✍ଏଲିନା ଶତପଥୀ
ଆଜିଗାଁକୁ ଛୁଉଁଛି
ଯେଵେ ସଂନ୍ଧ୍ଯା ମୋର
ପୂର୍ବ ଭଳି ସରସତା
ଲାଗେନା ଗାଁ ମୋର
ସବୁରୂପରେଖ ତାର
ବଦଳି ଯାଇଛି
ସଂନ୍ଧ୍ଯାପୂର୍ବ ଭଳିଆସେ
ହେଲେ ନିଜର ଲାଗେନି
କାହିଁକି।
ସଂନ୍ଧ୍ୟାହେଲେ ଆଗଭଳି
ଗୋରୁପଲ ଫେରନ୍ତିନି
ତାଙ୍କ ଗୋଧୂଳିରେ କାହିଁ
ଆକାଶ ଲୁଚେନି
ଗୋରୁପଲ ହମ୍ବାରଡି
କାନକୁ ଶୁଭେନି
କେତେବେଳେ ସଂନ୍ଧ୍ଯା
ଆସେ ଜଣାବି ପଡେନି।
ଅଛନ୍ତିସେ ଗ୍ରାମବଧୁ
ଧରିଥାନ୍ତି ସଂନ୍ଧ୍ଯା ଵତି
ହେଲେମଥାରେ କାହାର
ଓଢ଼ଣି ଦିଶେନିଟି
ଫେରନ୍ତି ପକ୍ଷୀ ନିଡ଼କୁ
ପୂର୍ବଭଳି ନାହିଁ ଦଳ
ଆଗଭଳି ଲାଗେନାହିଁ
ଆଜିର ସଂନ୍ଧ୍ଯା ଵେଳ।
ଜେଜେମା ଆଜିକାଲି
ଗପତ କହୁନି
ତାଙ୍କପାଇଁ ଵୃଦ୍ଧାଶ୍ରମ
ସବୁଠି ଖୋଲିଲାଣି
ଆଉଶୁଭୁନି ସଂନ୍ଧ୍ୟା ରେ
ପିଲାଙ୍କ ପଣୀକିଆ
ଇଂରାଜୀ ରାଈମ୍ସ କରିଛି
ସଭିଙ୍କୁ କିମିଆ
ସମସ୍ତେ ବ୍ୟସ୍ତ ଆଜି
ଟିଭି ଫୋନରେ
ସଂନ୍ଧ୍ଯାରେ ନିରବତା ଛାଏ
ମୋରି ଗାଁରେ।
ନିଜ ଜୀବନକୁ ନେଇ
ଏଵେସବୁ ଵ୍ୟସ୍ତ
ସଂନ୍ଧ୍ଯାହେଲେ ପଡିଯାଏ
ସବୁରି କବାଟ
ମୁଁଖୋଜେ ପୂର୍ବ ସଂନ୍ଧ୍ଯା
ତାକୁତ ପାଏନି
ଆଧୁନିକତା ସଂନ୍ଧ୍ୟାକୁ
ଗ୍ରାସଯେ କଲାଣି।
ମାଲକାନଗିରି
ଆଜିଗାଁକୁ ଛୁଉଁଛି
ଯେଵେ ସଂନ୍ଧ୍ଯା ମୋର
ପୂର୍ବ ଭଳି ସରସତା
ଲାଗେନା ଗାଁ ମୋର
ସବୁରୂପରେଖ ତାର
ବଦଳି ଯାଇଛି
ସଂନ୍ଧ୍ଯାପୂର୍ବ ଭଳିଆସେ
ହେଲେ ନିଜର ଲାଗେନି
କାହିଁକି।
ସଂନ୍ଧ୍ୟାହେଲେ ଆଗଭଳି
ଗୋରୁପଲ ଫେରନ୍ତିନି
ତାଙ୍କ ଗୋଧୂଳିରେ କାହିଁ
ଆକାଶ ଲୁଚେନି
ଗୋରୁପଲ ହମ୍ବାରଡି
କାନକୁ ଶୁଭେନି
କେତେବେଳେ ସଂନ୍ଧ୍ଯା
ଆସେ ଜଣାବି ପଡେନି।
ଅଛନ୍ତିସେ ଗ୍ରାମବଧୁ
ଧରିଥାନ୍ତି ସଂନ୍ଧ୍ଯା ଵତି
ହେଲେମଥାରେ କାହାର
ଓଢ଼ଣି ଦିଶେନିଟି
ଫେରନ୍ତି ପକ୍ଷୀ ନିଡ଼କୁ
ପୂର୍ବଭଳି ନାହିଁ ଦଳ
ଆଗଭଳି ଲାଗେନାହିଁ
ଆଜିର ସଂନ୍ଧ୍ଯା ଵେଳ।
ଜେଜେମା ଆଜିକାଲି
ଗପତ କହୁନି
ତାଙ୍କପାଇଁ ଵୃଦ୍ଧାଶ୍ରମ
ସବୁଠି ଖୋଲିଲାଣି
ଆଉଶୁଭୁନି ସଂନ୍ଧ୍ୟା ରେ
ପିଲାଙ୍କ ପଣୀକିଆ
ଇଂରାଜୀ ରାଈମ୍ସ କରିଛି
ସଭିଙ୍କୁ କିମିଆ
ସମସ୍ତେ ବ୍ୟସ୍ତ ଆଜି
ଟିଭି ଫୋନରେ
ସଂନ୍ଧ୍ଯାରେ ନିରବତା ଛାଏ
ମୋରି ଗାଁରେ।
ନିଜ ଜୀବନକୁ ନେଇ
ଏଵେସବୁ ଵ୍ୟସ୍ତ
ସଂନ୍ଧ୍ଯାହେଲେ ପଡିଯାଏ
ସବୁରି କବାଟ
ମୁଁଖୋଜେ ପୂର୍ବ ସଂନ୍ଧ୍ଯା
ତାକୁତ ପାଏନି
ଆଧୁନିକତା ସଂନ୍ଧ୍ୟାକୁ
ଗ୍ରାସଯେ କଲାଣି।
ମାଲକାନଗିରି
No comments:
Post a Comment