଥୋଇ। ୧୨
                  *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy