ବଡ଼ ହୋଇ ପାରି ନାହିଁ
ଗୁରୁ ଆଶିର୍ବାଦ ଲଭି ଶିଷ୍ୟ ଆଜି
ବିଶ୍ଵକୁ ଜୟ କରଇ ।
ପିତା ମାତା ଗୁରୁ ଶିକ୍ଷା, ଦୀକ୍ଷା ଗୁରୁ
ବ୍ରହ୍ମା, ବିଷ୍ଣୁ, ମହେଶ୍ଵର
ତାଙ୍କୁ ଭକ୍ତି କରି ଶିଷ୍ୟ ଯେ ସଂସାରେ
ଜନମ କରେ ଅମର. ।
ଆଲେକ୍ ଜାଣ୍ଡାର ଗୁରୁଠାରୁ ଶିକ୍ଷା
ସମାପନ କଲା ପରେ
ପରୀକ୍ଷା ଆଶାରେ ଗୁରୁ ଯେ ଚାଲିଲେ
ଶିଷ୍ୟ କୁ ନେଇ ସାଥିରେ ।
ବାଟେ ଗଲା ବେଳେ ନଦୀ ଯେ ପଡ଼ିଲା
ଅକାତ କାତ ତା' ପାଣି
ଗୁରୁଜୀ କହିଲେ ଯାଉଛି ମୁଁ ଆଗ
ନଦୀ ପାର ହେବା ମଣି ।
ନଦୀରେ ଯଦି ମୁଁ ବୁଡ଼ି ଯାଏ କିମ୍ବା
ଭାସି ଯାଏ ତା'ର ସ୍ରୋତେ
ତୁମେ ନ ପଶିଣ ଫେରିବ ରାଜ୍ୟ କୁ
ମନ ନ ବଳାଇ ଚିତ୍ତେ ।
ଶୁଣି ଗୁରୁକଥା ଆଲେକ୍ ଜାଣ୍ଡାର
କହିଲେ ଗୁରୁ ରେ ଚାହିଁ
ଏ କି କଥା କହୁଅଛ ଗୁରୁଦେବ
ଅନ୍ୟାୟ ଏହା ମୋ ପାଇଁ ।
ମୁଁ ବୁଡ଼ିଗଲେ ଅବା ଭାସିଗଲେ
ପଂରକ୍ ପଡ଼ିବ ନାହିଁ
ଆପଣ ଥିଲେ ତ ସୃଷ୍ଟି କରି ଦେବେ
କେତେ ଯେ ମୋ' ପରି ତହିଁ ।
ଏତକ କହିଣ ପଶିବାକୁ ଯା'ନ୍ତେ
ଗୁରୁ ଅଟକାଇ ତା' ରେ
ଆଲିଙ୍ଗନ କରି " ଶ୍ରେଷ୍ଠ ଛାତ୍ର ତୁମେ "
ଘୋଷିଲେ ଖୁସି ଅନ୍ତରେ ।
ନେପୋଲିୟନ୍ ସମ୍ରାଟ ହେଲାପରେ
ଦିନେକ ପାତ୍ର ମନ୍ତ୍ରୀ ରେ
ଡାକି ରାଜଦରବାରେ ଆଦେଶିଲେ
କିଏ ସବୁଠୁ ବୋକା ଦେଶ ରେ ?
ଧରି ଆଣ ମୋର ପାଶେ ତାଙ୍କୁ ଯହୁଁ
ବିହିଲେ ଏହି ଆଦେଶ
ଖୋଜି ଖୋଜି କରି ବୃଦ୍ଧଟିଏ ଦେଖି
ଭାବିଲେ ବୋକା ଅବଶ୍ୟ. ।
ବୟସ ତାହାର ସତୁରି ଠୁ ବେଶି
ଚମଧୁଡୁ ଧୁଡୁ, ବାଳ
ଫୁରୁ ଫୁରୁ ଉଡ଼େ ଆଖିକୁ ଦିଶେ ନା
ପାଖରେ ବସାଇ ବାଳ ।
ନେଇ ଯାନ୍ତେ ଗୁରୁ ଆସନୁ ଉଠିଣ
ଧାଇଁ ଯାଇଁ ଧାତି କାରେ
ପାଦ ସେବା କରି ନିଜ ଆସନରେ
ବସାଇ ସବୁ ପୁଛିଲେ ।
ପାତ୍ର ମନ୍ତ୍ରୀଙ୍କୁ ସେ କ୍ରୋଧ ଭରେ ତହୁଁ
ବହୁ ତିରଷ୍କ।ର କଲେ
ଏ ବୟସେ ଯିଏ ଜ୍ଞାନ ବିତରନ୍ତି
"ବୋକା ଭାବିଲ ତାହା ରେ " ?
ଜ୍ଞାନ ବିତରଣ ମରିବା ପର୍ଯ୍ୟନ୍ତ
କରିବା ଗୁରୁ ର ଧର୍ମ
ଶିଷ୍ୟମାନେ ନିଜ ଧର୍ମ ରକ୍ଷା କରି
ଭକ୍ତିରେ ଅର୍ଜିବା କର୍ମ ।
ଅଜ୍ଞାନ ତିମିର ଦୂର କରି ଗୁରୁ
ଦ୍ୟନ୍ତି ଜ୍ଞାନର ଆଲୋକ
ସେ ଆଲୋକ ପାଇ ଶିଷ୍ୟ ଜୀବନରେ
ଗଡ଼େ ନନ୍ଦିଘୋଷ ଚକ ।
ଗୁରୁ ଭକ୍ତି କରି କର୍ଣ୍ଣ, ଏକଲବ୍ୟ
ଉପମନ୍ୟୁ ଆଋଣିକ
ଦୁନିଆଁ ବକ୍ଷରେ ଅମର ହୋଇଣ
ରହିଛନ୍ତି ଯୁଗ ଯାକ |
No comments:
Post a Comment