💦☔💦☔💦 💦☔💦☔💦
ରଙ୍ଗ ତୋର ନାହିଁ ଗନ୍ଧ ହୀନ ତୁହି
ନାହିଁ ବି ତୋର ସ୍ୱାଦ ।
ଲବଣ ମିଶିଲେ ଲାଗୁ ତୁ ଲୁଣିଆ
ଖାରିଆ ଖାରିଆ ସ୍ୱାଦ ।।
ସକର ପଡିଲେ ମିଠା ମିଠା ଲାଗୁ
ଲେମ୍ବୁ ପଡିଗଲେ ଖଟା ।
ପିତା ପିତା ଲାଗୁ ପଡିଲେ ଟିକିଏ
ଭାଙ୍ଗର ପତର ବଟା ।।
ହଳଦୀ ପଡିଲେ ହଳଦିଆ ହୁଏ
ଅଳତା ପଡିଲେ ନାଲି ।
କ୍ଷୀର ମିଶିଗଲେ ଶ୍ୱେତ ରଙ୍ଗ ହୁଏ
ମସୁର ପଡିଲେ ଡାଲି ।।
ନୟନୁ ଝରିଲେ ଅଶ୍ରୁ ତୋର ନାମ
ପାଟିରୁ ଗଳିଲେ ଲାଳ ।
ସୌଚ କରିଦେଲେ ମୂତ୍ର ତୋର ନାମ
ଦେହରୁ ବହିଲେ ଝାଳ ।।
ଆକାଶୁ ପଡିଲେ ବର୍ଷା ତୋର ନାମ
ଶିଖରୁ ଝରଣା ଜାତ ।
ପର୍ବତୁ ବାହାରି ସମୁଦ୍ରେ ମିସିଲେ
ନାମ ତୋର ନଦୀ ସ୍ରୋତ ।।
ପାତାଳୁ ବାହାରି ଉପରେ ଭାସିଲେ
ନାମ ହୁଏ ତୋର ଜଳ ।
ବଢି ବନ୍ୟା ପାଣି ରୂପରେ ଆସିଲେ
ହୁଏ ନାହିଁ ଥଳ କୂଳ ।।
. ସମାପ୍ତ
_____●◆●_____
💌 ଯାଜପୁର,ମଙ୍ଗଳପୁର,କୟାଁ
No comments:
Post a Comment