Tuesday, September 8, 2020

💥 ସନ୍ଦେହ 💥

ହରିପୁର ଗ୍ରାମର ମୁଖିଆ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥା’ନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତା’ପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା ।

                ମୁଖିଆ ଅତ୍ୟନ୍ତ ଶାନ୍ତ ଓ ଭଦ୍ର, ମାତ୍ର ନଟିଆ ବାଚାଳ । ଆରମ୍ଭରୁ ଗଡଗଡ କରି ସେ ଗପି ଚାଲିଲା, ହାଟରେ କେତେ ଧାନ ବିକ୍ରି ହେଲା, କେତେ ଟଙ୍କା ଥିଲା; କେଉଁଠି କିଏ ଠକୁଠକୁ ଧରା ପଡିଲା ଇତ୍ୟାଦି । ମୁଖିଆଙ୍କୁ ଏସବୁ ବଡ କଷ୍ଟ ହେଉଥାଏ, ସେ କିନ୍ତୁ ମୌନ ରହି ସବୁ ଶୁଣୁଥାନ୍ତି । ଗ୍ରାମ ଅନେକ ବାଟ ଅଛି । ହଠାତ୍ ମୁଖିଆଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା । ସେ କହିଲେ, “ନଟ, ଆମ ଗ୍ରାମ ଆରମ୍ଭରେ ଶ୍ରୀରାମଙ୍କ ମନ୍ଦିର । ସେଠାରେ ପହଁଚିବା ପର୍ଯ୍ୟନ୍ତ ଯଦି ତୁମେ ମନ ଭିତରେ ରାମ ନାମ ଜପ କରିବ, ତେବେ ଏ ଘୋଡାଟି ମୁଁ ତୁମକୁ ପୁରସ୍କାର ଦେବି ।”

                “ଆଃ । ଇଏ କିବା କଥା? ଦେଖନ୍ତୁ ମୋ ମୁହଁରେ ତାଲା ପଡିଲା ।” ଏତିକି କହି ନଟ ଚୁପ୍ ରହିଲା । ଦୁହେଁ ପାଖାପାଖି ଘୋଡାରେ ବସି ଚାଲିଥାନ୍ତି ।

ନଟ ତ ବେପାରୀ ଲୋକ । ମନରେ ତା’ର ସନ୍ଦେହ ହେଲା ଯେ ବାଜି ଜିତିଗଲେ ଖାଲି ଘୋଡାଟା ଦେବେ ନା ତା’ରି ପିଠି ଉପରେ ଥିବା ଗଦି ଇତ୍ୟାଦି ଦେବେ? ଠକି ଦେବେ କି ଆଉ?”

ମନ୍ଦିର ଅଳ୍ପ ଦୂର ଅଛି ସେ କହି ପକାଇଲା, “ଘୋଡାର ସମସ୍ତ ଜିନିଷ ସହ ଘୋଡାଟି ଦେବେ ତ? ନା ଠକି ଦେବେ?”🙏

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy