Tuesday, September 8, 2020

ସାକ୍ଷରତା ର କିଛି କଥା...

ସାକ୍ଷରତା ଆଜି ନିଜକୁ ଦେଖୁଛି

ଶିକ୍ଷିତ ର ଇଲାକାରେ

ଅକ୍ଷର ଦୁଇଟି ପଢି ଲେଖିଦେଇ 

ଭାବେ   ଶିକ୍ଷିତ ଏ ଯୁଗରେ     ।।

କେମିତି ଅଛନ୍ତି ପାହାଡ଼ ତଳର

ଦୁର୍ଗମ ଅଞ୍ଚଳ ଲୋକେ

ଭାବିଛ କି ଥରେ  ସାକ୍ଷରତା ସେଠି

ଯିବାପାଇଁ ଗୋଡ଼ ଜାକେ   ।।

ଶିକ୍ଷାର ମାନ ବୃଦ୍ଧିହେବ ନିଶ୍ଚେ

ସଚେତନ ଯେବେ ହେବେ

ପଢିବେ ଲେଖିବେ ବୁଝିବେ ନିଜକୁ

ଦୁନିଆଁ ଖବର ଜାଣିବେ    ।।

ନିଜ ପରିବେଶ ନିଜ ଜୀବନକୁ

ଯେବେ ରଖିବେ ସୁନ୍ଦର

ଠକିବ ନାହିଁ ଏ ମଣିଷ ଯେଦିନ 

ସାକ୍ଷରତା ନାମ ହେବ ସାର     ।।

ଦୀପ୍ତି   ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ ,କେନ୍ଦୁଝର --758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy