ଛୋଟ ପିଲାବେଳୁ କରିଲେ ଅଭ୍ୟିାସ
ହସ୍ତାକ୍ଷର ଲେଖାଲେଖି
କୃତି ପିଲାଟିଏ ହେବ ସୁନିଶ୍ଚିତ
ସହଜରେ ଯିବ ଶିଖି।
ଅକ୍ଷର ତୁମର ଦିଶିବ ସୁନ୍ଦର
ଅଭ୍ୟାସରେ ଯିବ ପଡି
ବିଦ୍ୟା ଅଧ୍ୟୟନ ଛାତ୍ରର ଜୀବନେ
ଏକାଗ୍ରତା ଯିବ ବଢି।
ଶବ୍ଦର ବନାନ ସଠିକ୍ ହୋଇବ
ବିଦ୍ୟାର୍ଥୀରେ ହେବ ଗଣା
ଗୁରୁ ଗୁରୁମା'ଙ୍କ ମିଳିବ ଆଦର
ଗୁରୁଭକ୍ତି ହେବ ଜଣା।
ଅଳସୁଆଗୁଣ ପାଖେ ନ ପଶିବ
ଜ୍ଞାନବୁଦ୍ଧି ହେବ ପ୍ରଖର
ସଦା ପ୍ରଫୁଲ୍ଲିତ ହୋଇ ତନମନ
ଲକ୍ଷ୍ୟପଥେ ହେବ ତତ୍ପର।
ଜ୍ଞାନବିଜ୍ଞାନରେ କୃତକାର୍ଯ୍ୟ ପାଇିଁ
ଉଚ୍ଚଆଶା ହେବ ଜାଗ୍ରତ
ପିତାମାତାଙ୍କର ଆର୍ଦଶ ମଣିବ
ସଦାହୋଇ ପୁରୁସ୍କୃତ।
ଓଡିଆ ଇଂରାଜୀ ହିନ୍ଦୀ ବଙ୍ଗଳା
ସବୁ ଭାଷା ଉପକାରୀ
ଶିଖିବା ଶିଖେଇବା ମହତ ବୁଝିବା
ମନରେ ଆଗ୍ରହ ଭରି।
ସରୋଜ କୁମାର ସାହୁ
ଆଠଗଡ,କଟକ
ହସ୍ତାକ୍ଷର ଲେଖାଲେଖି
କୃତି ପିଲାଟିଏ ହେବ ସୁନିଶ୍ଚିତ
ସହଜରେ ଯିବ ଶିଖି।
ଅକ୍ଷର ତୁମର ଦିଶିବ ସୁନ୍ଦର
ଅଭ୍ୟାସରେ ଯିବ ପଡି
ବିଦ୍ୟା ଅଧ୍ୟୟନ ଛାତ୍ରର ଜୀବନେ
ଏକାଗ୍ରତା ଯିବ ବଢି।
ଶବ୍ଦର ବନାନ ସଠିକ୍ ହୋଇବ
ବିଦ୍ୟାର୍ଥୀରେ ହେବ ଗଣା
ଗୁରୁ ଗୁରୁମା'ଙ୍କ ମିଳିବ ଆଦର
ଗୁରୁଭକ୍ତି ହେବ ଜଣା।
ଅଳସୁଆଗୁଣ ପାଖେ ନ ପଶିବ
ଜ୍ଞାନବୁଦ୍ଧି ହେବ ପ୍ରଖର
ସଦା ପ୍ରଫୁଲ୍ଲିତ ହୋଇ ତନମନ
ଲକ୍ଷ୍ୟପଥେ ହେବ ତତ୍ପର।
ଜ୍ଞାନବିଜ୍ଞାନରେ କୃତକାର୍ଯ୍ୟ ପାଇିଁ
ଉଚ୍ଚଆଶା ହେବ ଜାଗ୍ରତ
ପିତାମାତାଙ୍କର ଆର୍ଦଶ ମଣିବ
ସଦାହୋଇ ପୁରୁସ୍କୃତ।
ଓଡିଆ ଇଂରାଜୀ ହିନ୍ଦୀ ବଙ୍ଗଳା
ସବୁ ଭାଷା ଉପକାରୀ
ଶିଖିବା ଶିଖେଇବା ମହତ ବୁଝିବା
ମନରେ ଆଗ୍ରହ ଭରି।
ସରୋଜ କୁମାର ସାହୁ
ଆଠଗଡ,କଟକ
No comments:
Post a Comment