Wednesday, September 9, 2020

ହେ ଗୁରୁ ତୁମ ଶିକ୍ଷାଦାନେ...

✍ଶ୍ରୀ  ସୁଦାମ ଦଳବରା


ଅନ୍ଧାରରେ ଥିଲି ଆଲୋକ ଦେଖିଲି ,
ପାଇଲି ମୁଁ ଦିବ୍ୟଜ୍ଞାନ ।
ତୁମେ ମୋର ଗୁରୁ ମୋ ପରମ ପୂଜ୍ୟ ,
ତୁମେ ମୋର ଭଗବାନ ।।

ତୁମ ଶିକ୍ଷା ଯୋଗୁଁ  ଶିକ୍ଷିତ ହୋଇଲି ,
ମୁର୍ଖତା ଅଜ୍ଞାନରୁ ମୁକ୍ତି ଯେ ପାଇଲି ।
ତୁମ ଦିବ୍ୟବାଣୀ ମୋ ପାଇଁ ଅମୃତ,  
ତାକୁ ପାନ କରି ଲଭିଲି ସନ୍ତୋଷ ।।

ମୁଣ୍ଡୁଳା ମୁଣ୍ଡୁଳା ଶୂନ ଶୂନ ଲେଖି ,
ମୋ ମନକୁ ମଜେଇ ଦେଲି ।
ଆଳୁ ଅଣ୍ଡା ଲେଖାରୁ ଅ ଆ ଶିଖିଲି ,
ମୋ ଜ୍ଞାନ ଭଣ୍ଡାରକୁ ବୃଦ୍ଧି କଲି ।।

ଅ ଆ ଆଉABCDଲେଖାରୁ ,
ଆରମ୍ଭ  କଲି ମୁଁ ପାଠ ।
ଭୁଲ କରି କେତେ ଛାଟ ଯେ ଖାଇଛି ,
ଆଜି ପଢିଛି ମୁଁ ସବୁ ପାଠ ।।

ଅକ୍ଷର ଅଙ୍କ ଗଣନ ସଂଖ୍ୟାକୁ ପ୍ରଥମେ  ,
ତୁମେ ତ ଚିହ୍ନାଇ ଥିଲ । 
ମୋ ମନ ମଧ୍ୟରେ ଥିବା ସବୁ  ଆଶଙ୍କାକୁ ,
ତୁମେ ସବୁ ଦୂର କଲ ।।

ପଦ ପଢୁ ପଢୁ ବହି ମୁଁ ପଢ଼ିଲି ,
ଗାଇଲି ମୁଁ କେତେ ଗୀତ ।
ମୋ ମନର ଭୟକୁ ଦୂର କରି ତୁମେ , 
ଶିଖାଇଲ କେତେ ନାଚ ।।

ପ୍ରଥମ ଦ୍ୱିତୀୟ ସିଡ଼ି ଚଢ଼ି କରି ,
ଗଲି ମୁଁ ଯେ ପାଠ ପଢ଼ି ।
ପ୍ରଥମ ଠାରୁ ଯେ ଉଚ୍ଚଶିକ୍ଷା ଯାଏ ,
ତୁମ ଆଦର୍ଶରେ ହେଲି ଗଢି ।।

ତୁମ ମାର୍ଗଦର୍ଶନରେ ମୋ ଭବିଷ୍ୟତ ଗଢା ,
ତୁମ ଆଶିର୍ବାଦେ ହୋଇଛି ମୁଁ ଛିଡା ।
ସୁ-ନାଗରିକଟିଏ  ହୋଇ ମୁଁ ପାରିଛି ,
ତୁମ ଠାରୁ ଶିକ୍ଷାଲାଭ କରିଅଛି ।।

ହେ ପରମପୂଜ୍ୟ ଗୁରୁ ତୁମ ଆଶିଷରେ ,
 ସବୁ କଷ୍ଟ କାମ ମୁଁ କରିଯିବି ।
ତୁମ ଶିକ୍ଷାଦାନେ ସାତ ସମୁଦ୍ର ଡେଇଁବା ,
ସହଜ ବାଟ ମୁଁ ପାଇବି ।।

କରିଯିବି କାମ ରଖିଯିବି ନାମ ,
ସବୁ ତୁମ ପ୍ରେରଣାରେ ।
ତୁମେ ମୋର ଗୁରୁ ମୋ ଜୀବନ ରକ୍ଷକ ,
ହେ ଗୁରୁ ତୁମ ଶିକ୍ଷାଦାନେ ଗଢିଉଠିବ ମୋ ସୁନେଲି ଭବିଷ୍ୟତ ।।

ଜୀବନ ଧାରଣ ମାନ ସମ୍ମାନ,
 ସବୁ ତୁମେ ଦେଇଅଛ ।
ହେ ଗୁରୁ ତୁମ ଶିକ୍ଷାଦାନେ ,
 ମୋତେ ସର୍ବଶ୍ରେଷ୍ଠ ମଣିଷଟିଏ  ଗଢି ଅଛ।।

ଶ୍ରୀ ସୁଦାମ ଦଳବରା(ଶିକ୍ଷକ)
ତୁରୁମୁ,ଭଞ୍ଜନଗର, ଗଞ୍ଜାମ,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy