Thursday, September 3, 2020

ପଲ୍ଲୀ ଶୋଭା

¤¤¤¤¤¤¤ରଂଜିତା. ପତି¤¤¤¤¤¤¤¤
                         
  
ଅସ୍ତାଚଳେ ଦେଖ
         କି ଅପୂର୍ବ ଶୋଭା
ବାରୁଣୀ ଲଲାଟେ
         ଶତ ବର୍ଣବିଭା
ଦର୍ଶନେ ନୟନ
        ହୁଏ ପୁଲକିତ
ନବ ବଧୂ ରୂପେ
        ସନ୍ଧ୍ୟା ପ୍ରତିଭାତ
ପ୍ରକୃତି ର ରୂପ
       ଶୋଭା ସନ୍ଦର୍ଶନେ
ଶତ ରୋମାଞ୍ଚ
      ଭରେ ତନୁମନେ
ଶଗଡି ରେ ଭରା
      ଶସ୍ୟ ସମ୍ଭାର
ପୂରିବ ଭଣ୍ଡାର
     ହସିବ ସଂସାର
ରୂପା ଶଗଡି ରେ
     ସ୍ବର୍ଣ ବେହରଣ
ସ୍ପନ୍ଦିତ ହୃଦୟ
     କ୍ଷଣ ଅନୁକ୍ଷଣ
ପଲ୍ଲୀ ଜୀବନ ର
      ଅପୂର୍ବ ସର୍ଜନା
ଅନନ୍ୟ ଅନିନ୍ଦ୍ୟ
       ରୂପ ର ରଚନା
ବର୍ଣିବା ରେ ଅବା
       କେ ହେବ ସମର୍ଥ
ପ୍ରଣତି ସେ ପଦେ
      ସ୍ରଷ୍ଟା ପରମାର୍ଥ ।

ଜଗନ୍ନାଥ ପ୍ରସାଦ
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy