✍ମାଧବୀ ପଟେଲ
ଝରକା ବାହାରେ ବର୍ଷାର ଆସିବାର ସଂକେତ।ଫର୍ଚ୍ଛା ପୃଥିବୀଟା ଅକସ୍ମାତ୍ କଳାଘୁମର ବାଦଲ ଆସ୍ତରଣରେ
ତମସାଚ୍ଛନ୍ନ ହେଇ ପଡିଲା।ସମୀରଣର ତୀବ୍ର ପ୍ରବାହ ସହ ଭାସି ଆସୁଥାଏ ପାଖ ବଣତୁଳସୀ ବୁଦାରୁ ମନ୍ଦ ମନ୍ଦ ମଧୁର ସୁଗନ୍ଧ।ଘଡଘଡିର ଶଙ୍ଖନାଦ ର ଶୁଭଶବ୍ଦ
ପରେ ପରେ ବିଜୁଳିର ରୋଷଣୀ ଜଳାଇ ଉତୁରିଆସେ
ଆକାଶ କନ୍ୟା ବର୍ଷା।ତାର ଉନ୍ମାଦ ନୃତ୍ୟର ଛମ୍ ଛମ୍ ପାଉଁଜିର ସୁରେ ନିନାଦିତ ହେଇପଡେ ସାରା ପୃଥିବୀ।
ଭିଜିଯାଏ ଶୁଖିଲା ଗ୍ରୀଷ୍ମଦଗ୍ଧାପୃଥିବୀର ଛାତି।ବର୍ଷାକୁ ସ୍ବାଗତ କରେ ଆତୁରତାରେ ହୃଦୟଖୋଲିଦିଏ।ଭିନିଭିନି ସୁଗନ୍ଧରେ ମହକିଯାଏ ତାର ମାଟି।ମାଟିବାସ୍ନାରେ ମହକିଉଠେ ପୃଥିବୀ।ପୃଥିବୀ ବାସୀ ସମସ୍ତେ ଆମୋଦିତ ହେଇ ଉଠନ୍ତି ଏଇ ବାସ୍ନାରେ।ବର୍ଷା ନାଚୁଥାଏ ଥରେଥରେ ଷ୍ଟ୍ରିଟ୍ ଲାଇଟର ଧିମା ଆଲୁଅରେ ପବନସହ ମତୁଆଲି ହେଇ ଲୁଚକାଳିଖେଳ ଖେଳୁଥାଏ।ତା ସାଂଗରେ ତାଳଦେଇ ଫଡଫଡ କରୁଥାନ୍ତି ରାସ୍ତାକଡର ହୋଡିଙ୍ଗ ରେ ଲାଗିଥିବା ଏଡଭେଟାଇଜ୍ ର ପୋଷ୍ଟର ଗୁଡାକ।ବର୍ଷାର ଶୀତଳ ସ୍ପର୍ଶରେ ଉନ୍ମାଦିତ ହେଉଥାଏ ପୃଥ୍ବୀର ଜନ ପ୍ରାଣୀ କୀଟରୁ ଉଦ୍ଭିଦ।ଆଶ୍ଲେଷି ନେଉଥାଏ ମାଟି ପ୍ରତିକଣିକାକୁ ମୋହାବିଷ୍ଟ ହେଇ ଆପଣା ଗର୍ଭରେ।ମାଟିମଗ୍ନାହେଇ ଆକାଶ ଉତୁରିଆସେ ବର୍ଷା ରୂପରେ।ପ୍ରିୟାର ବିରହ ବତୁରା ନିଦାଘର ପିଡାକୁ ପୋଛି ସଫା କରିଦିଏ ନିଜ ଶୀତଳ ସ୍ପର୍ଶରେ।ପୋଡା ଉଷର ଭୂଇଁକୁ କରିଦିଏ ଉର୍ବରା ଫସଲା।ନଦୀରୁ ସାଗର ନଭରୁ ପର୍ବତ ବଣରୁ ପ୍ରାନ୍ତର କ୍ଷେତରୁ ଉପବନ ଚାରିଆଡେ ବିଛେଇଯାଏ ବର୍ଷା ନିଜକୁ ଭାଗ ଭାଗ କରି।ପର ଅପର ନଭାବି ସମସ୍ତେ ତାହାରି ନିଜର।ପୃଥିବୀର ତିନିଭାଗ ଜଳ ଥାଇ ପୃଥ୍ବୀ ତୃଷ୍ଣାରେ ଡହଳବିକଳ ହେଉଥାଏ।ଆଉ ସାଗର ଏତେ କୃପଣ ଯେ ଦିଏନି କଣିଚାଏ ଜଳ ପୃଥିବୀର ତୃଷା ନିବାରଣ ପାଇଁ।ତାର ଏ କୃପଣତାର
ଦଣ୍ଡ ସ୍ବରୁପ ବାଦଲ ତା ଭଣ୍ଡାରରୁ ଚୋରିକରିନିଏ ପ୍ରତିଦିନ କିଛିକିଛିଜଳ ଆଉ ପୂର୍ଣ କରୁଥାଏ ତାରନିଜ ହୃଦୟ ଭଣ୍ଡାର।ଯେତେବେଳେ ତୃଷାତୁରା ପୃଥିବୀର ଗଛବୃକ୍ଷ ପଶୁପ୍ରାଣୀ ଆତୁର ହେଇ ତାଆଡେ ଅପେକ୍ଷାରେ ଅନେଇଁ ବସନ୍ତି।ସହିପାରେନି ତାଙ୍କର ଆର୍ତ୍ତ ପୁକାର ବରଷିଯାଏ ଛମ୍ଛମ୍ କରି ବର୍ଷା ରୂପରେ। ରୂପାର କଣିକା ସାଜି ଓହ୍ଲାଇ ଆସେ ଘଡଘଡିର ସାହାନାଇଁ ବଜାଇ ବିଜୁଳିର ଆଲୋକରେ ସଜ୍ଜିତ ହୋଇ। ତାକୁ ଅନାଇଁଥାଏ ସାରା ପୃଥିବୀ ସ୍ବାଗତିକା ମେଘମହ୍ଲାର ଗାଇ।ଚାତକ ଆାର୍ତ୍ତସ୍ବରେ ତାର ସୁର ମେଲିଥାଏ। ଶିଖି ତାର ରଙ୍ଗିନ ପୁଚ୍ଛ ମେଲାଇ ନୃତ୍ୟକରି ଆମନ୍ତ୍ରଣ କରେ ଆସ ବର୍ଷା ଓହ୍ଲାଇ
ଆସ ମତେ ଗର୍ଭବତୀ କର।ଗଛବୃକ୍ଷ ଶୁଷ୍କ ପତ୍ରପୁଷ୍ପ
ତାଙ୍କରି ଦରଦୀ ସ୍ବରରେ ଡାକୁଥାନ୍ତି ଆରେ ବର୍ଷା ଆ
ଶାନ୍ତ କରିଦେ ଶାନ୍ତ କରିଦେ ଏ ଉତ୍ତପ୍ତ ଜଳନ ପିଡା।
ଲେପିଦେ ତୋ ଶୀତଳ ଚନ୍ଦନର ପରଶ।ଶାନ୍ତି ସନ୍ତୋଷ ଭରିଦେ ଆମ ଦେହେ।ବର୍ଷା ଆଉ କେତେ ସହନ୍ତା ଯେ ସେ ନିଜକୁ ଜାଳି ତିଳ ତିଳ କରି ଯାହାକିଛି ଧନ ଆକାରରେ ସଂଚୟ କରିଥାଏ ପୁଣି ସେଇ ମାଟିକୁ ଫେରାଇଦିଏ।ଯେମିତି ରାଜା ପ୍ରଜାଠୁ କର ନେଇ ସେ ଧନକୁ ପୁଣି ତାଙ୍କରି କାମରେ ବିନିଯୋଗ କରନ୍ତି।ସେବି ମାଟିକୁ ବତୁରାଇ ପୁଣି ଚାଲିଯାଏ ଭୂଗର୍ଭକୁ ତାର ଉତ୍ପତି ସ୍ଥଳକୁ।ପୁଣି ଆରମ୍ଭ ହୁଏ ତାର ଆକାଶମୁହାଁ ହେବାର ପର୍ବ।ଏହାହିଁ ତାର ଜୀବନର ଲକ୍ଷ।ମାଟିକୁ ଫେରେ ପୁଣି ଜଳିପୋଡି ବାଷ୍ପ ହୋଇ ଘନୀଭୂତ ହୋଇ ମେଘ ସାଜି ମାଟିର ଡାକରେ ପୁଣି ଫେରିଆସେ ପୃଥିବୀକୁ ଶସ୍ୟଶ୍ୟାମଳା କରିବା ପାଇଁ।
ଆଉ ସେ ଅନାଇଁ ରହିଥାଏ ତାର ପ୍ରିୟ ବର୍ଷାକୁ
କେତେବେଳେ ଆସିବ ତା ନିକଟକୁ।ତାରି ପରଶ ପାଇ ସେ ଉନ୍ମାଦିତ ହେବ।ତାକୁ ସାଉଁଟିନେଇ ନିଜ ଭିତରେ ସାଉଁଟିବ।ଧିରେ ଧିରେ ସେ ବତୁରିବାକୁ ଲାଗିବ ।ତାର ଜୀବନ୍ୟାସ ହେବ।ବହିର୍ଖୋଳପା ଫାଟିବ ସେ ଧିରେଧିରେ ନୂତନ ରୂପଧରି କୋଲପ ଖୋଲିବ।ସବୁଜ ରଂଗରେ ରଂଗାୟିତ ହେଇ ଏକପତ୍ରୀ ଦ୍ବିପତ୍ରୀ ହେଇ ବାହାରର ଆଲୁଅ ଦେଖିବାର ଅଭୀପ୍ସା
କୁ ସାର୍ଥକ କରିବ।ନିରେକ୍ଷିବ ପୃଥିବୀକୁ।ସୁନ୍ଦର ସୁନେଲି ସୂର୍ଯ୍ୟ କିରଣକୁ।ତାରାଭରା ଚାନ୍ଦିନି ଜ୍ୟୋସ୍ନାକୁ।ଧିର ପବନର ପରଶ ପାଇବ।ଉଲୁସି ଉଠିବ ତାର ଅଙ୍ଗ ଅଙ୍ଗ।ସେ ଛନଛନ ହେଇ ବଢି ଉଠିବ ନବ ପଲ୍ଲବ ମେଲେଇ।ତାପରେ କଢି ଧରିବ।କଢିରୁ ରଂଗବିରଂଗର ଫୁଲ ଫୁଟିବ।ତାରି ସୁଗନ୍ଧରେ ମଦମତ୍ତ ହେଇ ଆକର୍ଷି ଆସିବେ କେତେ ପ୍ରଜାପତି ଭଅଁର ମହୁମାଛି ଆଉ ମଣିଷ ପଶୁବି।ରଂଗ ସୌରଭ ବୁଣି ସେ ନିଜକୁ ଭାଗ୍ୟବାନ ଭାବିବ।ତାପରେ ପୁଣି ସେ ଫଳ ଧାରଣ କରିବ।ଶସ୍ୟ କେଣ୍ଡାରେ ହଲି ଦୋହଲି ପବନ ସହ ନୃତ୍ୟ କରିବ।ଯେତେବେଳେ ସେ ଦୁଧନେଇ ଟିକେ ପାକଳହେବ ପକ୍ଷୀମାନେ ଆସି ନିଜ ନିଜ ଚଞ୍ଚୁରେ ତାକୁ ଖାଇ କ୍ଷୃଧା ନିବାରଣ କରିବେ।ଯେବେ ପୂର୍ଣ ମାତ୍ରାରେ ଶସ୍ୟ ପାଚିଯିବ ସ୍ବର୍ଣ ରଂଗରେ ଭରିଯିବ କ୍ଷେତ।ଧରଣୀରାଣୀ ସ୍ବର୍ଣବର୍ଣା ହୋଇ ଶସ୍ୟଶାଳିନୀ ରୂପରେ ନିଜକୁ ଗର୍ବିତ ଭାବିବ।ଦୁନିଆଁ ଲୋକେ ଅନ୍ନପାଇ ଖାଦ୍ୟାଭାବ ଦୂର କରିବେ।ତାକୁ କାଟିଆଣି ଅମଳ କରି ସାଇତି ରଖିବେ।ତାରି ବୀଜରୁ ପୁଣି ତିଆରିହେବ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ।ସାରା ଜୀବ ଚରାଚର ତାକୁ ପ୍ରସାଦ ରୂପରେ ପାଇ ଭୋକ ନିବାରଣ କରିବେ।
ପୁଣି ପହଲି ବର୍ଷାର ପ୍ରରମ୍ଭରେ ଝ୍ୟେଷ୍ଠର ପ୍ରଚଣ୍ଡ ଖରାକୁ ଭୃକ୍ଷେପ ନକରିଚାଷି ମାଟିକୁ ଚଷି ଉର୍ବରା କରି ତାକୁ ବୁଣିଦେବ।ପୁଣି ସେ ଅପେକ୍ଷା କରିବ ତାର ସେ ପ୍ରିୟ ବର୍ଷାକୁ।ତାରି ପ୍ରେମାତୁର ଡାକଶୁଣି ପୁଣି ବର୍ଷା ଫେରିବ ତା ପ୍ରିୟ ବୀଜ ପାଖକୁ।ପୁଣି ତାକୁ ଜୀବନ୍ୟାସ ଦେବ।ଦେଶହିତ ଜନହିତ ପାଇଁ।ବର୍ଷା ଆଉ ବୀଜର ଏ ପବିତ୍ର ପ୍ରୀତି ଚିରସାସ୍ବତ ଚିର ଅମର।ସଂସାର ପାଇଁ ମଙ୍ଗଳକାମୀ।ପ୍ରେମ ସଦାବେଳେ ମଙ୍ଗଳ କାମୀହିଁ ହେଇଥାଏ।ଦୟା କ୍ଷମାର କୋମଳ ଭାବନାରେପ୍ଲାବିତ ହେଇଥାଏ ପ୍ରେମ।ପ୍ରେମ କାହାରି ଅମଙ୍ଗଳ ଚାହେଁନି।ସ୍ବାର୍ଥ ସର୍ବସ୍ବଠୁ ଦୂରେ ଥାଏ ପ୍ରେମ।ସୁଦୂର ପ୍ରସାରୀ ଅନ୍ୟପାଇଁ ବିତରିତ ହେବାର ସ୍ରୋତଟିଏ ପ୍ରେମ।ଯିଏ କେବଳ ଦେବାପାଇଁ ଜନ୍ମ।ଅନ୍ୟର ଖୁସିରେ ତାର ଆନନ୍ଦ।ପ୍ରେମ ବର୍ଷା ଆଉ ବୀଜର ହେଉ ବା ଆକାଶ ଆଉ ମାଟିର ହେଉ ସଦା ଅନ୍ୟର ଉପକାର ପାଇଁ।ଏ ପ୍ରେମ ଅନାଦି କାଳରୁ ରହିଆସିଛି ଆଉ ଭବିଷ୍ୟତକୁ ବି ରହିବ।ଚପଳ ଛନ୍ଦା ବର୍ଷାର ଆନମନର ଶୁଭ ସଂକେତ ମିଳିବା ପରେ ବୀଜ ମନେମନେ ଉନ୍ମାଦିତ ହେଇଉଠେ।ଆଉ ତାରି ସଂଗେ ମତୁଆଲି ହେଇ ଉଠନ୍ତି ବଣ ପାହାଡ ନଈ ଝରଣାବୃକ୍ଷଲତା କୀଟପତଙ୍ଗମନୁଷ୍ୟ ପଶୁ ସାରା ଜଗତ।ଆଜିବି ସେମିତି ବର୍ଷାର ଆଗମନୀର ଶୁଭ ଖବରରେ ସମସ୍ତେ ବର୍ଷାମଗ୍ନ ହେଇ ଉଠିଛନ୍ତି।ଦୂରରୁ ଶୁଭୁଛି ବର୍ଷାର ଆସିବାର ପାଦଶବ୍ଦ।

No comments:
Post a Comment