
ଗର୍ବରେ କହିବି ମୁଁ ଜଣେ କୃଷକ
ମାଟି ମାଆ ମୋର ମାତା,
ସ୍ତିରୀ ପିଲା ମୋର ଭୋକରେ ମରନ୍ତୁ
ମୁଁ ଜଗତ ଅନ୍ନଦାତା II
ସ୍ତିରୀ ପିଲା ମୋର ଭୋକରେ ମରନ୍ତୁ
ମୁଁ ଜଗତ ଅନ୍ନଦାତା II
ମୋହର ରକତ ଝାଳ ହୋଇ ବହେ
ତଥାପି ମୋହର ଖୁସି,
ମୋ ହାତ ତିଆରି ଖାଦ୍ୟ ଶସ୍ୟରେ
ବଞ୍ଚନ୍ତୁ ଜଗତବାସୀ II
ଚାଳରେ ମୋହର ଛଣ ତ ନଥାଉ
ଦେଖେ ଚନ୍ଦ୍ର ସୂର୍ଯ୍ୟ ମୁଖ,
ତଥାପି ଗର୍ବରେ ଚିତ୍କାର କରିବି
ମୁହିଁ ତ ଜଣେ କୃଷକ II
ଭାଗ ଚାଷୀ ମୁଁ ଯେ ଜମି ନାହିଁ ବୋଲି
ଯୋଜନାରେ ନାହିଁ ଭାଗ,
କାଳିଆ, ବଳିଆ ଯିଏ ଯେତେ ଆସୁ
ଜମି ମାଲିକର ଭୋଗ II
ସାର ପାଇଁ ସାରା ଦିନ ଛିଡା ହୁଏ
ଫେରଇ ଘରେ ନିରାଶେ ,
ମଳି ମୁଣ୍ଡେ ବଳ ନାହିଁ ବୋଲି ମୋର
ମିଳେ ନାହିଁ ସାର ପୋଷେ II
କୃଷିର ଉନ୍ନତି ସକଳ ଉନ୍ନତି
କରନ୍ତି ନେତା ପ୍ରଚାର,
ଫାଶୀର ଦଉଡି ବା କୀଟନାଶକ
ମିଳେ ମୋତେ ଉପହାର II
✍ଶିଶିର କୁମାର ସ୍ଵାଇଁ
ଗାଙ୍ଗପୁର
ଗଞ୍ଜାମ- ୭୬୧୧୨୩
ଗାଙ୍ଗପୁର
ଗଞ୍ଜାମ- ୭୬୧୧୨୩
No comments:
Post a Comment