Wednesday, September 2, 2020

ପରିତ୍ୟକ୍ତ, ପରିତ୍ୟଜ, ପରିତ୍ୟାଗ.....

✍ନିର୍ମଳ ନାୟକ 
................................

* ଆଜି ପରିତ୍ୟକ୍ତ.... 
ଅଲୋଡ଼ା ମୁଁ ତୁଠ ପଥର... 
ଆପଣା କଲେ ସାତ ପର... 
ଭୁଲିଗଲେ ସବୁ ଉପକାର... 
ଆନମନା ର ନାହିଁ ପ୍ରତିକାର.. 
ପରିତ୍ୟକ୍ତ ଆପଣା ଓ ସମାଜର...

* ହେଲି ପରିତ୍ୟଜ.... 
କେବେ ଥିଲି ଅତି ଦରକାରୀ... 
ସର୍ବଦା ଅତ୍ୟନ୍ତ ପ୍ରଭାବ କାରି... 
ଚାହୁଁଥିଲେ ମୋତେ ସର୍ବୋପରି.. 
ଥିଲି ସର୍ବ ଜନେ ଅତି ଦରକାରୀ.. 
କଣ ପରିତ୍ୟଜ ନିହାତି ଜରୁରୀ.. 

* ଏବେ ପରିତ୍ୟାଗ.... 
ସଭିଏଁ କଲେ ପରିତ୍ୟାଗ ହସି ହସି.. 
ସତେ ଭାଗ୍ୟ, ସମାଜ ଗଲେ ରୁଷି.. 
କଟାକ୍ଷ ସଭିଙ୍କ ସହିଲି ହୋଇ ଖୁସି.. 
ଲୁହ ଗଡ଼ାଇନି କେବେଏକାନ୍ତେ ବସି.. 
ସାନ୍ତ୍ୱନା ଦେଇନି କେହି ପାଖେ ଆସି.. 

* ପରିଶେଷେ... 
ମଙ୍ଗଳ ମନାସୀ ସର୍ବ ପର ଆପଣାର.. 
ଦୂରୁଥାଇ କରିଯାଏ ସର୍ବ ଉପକାର... 
ଅବଶୋଷ ନ ଥାଉ ମାନସ ପଟର... 
ସେବା ମନୋଦଶା ରହିଥାଉ ନିରନ୍ତର.. 
ସାର୍ଥକ ହେଉ ଧନ୍ୟ ଜୀବନ ମୋହର.. 

151 ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

2 comments:

  1. ବହୁତ ସୁନ୍ଦର ହୋଇଛି କବିତା ଟି

    ReplyDelete
  2. କାମ ହାସଲ ପାଇଁ ହେଉଥାନ୍ତି ଲଣ୍ଡଭଣ୍ଡ
    କାମ ସରିଗଲେ କରନ୍ତି କଟାକ୍ଷ ଫିଟାଇ ତୁଣ୍ଡ...
    ବହୁତ୍ ସୁନ୍ଦର୍ ଆଜ୍ଞା।

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy