Tuesday, September 8, 2020

ସ୍ପର୍ଶ

ଟାଙ୍ଗରା ଭୂଇଁରେ ମୌସୁମୀର ସ୍ପର୍ଶ

ସୃଜନୀର ଆଦ୍ୟ ନାମ 

ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ

କରେ ପୁଣି ମୁକ୍ତିଧାମ 

ସ୍ନେହ ସ୍ପର୍ଶ ପରିଣାମ 

ଇତର ପ୍ରାଣୀକୁ ନିଜର କରଇ 

ବାଘ ବି ହୁଏ ଗୋଲାମ 


ପ୍ରତି ପ୍ରାନ୍ତେ ଦେଖ ପରମେଶ୍ୱରଙ୍କ

କରୁଣାର କେତେ ସ୍ପର୍ଶ

ବିଷାଦ ବହ୍ନିରେ ସେନେହ ସଲିଳ 

କୋଟି ମନେ ଭରେ ହର୍ଷ 

କିମ୍ପା ବିଚାର ବିମର୍ଷ 

ସଭିଙ୍କୁ ଦିଅ ହେ ଭାଇଚାରା ସ୍ପର୍ଶ

ହସୁ ଏ ଭାରତ ବର୍ଷ 


ସ୍ପର୍ଶ ଅସ୍ପର୍ଶର ଭେଦ ଭାବଠାରୁ 

ଚେତନାକୁ କର ଉଚ୍ଚ 

ସବୁରି ହୃଦୟେ ଏକ ବ୍ରହ୍ମ ସତ୍ତା 

କେହି ନୁହେଁ ଏଠି ନୀଚ୍ଚ 

ଏଇ ମୁକ୍ତିର ପାବଚ୍ଛ 

ମାନବବାଦର ମହାନଦୀ ଏ ତ

ହୃଦୟକୁ କରେ ସ୍ୱଚ୍ଛ 


ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy